ରାଜନୀତି

କଂଗ୍ରେସ ପାଇଁ ନୂଆ ଅଡ଼ୁଆ: ହାତ ଛାଡ଼ିଲେ ନୀହାର ମହାନନ୍ଦ – Kalinga News

[ad_1]

କଂଗ୍ରେସରୁ ବି ନିଲମ୍ବିତ

ବରଗଡ଼/ଭୁବନେଶ୍ବର: ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନୀହାର ମହାନନ୍ଦ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କଂଗ୍ରେସରୁ ଇସ୍ତଫା ଦେବାପରେ ଶ୍ରୀ ମହାନନ୍ଦ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ୧୫ ବର୍ଷ ହେଲା କଂଗ୍ରେସ ଦଳ ସହ ରହିଥିଲି। ଏତେବର୍ଷ ଧରି ଦଳ ମୋତେ ସହାୟତା କରିଥିବାରୁ ମୁଁ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କଠାରେ କୃତଜ୍ଞ। ଏଥିସହିତ, ତତ୍‌କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୋତେ ଜିଲ୍ଲା ସଭାପତି ଦାୟିତ୍ୱ ଦେଇଥିଲେ ଏବଂ ମୁଁ ସୂଚାରୁରୂପେ ତାହା ପାଳନ ବି କରିଥିଲି।’ ତେବେ, ବର୍ତ୍ତମାନ ଦଳର ନେତୃତ୍ୱଙ୍କ ସହ କାମ କରିବାରେ ତାଙ୍କୁ ଅସୁବିଧା ହେବାରୁ ଦଳ ଛାଡ଼ିଥିବା ସେ ସ୍ପଷ୍ଟ କରିଛନ୍ତି।

କଂଗ୍ରେସରୁ ଇସ୍ତଫା ଦେବାପରେ ଶ୍ରୀ ମହାନନ୍ଦ ଖୁବ୍‌ଶୀଘ୍ର ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନଦେଇ ସେ କହିଛନ୍ତି, ଆଗାମୀଦିନରେ ସେ ନିର୍ବାଚନ ଲଢ଼ିବେ ନା ନାହିଁ ଏବଂ ଯଦି ସେ ଲଢ଼ିବେ କେଉଁ ଦଳକୁ ଯିବେ, ତାହା ତାଙ୍କ ଶୁଭଚିନ୍ତକମାନେ ହିଁ ନିଷ୍ପତ୍ତି ନେବେ। ବିଜେପି କଣ, ବିଜେଡିକୁ ଯିବାନେଇ ବି ଚର୍ଚ୍ଚା ହେଉଥିବା ଶ୍ରୀ ମହାନନ୍ଦ କହିଛନ୍ତି। ଅନ୍ୟପକ୍ଷରେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀ ମହାନନ୍ଦଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିବା ପ୍ରଦେଶ କଂଗ୍ରେସ ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button