ମନୋରଞ୍ଜନ

ବାରାକ୍‌ ଓବାମାଙ୍କ ପତ୍ନୀ ମିସେଲ୍‌ ଓବାମା ଲଢ଼ିବେ ରାଷ୍ଟ୍ରପତି ନିର୍ବାଚନ! – Kalinga News

[ad_1]

ୱାଶିଂଟନ:  ଚଳିତବର୍ଷ ଶେଷକୁ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଜଣଙ୍କର ଆକସ୍ମିକ ପ୍ରବେଶ ହେବାକୁ ଯାଉଛି । ଫଙ୍କସ ନ୍ୟୁଜ ମୁତାବକ ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଦାବିଦାର ଛାଡିପାରନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ପ୍ରାର୍ଥୀ ହୋଇପାରନ୍ତି।

ଏବେ ଏବେ ସ୍ପେଶାଲ କାଉଁସିଲ ରବର୍ଟ ହୁରଙ୍କ ଏକ ରିପୋର୍ଟ ସାମ୍ନାକୁ ଆସିଛି । ସେହି ରିପୋର୍ଟରେ କୁହାଯାଇଛି କି, ବାଇଡେନ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ ହୋଇପଡିଛନ୍ତି । ତେଣୁ ସେ ନିର୍ବାଚନ ଲଢିବା ଠିକ୍ ହେବ ନାହିଁ । ସେପଟେ ବାଇଡେନ ଏହି ରିପୋର୍ଟକୁ ଖାରଜ କରି କହିଛନ୍ତି କି, ବୟସଜନୀତ କିଛି ଅସୁସ୍ଥତା ଦେଖିବାକୁ ମିଳିଛି । ଏହାର ଅର୍ଥ ଏହା ନୁହେଁ କି ସେ ନିର୍ବାଚନ ଲଢିବାକୁ ଅସମର୍ଥ ଅଛନ୍ତି ।

କେବଳ ରବର୍ଟ ହୁର ନୁହଁନ୍ତି ପୂର୍ବ ବିଦେଶ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ ମଧ୍ୟ ବାଇଡେନଙ୍କ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ କ୍ଲିଣ୍ଟନ କହିଛନ୍ତି କି, ଏଭଳି ସ୍ଥିତିରେ ଯଦି ଡେମୋକ୍ରାଟିକ ପାର୍ଟି ବାଇଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରେ ତେବେ ଏହାର ଫାଇଦା ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିବ।

ସେପଟେ ଯଦି ମିଶେଲ ଓବାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବ ତେବେ ଏବେ ଉପ ରାଷ୍ଟ୍ରପତି ଥିବା କମଲା ହେରିସ ପ୍ରସଙ୍ଗ ଉଠିବ। ତାଙ୍କୁ ବାଦ୍‌ ଦେବା ଡେମୋକ୍ରାଟିକ ପାର୍ଟି ପାଇଁ ଏତେଟା ସହଜ ହେବ ନାହିଁ । ପାର୍ଟି ଉପରେ କମଲା ହେରିସଙ୍କ ପ୍ରଭାବ ଭଲ ରହିଥିବାରୁ ସେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଦାବି କରିପାରନ୍ତି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button