ଷ୍ଟେସନରେ ବୁଲି ଗୀତ ଗାଇ କରୁଥିଲେ ଭିକ୍ଷାବୃତ୍ତି, ସୋସିଆଲ ମିଡିଆରେ ଗୀତ ହେଲା ଭାଇାରଲ- ବର୍ତ୍ତମାନ କୋଟିପତି

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ଏଭଳି କାହାଣୀ ଯାହା ଶୁଣି ଆପଣ ବିଶ୍ଵାସ ବି କରି ପାରିବେ ନି କି ସତରେ ଏମିତି କିଛି ହୋଇଛି ବୋଲି । ସତରେ ଭାଗ୍ୟ ଯେବେ ସାଥ ଦେବ ଲୋକ ବହୁତ ଉପରକୁ ଯାଇପାରେ । ଦୀର୍ଘ ବହୁତ ବର୍ଷ ହେବ ଏହି ମହିଳା ଜଣଙ୍କ ଗୀତା ଗାଈ ଭିକ ମାଗି ଚାଲୁଥିଲେ କିନ୍ତୁ ଭାଗ୍ଯର ଏଭଳି ପରିବର୍ତ୍ତନ ଯେ ଆଜି ସେ ଜଣେ ପ୍ରସିଦ୍ଧ ଗାୟିକା । ତେବେ କେମିତି ହେଲା ତାଙ୍କ ଭାଗ୍ଯର ପରିବର୍ତ୍ତନ ଓ କିଏ ସେହି ମହିଳା ଜଣଙ୍କ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିବା ।
ଆଜିକାଲି ସୋସିଆଲ ମିଡିଆ ଏକ ଏଭଳି ପ୍ଲାଟଫର୍ମ ଯେଉଁଠି ଲୋକେ କିଛି କ୍ଷଣ ରେ ଫେମସ ହେଉଛନ୍ତି । ତେବେ ଆମେ ଯେଉଁ ମହିଳାଙ୍କ ବିଷୟରେ ଆପଣଙ୍କୁ କହୁଛୁ ସେ ହେଉଛନ୍ତି ପଶ୍ଚିମବଙ୍ଗ ରାଣଆଘାଟ ଷ୍ଟେସନରେ ଗୀତ ଗାଇ ଭିକ ମାଗି ଚାଲଥିବା ରାନୁ ମଣ୍ଡଲ । ଭଗବାନ ତାଙ୍କୁ ବହୁତ ସୁନ୍ଦର କଣ୍ଠ ତ ଦେଇଛନ୍ତି କିନ୍ତୁ ଭାଗ୍ୟ ବହୁତ ଛୋଟ ଥିଲା ତାଙ୍କର । ଶେଠୀ ପାଇଁ ଆଜି ପର୍ଯ୍ୟନ୍ତ ସେ ଏଭଳି ଭିକ ମାଗି ଚାଲୁଥିଲେ । କିନ୍ତୁ ହଟାତ ହୋଇଛି ତାଙ୍କ ଭାଗ୍ଯର ପରିବର୍ତ୍ତନ । ସବୁଦିନ ଭଳି ସେଦିନ ମଧ୍ୟ ସେ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିଲେ, ଏହି ସମୟରେ ସେଠି ଟ୍ରେନକୁ ଅପେକ୍ଷା କରିଥିବା କେହି ଜଣେ ଭଦ୍ରବ୍ୟକ୍ତି ଗୀତ ଗାଉଥିବାର ତାଙ୍କୁ ମୋବାଇଲରେ ସୁଟିଂ କରି ଭିଡିଓ ଫେସବୁକ୍ ରେ ଅପଲୋଡ କରିଦେଲେ।
ଯାହା ଖୁବ ଭାଇରାଲ ହୋଇଥିଲା । ଏବଂ ସେହି ଭିଡିଓ ପାଇଁ ଆଜି ଭିକ୍ଷାବୃତ୍ତି କରୁଥିବା ମହିଳା ରାତାରାତ ଷ୍ଟାର ହୋଇଯାଇଛନ୍ତି । ଭିଡିଓ ଭାଇରାଲ ହେବ ପରେ ବହୁତ ପ୍ରଯୋଜକ ମାନେ ତାଙ୍କର ମେକ ଓଭର କରାଇ ତାଙ୍କୁ ଗୀତ ଗାଇବା ପାଇଁ ଅଫର ଦେଇଥିଲେ । ତେବେ ଆଜି ସେ ପଶ୍ଚିମବଙ୍ଗରେ ଜଣେ ପ୍ରଶିଦ୍ଧ ଗାୟିକା । ଏବେ ତାଙ୍କ ପାଖରେ କାମ ର କିଛି ଅଭାବ ନାହିଁ । ଏବଂ ତାଙ୍କୁ ଏଥି ପାଇଁ ଭଲ ପାରିଶ୍ରମିକ ମଧ୍ୟ ମିଳୁଛି ।