ରାଜନୀତି

କେବଳ ଆମ ଆଦମି ପାର୍ଟିକୁ ଡରୁଛି ବିଜେପି: କେଜ୍ରିଓ୍ବାଲ୍ – Kalinga News

[ad_1]

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ରବିବାର ପଞ୍ଜାବର ଖଦୁର ସାହିବ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ସରକାର ଏବଂ ରାଜ୍ୟର ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ କେବଳ ଆମ୍ ଆଦମୀ ପାର୍ଟି ଏପରି ଏକ ଦଳ ଯାହାକୁ ଭାରତୀୟ ଜନତା ପାର୍ଟି (ବିଜେପି) ଭୟ କରୁଛି।

ଭାଷଣ ରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ କେନ୍ଦ୍ର ଓ ରାଜ୍ୟପାଳଙ୍କୁ ଅଭିଯୋଗ କରିଥିଲେ ଯେ ସେମାନଙ୍କ ତରଫରୁ ରାଜ୍ୟ ପାଣ୍ଠିକୁ ରୋକିବା କାମ କରାଯାଉଛି। ତେବେ କେଜ୍ରିୱାଲ ଦିଲ୍ଲୀ ଏବଂ ପଞ୍ଜାବ ସରକାରଙ୍କୁ ପ୍ରଶଂସା କରିଛନ୍ତି।

କେଜ୍ରିଓ୍ଵାଲ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଆମ୍ ଆଦମୀ ପାର୍ଟି ଜନସାଧାରଣଙ୍କ ମଧ୍ୟରେ ଭଲ ଏବଂ ଦୃଢ଼ ସ୍ଥାନ ଦଖଲ କରିଛି, ଯେଉଁକାରଣରୁ ଏହା (ଆପ୍) ଦୁଇଟି ରାଜ୍ୟ (ଦିଲ୍ଲୀ ଏବଂ ପଞ୍ଜାବ)ରେ ସରକାର ଗଠନ କରିବାରେ ସଫଳ ହୋଇଛି। ଖାଲି ସେତିକି ନୁହେଁ ଏହି ଦୁଇ ରାଜ୍ୟ ବ୍ୟତୀତ ଅନ୍ୟ ଅନେକ ରାଜ୍ୟର ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଆସନ ଜିତିବାକୁ ସକ୍ଷମ ହୋଇପାରିଛି ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button