ଦଳରୁ ବହିଷ୍କାର ପରେ ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମଙ୍କ ପ୍ରଥମ ପ୍ରତିକ୍ରିୟା – Kalinga News
[ad_1]
ନୂଆଦିଲ୍ଲୀ: ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାମଙ୍କୁ ଦଳରୁ ବହିଷ୍କାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କିଛି ଦିନ ପରେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମଙ୍କୁ ଦଳରୁ ବହିଷ୍କାର କରାଯାଇଛି। କୃଷ୍ଣମ କହିଛନ୍ତି, କୌଣସି ପ୍ରକାର ସାଲିସ କରାଯିବନି। ଏକ୍ସରେ ଏକ ପୋଷ୍ଟ କରି କୃଷ୍ଣମ କହିଛନ୍ତି. ‘ରାମ ଏବଂ ରାଷ୍ଟ୍ର’… କିନ୍ତୁ କୌଣସି ପ୍ରକାର ସାଲିସ କରାଯାଇପାରିବନି। ଉଲ୍ଲେଖଯୋଗ୍ୟ ଯେ ପ୍ରମୋଦ କୃଷ୍ଣମଙ୍କ ଦଳ ବିରୋଧୀ ବୟାନ ପାଇଁ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିବାକୁ ଉତ୍ତରପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କଂଗ୍ରେସ ସଭାପତି ଅନୁମୋଦନ ପ୍ରଦାନ କରିଛନ୍ତି ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି। ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଫେବ୍ରୁଆରି ୧୯ରେ ଉତ୍ତରପ୍ରଦେଶର ସମ୍ଭଲଠାରେ ଶ୍ରୀ କଲ୍କି ଧାମର ଶିଳାନ୍ୟାସ ସମାରୋହକୁ ନିମନ୍ତ୍ରଣ କରିଥିଲେ। ଏହାପରେ ଆଚାର୍ଯ୍ୟ ବାରମ୍ବାର ମୋଦୀଙ୍କୁ ପ୍ରଶଂସା କରିବାରୁ ଦଳୀୟ ନେତାମାନେ କ୍ଷୁବ୍ଧ ହୋଇଥିଲେ।
[ad_2]