ମନୋରଞ୍ଜନ

ସ୍ବାମୀଙ୍କଠାରୁ ଅଲଗା ହେଲେ ଈଶା ଦେଓଲ – Kalinga News

[ad_1]

ମୁମ୍ବାଇ: ଦୀର୍ଘ ୧୧ ବର୍ଷର ବୈବାହିକ ଜୀବନ ପରେ ସ୍ବାମୀ ଭରତ ତଖ୍‌ତ‌ାନିଙ୍କଠାରୁ ଅଲଗା ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଈଶା ଦେଓଲ। ନିକଟରେ ଉଭୟ ଈଶା ଓ ଭରତ ଏକ ମିଳିତ ବିବୃତ୍ତି ଜାରି କରି ସେମାନେ ପାରସ୍ପରିକ ସହମତିରେ ଅଲଗା ହୋଇଛନ୍ତି ବୋଲି ‌ଖବର ଦେଇଛନ୍ତି। ଆନୁଷ୍ଠାନିକ ଭାବେ ଅଲଗା ହେବା କଥା ସେମାନେ ବିଳମ୍ବରେ ଘୋଷଣା କଲେ ବି ବହୁତ ଆଗରୁ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଥିଲା।

ଆପଣ ଜାଣନ୍ତି ନିଶ୍ଚୟ ଯେ ଈଶା ଅଭିନେତ୍ରୀ ହେବା ସହ ଜଣେ ଲେଖିକା ମଧ୍ୟ। ସେ ୨୦୨୦ ମସିହାରେ ‘ଅମ୍ମା ମିଆ’ ନାମରେ ଏକ ପୁସ୍ତକ ଲେଖିଥିଲେ। ସେଥିରେ ସେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ ଦ୍ବିତୀୟ ଝିଅ ଜନ୍ମ ହେବା ପରେ ତାଙ୍କ ସ୍ବାମୀ ଭରତ ଚିଡ଼ିଚିଡ଼ି ସ୍ବାଭାବର ହୋଇ ଯାଇଥିଲେ। କାରଣ ତାଙ୍କୁ ଲାଗୁଥିଲା ଦୁଇ ଜଣ ପିଲାଙ୍କ ମାଆ ହେବା ପରେ ଈଶା ତ‌ାଙ୍କୁ ଯଥେଷ୍ଟ ପ୍ରାଧାନ୍ୟ ଦେଉନାହାନ୍ତି। ଏହି କଥାକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ଭୁଲ୍‌ ବୁଝାମଣା ବି ହେଉଥିଲା ବୋଲି ଈଶା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

୨୦୧୨ ମସିହା ଜୁନ୍‌ ୨୯ ତାରିଖରେ ଇସ୍‌କନ୍‌ ମନ୍ଦିରରେ ଅତି ନିରାଡ଼ମ୍ବର ଭାବେ ଈଶା ଓ ଭରତଙ୍କ ବିବାହ ହୋଇଥିଲା। ବିବାହର ପାଞ୍ଚ ବର୍ଷ ପରେ ଏହି ଦମ୍ପତି ସେମାନଙ୍କର ପ୍ରଥମ କନ୍ୟା ସନ୍ତାନର ବାପାମାଆ ବନିଥିଲେ। ୨୦୧୯ ମସିହାରେ ଦ୍ବିତୀୟ କନ୍ୟାକୁ ଜନ୍ମ ଦେଇଥିଲେ ଈଶା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button