ମନୋରଞ୍ଜନ

ରିଲିଜର ପ୍ରଥମ ଦିନରେ ୧୮୦କୋଟି ଆୟ କଲା କଳକୀ-୨୮୯୮ ଏଡି, ପଛରେ ପଡ଼ିଲେ ଶାହରୁଖ ଓ ବିଜୟ – Kalinga News

[ad_1]

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ ଏଡି ଗୁରୁବାର ରିଲିଜ୍‌ ହୋଇଥିଲା। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍‌କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଫିଲ୍ମ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍‌ ଜବରଦସ୍ତ ରହିଛି, ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ପ୍ରଥମ ଦିନରେ ଫିଲ୍ମଟି ଅନେକ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇ ଦେଇଛି। ଏମିତି କି ପ୍ରଭାସ ନିଜର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ  ୧୮୦କୋଟି ଟଙ୍କା ଆୟ କରିଛି। ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ଫିଲ୍ମଟି ମୋଟ ୧୮୦କୋଟି ଆୟ କରିଥିବା ଜଣାପଡ଼ିଛି। ପ୍ରଥମ ଦିନର ଆୟକୁ ଦେଖିଲେ କଳକୀ-୨୮୯୮ ଏଡି; କେଜିଏଫ୍ ୨ (୧୫୯କୋଟି ଟଙ୍କା), ସାଲାର (୧୫୮ କୋଟି ଟଙ୍କା), ଲିଓ (୧୪୨.୭୫ କୋଟି ଟଙ୍କା), ସାହୋ (୧୩୦କୋଟି ଟଙ୍କା) ଏବଂ ଯବାନ (୧୨୯କୋଟି ଟଙ୍କା) କୁ ପଛରେ ପକାଇଛି। ହେଲେ କଳକୀ-୨୮୯୮ ଏଡି; ଆରଆରଆର ଓ ବାହୁବଲୀ-୨ର ରେକର୍ଡ ଭ‌ାଙ୍ଗିପାରିନାହିଁ। ଆରଆରଆର ପ୍ରଥମ ଦିନରେ ୨୨୩କୋଟି ଟଙ୍କା ଆୟ କରିଥିବା ବେଳେ ବାହୁବଲୀ-୨ ୨୧୭କୋଟି ଟଙ୍କା ଆୟ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button