ଜୀବନ ଗଢିବାକୁ ଚାହୁଁଛନ୍ତି ଯଦି ଏହି ପୋଷ୍ଟଟି ନିଶ୍ଚିତ ପଢନ୍ତୁ

ଗୋଟିଏ କଥା ସବୁବେଳେ ମନେ ରଖନ୍ତୁ ଲହୁଣୀ ଲଗାଇବା ଲୋକଙ୍କ ହାତରେ ସବୁବେଳେ ଛୁରୀ ରହିଥାଏ। ପ୍ରଶଂସାର ପୋଲ ତଳେ ସବୁବେଳେ ସ୍ୱାର୍ଥର ନଦୀ ବହୁ ଥାଏ। ଏଥିପାଇଁ ଯେଉଁ ମଣିଷ ଆପଣଙ୍କୁ ଅଧିକ ପ୍ରଶଂସା କରିଥାଏ, ତାଠାରୁ ଅଳ୍ପ ଦୂରରେ ରୁହନ୍ତୁ। କିଛି ଲୋକ ଅଭିଯୋଗ କରିଥାନ୍ତି ଯେ ସେମାନେ ଜୀବନରେ କିଛି କରି ପାରୁ ନାହାନ୍ତି ଏବଂ ସେମାନଙ୍କ ଭାଗ୍ୟ ଖରାପ ଅଟେ। ତାଙ୍କ ପାଖରେ ସମୟ ନାହିଁ କି ଟଙ୍କା ନାହିଁ। ସେମାନଙ୍କୁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି, ଗୋଟିଏ ଦିନରେ ଯେତିକି ସମୟ ମୋବାଇଲ ଚଳାଉଛନ୍ତି, ଯଦି ସେତିକି ସମୟ ନିଜର ବୁଦ୍ଧିକୁ ପ୍ରୟୋଗ କରିବେ ତାହେଲେ ଜୀବନରେ ବହୁତ ଆଗକୁ ବଢ଼ିବେ। କିନ୍ତୁ ମୂର୍ଖ ଲୋକେ ଏଥିରୁ କିଛି ଶିଖିବେ ନାହିଁ। ଏହି କଥାକୁ ଖରାପ ନିଶ୍ଚିତ ମାନି ନେବେ। କାରଣ ସତକଥା କହିବାକୁ ଗଲେ ସତ କଥା ଯେକେହି ମଧ୍ୟ କହୁ ଏହା କାହାର ହଜମ ହୋଇ ନଥାଏ। ସମସ୍ତଙ୍କର ନିଜର ଅଲଗା ଲକ୍ଷ୍ୟ ରଖିଛନ୍ତି, ନିଜକୁ ଛାଡି କେବଳ ଅନ୍ୟ ପାଇଁ ଦର୍ପଣ ଅଟେ। ଜୀବନରେ ଧୋକା ଖାଇବା ନିହାତି ଜରୁରୀ ଅଟେ। କାରଣ ଜୀବନରେ ଚାଲିବା ତ ବାପାମାଆ ଶିଖାଇ ଦେଇଥାନ୍ତି, କିନ୍ତୁ ସମ୍ଭାଳିବା ନିଜେ ହିଁ ଶିଖିବାକୁ ପଡ଼ିଥାଏ। ଏଥିପାଇଁ କହିଥାନ୍ତି କି ପ୍ରତ୍ୟେକ ଖରାପ ଜିନିଷରେ କିଛି ନା କିଛି ଭଲ ଜିନିଷ ଲୁଚି ରହିଥାଏ। ଯେପରି ଦୁଃଖ ଆମକୁ ମଣିଷ ଭଳି ଗଢ଼ିଥାଏ। ପରାଜୟ ଆମକୁ ନମ୍ରତା ଶିଖେଇ ଥାଏ।
ଧୋକା ଆମକୁ ଶକ୍ତିଶାଳୀ କରିଥାଏ। ସେଥିପାଇଁ ପ୍ରତ୍ୟେକ ଭଲ ଜିନିଷ ମଧ୍ୟରେ କିଛି ନା କିଛି ଖରାପ ଜିନିଷ ଲୁଚି ରହିଥାଏ। ଯେପରି ଅଧିକ ଧନ ଆପଣଙ୍କ ଅଭ୍ୟାସକୁ ଖରାପ କରିପାରେ। ଆବଶ୍ୟକତା ଠାରୁ ଅଧିକ ପ୍ରେମ ଆପଣଙ୍କୁ ଦୁର୍ବଳ କରି ଦେଇପାରେ।ଆବଶ୍ୟକତା ଠାରୁ ଅଧିକ ସୁଖ ଆପଣଙ୍କୁ କର୍ମମଠ କରି ଦେଇପାରେ। ସାଙ୍ଗମାନେ କେବେବି କୌଣସି ଜିନିଷର ଦାସ ହୁଅନ୍ତୁ ନାହିଁ। ଭଲ ଜିନିଷକୁ ଗୋଟିଏ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଖରାପ ଜିନିଷକୁ ଭଲଭାବରେ ଖୋଜିବା ଶିଖନ୍ତୁ।ଏହା ଜୀବନକୁ ଅତିବାହିତ କରିବାର କଳା ଅଟେ। ଯିଏ ଏହାକୁ ଶିଖିଗଲା, ସେ କେବେବି ହଇରାଣ ବା ବିଚଳିତ ହେବ ନାହିଁ। ମଣିଷକୁ କଠିନତାର ଆବଶ୍ୟକତା ହୋଇଯାଏ, କାରଣ ସଫଳତାର ଆନନ୍ଦ ନେବା ପାଇଁ ଏହା ଜରୁରୀ ଅଟେ। ସାଙ୍ଗମାନେ ଯଦି ଆପଣମାନେ ହାର ମାନିବେ ନାହିଁ, ତାହେଲେ ଆପଣଙ୍କ ପାଖରେ କୌଣସି ମଉକା ରହିବ ନାହିଁ। ହାର ମାନିନେବା ସବୁଠାରୁ ବଡ଼ ଅସଫଳତା ଅଟେ। ଏଥିପାଇଁ କୌଣସି ଜିନିଷକୁ କେବେ ଭୟ କରନ୍ତୁ ନାହିଁ ଏବଂ ନିଜ ତରଫରୁ ପ୍ରୟାସ କରି ଚାଲନ୍ତୁ। କିଛି ନ କରିବାର ମୂଲ୍ୟ ଠାରୁ କିଛି ଭୁଲ କରିବାର ମୂଲ୍ୟ ବହୁତ ଅଧିକ ହୋଇଥାଏ। ଶେଷରେ ଏତିକି କହିବି ଆପଣ କେବଳ ସଫଳତା ପାଇବାକୁ ଜନ୍ମ ହୋଇଛନ୍ତି। କାହିଁକି ନା ଆପଣ ମନ ମାରି ବସିଛନ୍ତି। ଉଠନ୍ତୁ ଓ ଜାଣନ୍ତୁ ଆପଣଙ୍କ ମଧ୍ୟରେ ଗୋଟିଏ ଝଡ଼ ରହିଛି। ସାଙ୍ଗମାନେ କିଛି ବି ପାଇବା ଏହି ଜୀବନରେ ଅସମ୍ଭବ ନୁହେଁ, କେବଳ ସକାରାତ୍ମକ ଚିନ୍ତା ସହିତ ନିଜର ଲକ୍ଷ୍ୟ ଆଡକୁ ଅଗ୍ରସର ହୁଅନ୍ତୁ।