ଦେଶ- ବିଦେଶ

ସବୁବେଳେ ଖୁସି ରହିବାକୁ ଚାହୁଁଛନ୍ତି ତ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ

ଯାହା ପାଖରେ ଦେଖାଇବାକୁ କିଛି ହୋଇନଥାଏ ସେ ସବୁବେଳେ ନିଜର ଶକ୍ତି ଦେଖାଇ ଯାଆନ୍ତି। ଏଥିପାଇଁ କେବେ କାହାକୁ ଏତେ ମହତ୍ତ୍ୱ ଦେବା ଉଚିତ ନୁହେଁ ସେ ଆପଣଙ୍କ ଚେହେରାର ହସ ହିଁ ଛଡାଇ ନେଉ।

ଯେଉଁ ଲୋକ ନିଜ ଜୀବନରେ ନିଜ ଠାରୁ ଅଧିକ ଅନ୍ୟର ଯତ୍ନ କରିଥାନ୍ତି। ସବୁବେଳେ ତାଙ୍କର ଯତ୍ନ କରିବା ଲୋକ କେହି ହୁଅନ୍ତି ନାହିଁ। ଏଥିପାଇଁ ସବୁବେଳେ ଏଇ କଥା ମନେରଖନ୍ତୁ ମିଛ କଥାରେ ଯେଉଁ ଲୋକ ବାହା ବାହା କରନ୍ତି ସେହି ଲୋକ ଗୋଟିଏ ଦିନ ଆପଣଙ୍କୁ ବିନାଶ କରିଦେବେ।ଏଥିପାଇଁ ସବୁବେଳେ ନିମ୍ବପରି କଠିନ ଜ୍ଞାନ ଦେବା ଲୋକଙ୍କୁ ହିଁ ନିଜର ମିତ୍ରତା କରନ୍ତୁ। କାହିଁକିନା ଇତିହାସ କହିଅଛି କି ପିମ୍ପୁଡି ସବୁବେଳେ ମିଠାରେ ହିଁ ପଡ଼ିଥାନ୍ତି।

ଯଦି ଜୀବନ କଷ୍ଟ ଉପରେ କଷ୍ଟ ଦେବାକୁ ଲାଗେ ତ ବୁଝିଯାଅନ୍ତୁ କି ସେ ଆପଣଙ୍କୁ ସଫଳ କରିବାକୁ ଚାହୁଁଛନ୍ତି।

ଯେପର୍ଯ୍ୟନ୍ତ ଆପଣଙ୍କର ନିଜର ସବୁଠାରୁ ବଡ଼ କମଜୋର ସହିତ ଆପଣ ସମୁଖୀନ ହୋଇନଥାନ୍ତି ସେପର୍ଯ୍ୟନ୍ତ ଆପଣଙ୍କୁ ନିଜର ସବୁଠାରୁ ବଡ଼ ଶକ୍ତିର ଜଣାପଡେ ନାହିଁ। ଏଥିପାଇଁ ଜୀବନରେ ହୁଏତ କେତେବଡ଼ ସମସ୍ୟା ଆସିଯାଉ ବା କେତେ ବି ବଡ଼ ଦୁଃଖ ଆସୁ କେବେବି ନିଜର ଆତ୍ମବିଶ୍ୱାସ ହରାନ୍ତୁ ନାହିଁ। ଯେପରିକି ଛତା ବର୍ଷାକୁ ଅଟକାଇ ପାରିବ ନାହିଁ। କିନ୍ତୁ ବର୍ଷାରେ ଠିଆ ହେବାର ସାହସ ଦେଇଥାଏ। ଠିକ ସେହିପରି ଆତ୍ମବିଶ୍ୱାସ ସଫଳତାର ଗ୍ୟାରେଣ୍ଟି ଦିଏ ନାହିଁ କିନ୍ତୁ ଆପଣଙ୍କୁ ସଂଘର୍ଷ କରିବାକୁ ପ୍ରେରଣା ଦେଇଥାଏ।କେହି ଜଣେ କହିଅଛିକି ପ୍ରତ୍ୟକ ଖୁସିକୁ ଖୁସି ଭାବ ନାହିଁ ପ୍ରତ୍ୟକ ଦୁଃଖକୁ ଦୁଃଖ ଭାବନାହିଁ। ଯଦି ଏ ଦୁନିଆର ବଞ୍ଚିବାର ଅଛି ତ ନିଜକୁ କାହାଠାରୁ କମ ଭାବନାହିଁ। କାହିଁକିନା ଜୀବନରେ ସବୁଠାରୁ ବଡ଼ ଖୁସି ସେହି କାମକୁ କରି ଦେଖାଇବାରେ ଅଛି। ଯାହା ଲୋକ କହିଥାନ୍ତି କି ତୁ କରିପାରିବୁ ନାହିଁ। ଯଦି ଜୀବନରେ ଖୁସିରହିବାର ଅଛି ଏବଂ ସବୁବେଳେ ଆଗକୁ ବଢିବାର ଅଛି ତ ଅନ୍ୟର କଥାକୁ ହୃଦୟରେ ନିଅ ନାହିଁ। ଏବଂ ନିଜର ରାଗ ଉପରେ ମଧ୍ୟ କଣ୍ଟ୍ରୋଲ କରିବା ଶିଖି ଯାଅ। କାହିଁକିନା ଯେପରି ଫୁଟୁଥିବା ପାଣିରେ ପ୍ରତିଛବି ଦେଖାଯାଏ ନାହିଁ।ଠିକ ସେହିପରି କ୍ରୋଧ ଅବସ୍ଥାରେ କେବେ ସତ୍ୟକୁ ଦେଖାଯାଇ ପାରିବ ନାହିଁ।ବନ୍ଧୁଗଣ ସବୁବେଳେ ଆମର ଦୁଃଖର କାରଣ ଆମର ଭୁଲ ନିର୍ଣ୍ଣୟ ଦ୍ୱାରା ହୋଇଥାଏ। ଏବଂ ଆମେ ଭୁଲ ନିର୍ଣ୍ଣୟ ତେବେ ନେଇଥାଉ ଯେବେ ଆମେ କ୍ରୋ-ଧରେ ଥାଉ କିମ୍ବା ବହୁତ ଅଧିକ ଦୁଃଖରେ ଥାଉ। ଏଥିପାଇଁ ହୁଏତ କେତେ ଖରାପ ପରିସ୍ଥିତି ଆସୁ ପଛେ କେବେବି ନିଜର ବୁଦ୍ଧିର ସନ୍ତୁଳନ ହରନ୍ତୁ ନାହିଁ।

ବନ୍ଧୁଗଣ ପୋଷ୍ଟ ଶେଷରେ ଏତିକି କହି ରଖୁଛୁ ମାନନ୍ତୁ କି ଜୀବନରେ ସଫଳ ହେବା ଜରୁରୀ ଅଟେ ମାନନ୍ତୁ କି ଜୀବନରେ ସବୁକିଛି ପାଇବା ବି ଜରୁରୀ ଅଟେ।କିନ୍ତୁ ସେଠାରୁ ବି ଅଧିକ ଜରୁରୀ ଅଟେ କି ଜୀବନକୁ ଖୋଲା ହୃଦୟରେ ଖୁସିରେ ବଞ୍ଚିବା। ଗୋଟିଏ ସ୍ମଶାନର ବାହାରେ ଲେଖାଥିଲା କି ତୋଏ ଲକ୍ଷ୍ୟ ଏହା ଥିଲା। କେବଳ ସାରା ଜୀବନ ଏଠାକୁ ଆସୁ ଆସୁ ସରିଗଲା। କଣ ମିଳିଲା ଏ ଦୁନିଆର ତୋତେ ତୁ ଯାଉ ଯାଉ ତୋ ନିଜ ଲୋକ ହିଁ ଜଳାଇ ଦେଲେ ତତେ। ଏସବୁ କଥା ଶୁଣିବାରେ ବହୁତ ଛୋଟ ଓ କାଳ୍ପନିକ ଲାଗୁଥିବ କିନ୍ତୁ ମୋତେ ବିଶ୍ୱାସ କରନ୍ତୁ। ଯଦି ଏହି କଥାକୁ ଆପଣ ଖୋଲା ମନରେ ନିଜ ଜୀବନରେ ଲଗାଇବେ ତ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button