ଦେଶ- ବିଦେଶ

ପେଚାକୁ ଦେଖିବା ବା ଆବାଜ ଶୁଣିବା, ଜାଣନ୍ତୁ ଭବିଷ୍ୟତ ପାଇଁ ୧୨ ଟି ସଂକେତ

ସର୍ବଦା ପେଚାର ଶବ୍ଦକୁ ଖରାପ ନଜରରେ ଦେଖା ଯାଇଛି। କିନ୍ତୁ ସର୍ବଦା ଏଭଳି ହୋଇ ନଥାଏ। ଦେଖିବାକୁ ପଡ଼ିଥାଏ କି ପେଚାର ଶବ୍ଦ କେଉଁ କଥାକୁ ସଂକେତ ଦେଇଥାଏ। ଏହି ଧାରଣା ଜନଶ୍ରୁତି ଉପରେ ଆଧାରିତ ହୋଇଛି। ଏଭଳି କିଛି କଥାରେ ବିଜ୍ଞାନକୁ ଖୋଜିବା ଅସମ୍ଭବ ହୋଇଥାଏ। ଏହା ପରମ୍ପରା ଏବଂ ମାନ୍ୟତା ଉପରେ ଆଧାରିତ ହୋଇଥାଏ।

୧/ ଜନଶ୍ରୁତି ଅନୁସାରେ ପେଚାର କାନ୍ଦ କୌଣସି ଗମ୍ଭୀର ସଂକଟର ସୂଚନା ଦେଇଥାଏ।

୨/ ମାନ୍ୟତା ଅନୁସାରେ ଯଦି ପେଚାର ଶବ୍ଦ ରାତିର ପ୍ରଥମ ପ୍ରହର, ଦ୍ଵିତୀୟ ଏବଂ ଚତୁର୍ଥ ପ୍ରହରରେ ଶୁଣା ଯାଉଥିଲେ ଇଛା ପୂରଣ ହେବାର ସଂକେତ ଦେଇଥାଏ। ଏହାଦ୍ବାରା ଅର୍ଥଲାଭ, ବ୍ୟାପାରରେ ଲାଭ, ରାଜଦରବାର ଆଦିରେ ଲାଭ ମିଳିଥାଏ।

୩/ ଗୋଟେ ଦିଗରେ ପେଚାର ବାରମ୍ବାର ଶବ୍ଦ କରିବା, ଅଧିକ ଦେଖା ଯିବା ଅଧିକ କଲ୍ୟାଣକାରୀ ହୋଇ ନଥାଏ। ଏହା ସଙ୍କଟର ସୂଚନା ଅଟେ ବା ଏହାଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହେବାର ସୂଚନା ମିଳିଥାଏ।

୪/ ଯଦି ପେଚା ବାରମ୍ବାର ଉଚ୍ଚ ସ୍ଵରରେ ବୋବେଇ ହୁଏ, ତାହେଲେ ଆର୍ଥିକ ହାନୀ ହେବାର ସଂକେତ ଏତେ।

୫/ ଯଦି ଆପଣ ରାତି ସମୟରେ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ଏବଂ ପେଚା ପ୍ରସନ୍ନତା ପୂର୍ବକ ମଧ୍ୟମ ସ୍ଵରରେ ବୋବେଇଲେ ଶୁଭ ସଙ୍କେତ ମାନା ଯାଇଥାଏ।

୬/ କୁହାଯାଏ କି ପେଚାର ଡାହାଣ ପାଖକୁ ଦେଖିବା ଏବଂ ଅନେଇବା ଅଶୁଭ ହୋଇଥାଏ। କିନ୍ତୁ ପେଚାର ନାମ ପାଖକୁ ଦେଖିବା ଶୁଭ ହୋଇଥାଏ।

୭/ ଯଦି ପେଚା କୌଣସି ଘରର ଛାତ ଉପରେ ବସି ରାବି ଥାଏ, ତାହେଲେ ସେହି ଘରର କୌଣସି ମୃ-ତ୍ୟୁ ହୋଇ ଯିବାର ସଂକେତ ଦେଇଥାଏ।

୮/ ଯଦି ସକାଳ ସମୟରେ ପୂର୍ବ ଦିଗ ଆଡକୁ ପେଚା ଉଡୁଥିବାର ଦେଖା ଦିଏ ବା ତାର ଶବ୍ଦ ଶୁଣା ଯାଇଥାଏ ତାହେଲେ ଅଚାନକ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ।

୯/ ଆହୁରି ମଧ୍ୟ କୁହାଯାଏ କି ପେଚା ଯଦି କୌଣସି ରୋଗୀକୁ ଛୁଇଁ ଦେଇ ଚାଲି ଯାଏ ବା ରୋଗୀର ଉପର ଦେଇ ଉଡ଼ି ଯାଏ, ତାହେଲେ ରୋଗୀର ଗମ୍ଭୀର ରୋଗ ମଧ୍ୟ ଭଲ ହୋଇଯିବାର ସମ୍ଭାବନା ରହିଥାଏ।

୧୦/ ଯଦି କୌଣସି ଘରର ଫାଟକ ପାଖରେ ପେଚା ୩ ଦିନ ପର୍ଯ୍ୟନ୍ତ କାନ୍ଦୁଥିବାର ଦେଖା ଯାଏ ତାହେଲେ ଆର୍ଥିକ କ୍ଷତି ହେବାର ସମ୍ଭାବନା ବଢ଼ି ଯାଇଥାଏ।

୧୧/ ଯଦି ପେଚା କୌଣସି ଘର ସାମ୍ନାରେ ଲଗାତାର ବସିବାକୁ ଲାଗେ, ତାହେଲେ ବୁଝି ଯାଆନ୍ତୁ କି ବିପତ୍ତି ଆସିବାର ଅଛି।

୧୨/ ଧଳା ପେଚା ଦେଖିଲେ ଶୁଭ ମାନା ଯାଇଥାଏ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button