ରାଜନୀତି

ବିଜେପି ସହ ବୁଝାମଣା କଲେ ଆରଏଲଡି ନେତା ଜୟନ୍ତ ଚୌଧୁରୀ, ୟୁପିରେ ମିଳିଲା ୨ଟି ଲୋସଭା ଆସନ – Kalinga News

[ad_1]

ନୂଆଦିଲ୍ଳୀ: ପୂର୍ବରୁ ଅନୁମାନ କରାଯାଉଥିବା କଥା ସହ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ସହ ହାତ ମିଳାଇଛନ୍ତି ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ। ନିର୍ବାଚନରେ ମେଣ୍ଟ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ସହ ଆଲୋଚନା କରିଥିବା ଜଣାଯାଇଥିଲା।

ସିଟ୍ ବଣ୍ଟନ ଚୁକ୍ତି ଅନୁଯାୟୀ ଆରଏଲଡି ଦୁଇଟି ଲୋକସଭା ଆସନ, ବାଗପାଟ ଏବଂ ବିଜନୋର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହାଛଡ଼ା ରାଜ୍ୟସଭା ଆସନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ଏହି ମେଣ୍ଟର ଆନୁଷ୍ଠାନିକ ଘୋଷଣା କରାଯିବ।

ପୂର୍ବରୁ ସୂତ୍ରରୁ ଜାଣିବାକୁ ମିଳିଥିଲା ଯେ ଜୟନ୍ତ ଚୌଧୁରୀ ମଙ୍ଗଳବାର ଦିନ ଦିଲ୍ଲୀରେ ଜଣେ ବରିଷ୍ଠ ବିଜେପି ନେତାଙ୍କ ସହ ସାକ୍ଷାତ କରି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହୋଇଛନ୍ତି। ମତଦାନର ଦୁଇ ମାସ ପୂର୍ବରୁ ଏହି ଦୁଇ ଦଳ ହାତ ମିଳାଇବା ପରେ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

କେବଳ ସେତିକି ନୁହେଁ, ରାଜ ଠାକ୍‌ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ବି ନିର୍ବାଚନ ପୂର୍ବରୁ ବିଜେପି ସହ ହାତ ମିଳାଇପାରେ ବୋଲି ଅନୁମାନ କରାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button