ଦେଶ- ବିଦେଶ

ଫେଙ୍ଗଲ୍ ଲ୍ୟାଣ୍ଡଫଲ୍‌ର ପ୍ରଭାବ: ପବନ ସହ ତୁହାକୁ ତୁହା ବର୍ଷା ଜାରି

ଚେନ୍ନାଇ: ଶନିବାର ସନ୍ଧ୍ୟାରେ ସାଇକ୍ଲୋନିକ୍ ଝଡ ଫେଙ୍ଗଲ୍ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍ କରିଛି ଏବଂ ଏହି ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଲାଗିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।

ଆଇଏମଡି-ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ବାଲାଚନ୍ଦ୍ରନ୍ କହିଛନ୍ତି ଯେ ନଭେମ୍ବର ୩୦ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଏହି ଘୂର୍ଣ୍ଣିବଳୟ ଲ୍ୟାଣ୍ଡଫଲ୍ ଆରମ୍ଭ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସୁରକ୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରରେ ବିମାନ ଉଡ଼ାଣକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଫଳରେ ବହୁ ସଂଖ୍ୟକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ବିମାନ ସେବା ଉଡ଼ାଣ ବନ୍ଦ ସମ୍ପର୍କରେ ସୋସିଆଲ ମିଡିଆରେ ଲୋକଙ୍କୁ ସୂଚନା ଦେଇଛନ୍ତି ଯେ ଆଗାମୀ କିଛି ଘଣ୍ଟା ପାଇଁ ବିମାନ ଉଡ଼ାଣ ବନ୍ଦ ରହିବ।

ଏୟାର ଇଣ୍ଡିଆ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ କହିଛି ଯେ ଖରାପ ପାଗ ଏବଂ ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ବନ୍ଦରରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଇଣ୍ଡିଗୋ ଏକ ଯାତ୍ରା ପରାମର୍ଶଦାତା ଜାରି କରି କହିଛି ଯେ ଚେନ୍ନାଇ, ତିରୁଚିରାପଲ୍ଲୀ, ଟୁଟିକୋରିନ୍, ମଦୁରାଇ, ତିରୁପତି ଏବଂ ବିଶାଖାପାଟନମ୍ ସମେତ ଅନେକ ସହରକୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି।

ଏଥି ସହିତ ଚେନ୍ନାଇ ବିମାନବନ୍ଦର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟିଂ କରି କହିଛି ଯେ ବିମାନ ବନ୍ଦରରେ ସମସ୍ତ ଆଗମନ ଏବଂ ପ୍ରସ୍ଥାନ ବିମାନ ସେବା ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ପାଗର ଉନ୍ନତି ହେଲେ ବିମାନ ଚଳାଚଳ  ଆରମ୍ଭ ହେବ। ଶନିବାର ରାତିରେ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button