ହ୍ୟାଟ୍ରିକ୍: ମୁମ୍ବାଇର ପରାଜୟ, ରାଜସ୍ଥାନର ବିଜୟ – Kalinga News

[ad_1]
ମାଇଲ୍ଖୁଣ୍ଟ ମ୍ୟାଚ୍ରେ ମୁମ୍ବାଇ ବିଫଳ
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି ରହିଛି। ନୂଆ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଲଗାତାର ତୃତୀୟ ମ୍ୟାଚ୍ ହାରିଛି ଏହି ଦଳ। ଫଳରେ ହ୍ୟାଟ୍ରିକ୍ ପରାଜୟ ବରଣ କରିବାର ଅପଯଶ ମୁଣ୍ଡାଇଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଲଗାତାର ତୃତୀୟ ମ୍ୟାଚ୍ ଜିତି ହ୍ୟାଟ୍ରିକ୍ ବିଜୟର ମିଠାମିଠା ସ୍ବାଦ ଚାଖିଛି। ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୨୬ ରନ୍ର ଲକ୍ଷ୍ୟ ଦେଇଥିଲା। ଯାହାକୁ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ୨୭ ବଲ୍ ପୂର୍ବରୁ ମାତ୍ର ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ମୁମ୍ବାଇ ବୋଲର ୪୮ ରନ୍ରେ ରାଜସ୍ଥାନର ୩ ୱିକେଟ୍ ନେଇ ମ୍ୟାଚ୍ରେ ରୋମାଞ୍ଚ ଭରିବାକୁ ଚେଷ୍ଟା କରିଥିଲେ। ହେଲେ ପୁଣି ରିୟାନ ପରାଗ ଚମତ୍କାର ପ୍ରଦର୍ଶନ କରି ୫୪ ରନ୍ର ପାଳି ବଳରେ ରାଜସ୍ଥାନକୁ ସହଜ ବିଜୟ ଉପହାର ଦେଇଥିଲେ। ଷୋଡ଼ଶ ଓଭରରେ ଜେରାଲ୍ଡ କୋଏତ୍ଜେଙ୍କ ପ୍ରଥମ ତିନି ବଲ୍କୁ ଦୁଇଟି ଛକା ଓ ଗୋଟିଏ ଚୌକା ମାରି ପରାଗ କେବଳ ଲଗାତାର ଅର୍ଦ୍ଧଶତକ ପୂରଣ କରି ନଥିଲେ; ବରଂ ନିଜ ବ୍ୟାଟିଂ ପରାକ୍ରମର ଆଉ ଏକ ଜାଜ୍ଜ୍ବଲ୍ୟମାନ ଝଲକ ଦେଖାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମାଇଲ୍ଖୁଣ୍ଟ ମ୍ୟାଚ୍ରେ ମୁମ୍ବାଇ ବିଫଳ
ପ୍ରଥମ ଘରୋଇ ମ୍ୟାଚ୍ରୁ ପ୍ରଥମ ବିଜୟ ସନ୍ଧାନରେ ମୁମ୍ବାଇ ଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଅତି ଶୋଚନୀୟ ବ୍ୟାଟିଂ କରିଥିଲା। ବିଶେଷ କରି ରାଜସ୍ଥାନ ରୟାଲ୍ସର ଦୁଇ ବାମହାତୀ ଦ୍ରୁତ ବୋଲର୍ ଟ୍ରେଣ୍ଟ ବୋଲ୍ଟ (୩/୨୨) ଓ ନନ୍ଦ୍ରେ ବର୍ଗର (୨/୩୨)ଙ୍କ ମାପଚୁପ ଓ ଶାଣିତ ବୋଲିଂ ଆଗରେ ଆରମ୍ଭରୁ ଆତ୍ମସମର୍ପଣ କରିଥିଲା। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବୋଲ୍ଟ ପ୍ରଥମ ଓଭରର ପଞ୍ଚମ ଓ ଷଷ୍ଠ ବଲ୍ରେ ରୋହିତ ଶର୍ମା ଓ ନମନ ଧୀରଙ୍କୁ ଆଉଟ୍ କରିବା ପରେ ଗୋଟିଏ ଓଭର ବ୍ୟବଧାନରେ ଇମ୍ପାକ୍ଟ ପ୍ଲେୟାର ଦେୱାଲ୍ଡ ବ୍ରେଭିସ୍ଙ୍କୁ ଆଉଟ୍ କରି ମୁମ୍ବାଇ ମେରୁଦଣ୍ଡ ଦୁଇ ଓଭର ଭିତରେ ଭାଙ୍ଗି ଦେଇଥିଲେ। ଏହି ତିନି ଜଣ ଯାକ ଲୋକପ୍ରିୟ ବ୍ୟାଟର୍ ଖାତା ଖୋଲିବା ପୂର୍ବରୁ ନିଜ ନିଜ ୱିକେଟ୍ ହରାଇବା ମୁମ୍ବାଇ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଥିଲା। ରୋହିତ ସପ୍ତଦଶ ଥର ପାଇଁ ‘ଶୂନ’ ଆଗକୁ ବଢ଼ି ପାରି ନଥିଲେ। ମୁମ୍ବାଇର ଦୁଃଖ କିନ୍ତୁ ସେତିକିରେ ଦୂର ହୋଇନଥିଲା। ଈଶାନ କିଶନଙ୍କୁ ସଞ୍ଜୁ ସାମ୍ସନ୍ଙ୍କ ହାତରେ କ୍ୟାଚ୍ କରାଇ ୨୦ ରନ୍ରେ ବର୍ଗର ଏହି ଦଳକୁ ଚତୁର୍ଥ ଝଟ୍କା ଦେଇଥିଲେ। ପଞ୍ଚମ ୱିକେଟ୍ରେ ତିଲକ ବର୍ମା ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୪୬ ରନ୍ ଯୋଡ଼ି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। ହେଲେ ସ୍ପିନର୍ ୟୁଝବେନ୍ଦ୍ର ଚହଲ ଭିନ୍ନ ଯୋଜନାରେ ଥିଲେ। ଚଳିତ ଋତୁରେ ପ୍ରଥମ ଥର ଆତ୍ମବିଶ୍ବାସର ସହ ବ୍ୟାଟିଂ କରୁଥିବା ପାଣ୍ଡ୍ୟାଙ୍କୁ ଚହଲ ଚତୁରତାର ସହ ବଦଳ ଖେଳାଳି ରୋଭମ୍ୟାନ୍ ପାୱେଲଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିଥିଲେ। ପରେ ଆଉ ଦୁଇଟି ୱିକେଟ୍ ନେଇ ସୋମବାର ୨୫୦ ମ୍ୟାଚ୍ର ମାଇଲଖୁଣ୍ଟ ଛୁଇଁଥିବା ମୁମ୍ବାଇ ଉପରୁ ଚାପ ହଟିବାକୁ ଦେଇ ନଥିଲେ। ଫଳରେ ୯ ୱିକେଟ୍ ବିନିମୟରେ ମାତ୍ର ୧୨୫ ରନ୍ରେ ଅଟକି ଯାଇଥିଲା ୫ଥର ବିଜେତା ଦଳ।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୨୫/୯ (ହାର୍ଦିକ ପାଣ୍ଡ୍ୟା-୩୪, ତିଳକ ବର୍ମା-୩୨, ୟୁଝବେନ୍ଦ୍ର ଚହଲ-୩/୧୧, ଟ୍ରେଣ୍ଟ୍ ବୋଲ୍ଟ-୩/୨୨, ନାନ୍ଦ୍ରେ ବର୍ଗର-୨/୩୨, ଆୱେସ ଖାନ୍-୧/୩୦)। ରାଜସ୍ଥାନ ରୟାଲ୍ସ ୧୫.୩ ଓଭରରେ ୧୨୭/୪ (ରୢାନ୍ ପରାଗ-୫୪*, ଆର୍ ଅଶ୍ବିନ-୧୬, ଶୁଭମ ଦୁବେ-୮*, ଆକାଶ ମଧୱାଲ-୩/୨୦, କ୍ବେନା ଏମ୍ଫାକା-୧/୨୩)।
[ad_2]




