ଏହି ଚାରୋଟି ସ୍ବପ୍ନ ଯଦି ରାତିରେ ଶୋଇବା ସମୟରେ ଦେଖନ୍ତି ,ତେବେ ଭୁଲରେ ମଧ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ
ନମସ୍କାର ବନ୍ଧୁଗଣ ଆମେ ଶୋଇବା ସମୟରେ ବିଭିନ୍ନ ପ୍ରକାରର ସ୍ବପ୍ନ ଦେଖିଥାଉ ଯେମିତିକି କିଛି ଭୟଙ୍କର ସ୍ବପ୍ନ ଦେଖିଥାଉ ବା କିଛି ଭଲ ସ୍ବପ୍ନ ଦେଖିଥାଉ ଆମେ ଯେଉଁ ସ୍ବପ୍ନ ଦେଖିଥାଉ ତାହାକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ ମଧ୍ୟ କରି ଦେଇଥାଉ କିନ୍ତୁ ଆଜିର ବିଷୟରେ ଆମେ ଆପଣଙ୍କୁ ଚାରୋଟି ସ୍ବପ୍ନ ବିଷୟରେ କହିବୁ ଯାହା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ହୋଇନଥାଏ ଏପରି କରିବା ଦ୍ୱାରା ମନୁଷ୍ୟ କୌଣସି କାର୍ଯ୍ୟରେ ସଫଳ ହୋଇନଥାଏ |
ନମ୍ବର 1 ବନ୍ଧୁଗଣ ଆପଣ ଶୋଇବା ସମୟରେ ନିଜ ମୃତ୍ୟୁ ବିଷୟରେ ସ୍ବପ୍ନ ଦେଖିଛନ୍ତି ତେବେ ଏହି କଥାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ କାରଣ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଯଦି ଆପଣ ଏପରି କିଛି ସ୍ବପ୍ନ ଦେଖୁଛନ୍ତି ତେବେ ଜାଣିରଖନ୍ତୁ ଆପଣଙ୍କ ବହୁତ ବଡ଼ ସମସ୍ୟା ଦୂର ହେବାକୁ ଯାଉଅଛି |ଆଉ ଦୁଃଖର ଦିନ ଯାଇ ସୁଖର ଦିନ ଆସିବାକୁ ଯାଉଅଛି |ଯଦି ଆପଣ ଏହି କଥାକୁ କାହା ଆଗରେ ପ୍ରକାଶ କରି ଦେବେ ତେବେ ଏହି ସ୍ୱପ୍ନର ପ୍ରଭାବ ନଷ୍ଟ ହୋଇ ଯାଇଥାଏ |
ନମ୍ବର 2 ଆପଣ ଯଦି ଶୋଇବା ସମୟରେ ନିଜକୁ ଜଙ୍ଗଲରେ ବୁଲୁଥିବାର କିମ୍ବା କୌଣସି ନଦୀ ପାଖରେ ବସିଥିବାର ସ୍ବପ୍ନ ଦେଖୁଛନ୍ତି ତେବେ ଏହି କଥା ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ |କାରଣ ଏହାର ଅର୍ଥ ଏହା ହୋଇଥାଏ ଯେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଅଛି ଏବଂ ଆପଣ ବହୁତ ବଡ଼ କାର୍ଯ୍ୟରେ ସଫଳତା ହାସଲ କରିବାକୁ ଯାଉଛନ୍ତି |
ନମ୍ବର 3 ଆପଣ ଯଦି ସ୍ୱପ୍ନରେ ଗାଈ ତାର ବାଛୁରୀ ଏକା ସହିତ ଚାରୁଥିବାର ଦେଖନ୍ତି ତେବେ ଜାଣିରଖନ୍ତୁ ଆପଣ ଭବିଷ୍ୟତରେ କୋଟିପତି ବନିବାର ଆଶଙ୍କା ରହିଛି ଯଦି ଆପଣ ଏହି କଥାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରୁଛନ୍ତି ତେବେ ଆପଣଙ୍କ ଆଶା ଆଶାରେ ହିଁ ରହିଯିବ ମାନେ ଏହି ସ୍ୱପ୍ନର ପ୍ରଭାବ କମି ଯାଇଥାଏ |ତେବେ ଭୁଲରେ ଏହି ସ୍ବପ୍ନ ବିଷୟରେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ |
ନମ୍ବର 4 ଆପଣ ଯଦି ଶୋଇବା ସମୟରେ ସାପର ସ୍ବପ୍ନ ଦେଖୁଛନ୍ତି ତେବେ ଜାଣିରଖନ୍ତୁ କି ଆପଣଙ୍କ ଜୀବନରେ ମାନ ସମ୍ମାନର ବୃଦ୍ଧି ଘଟିବାକୁ ଯାଉଛି ଆଉ ଯଦି ଆପଣ ଏହି ସ୍ବପ୍ନ ବିଷୟରେ ଅନ୍ୟ ମାନଙ୍କୁ ଜଣାଇ ଦେଉଛନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇ ଯାଇଥାଏ |