ଖେଳ ଖବର

ବିଶାଖାପାଟଣା ଟେଷ୍ଟ : ଇଂଲଣ୍ଡ ୨୯୨ ରନରେ ଅଲଆଉଟ,୧୦୬ ରନରେ ଜିତିଲା ଭାରତ – Kalinga News

[ad_1]

 

ବିଶାଖାପାଟଣା : ବିଶାଖାପାଟଣା ଟେଷ୍ଟରେ ଇଂଲଣ୍ଡକୁ ୨ୟ ଇନିଂସରେ ୨୯୨ ରନରେ ଅଲଆଉଟ କରି ମ୍ୟାଚକୁ ୧୦୬ ରନରେ ଜିତିନେଇଛି ଭାରତ । ଭାରତ ପକ୍ଷରୁ ୩୯୯ ରନର ଲକ୍ଷ୍ୟର ଟାର୍ଗେଟ୍ ଦିଆଯାଇଥିବାବେଳେ ଜାକ୍ କ୍ରାଉଲିଙ୍କ ଛଡ଼ା ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । କ୍ରାଉଲି ୭୩ ରନ କରିଥିଲେ ।

ତୃତୀୟ ଦିନରେ ୬୭ ରନ୍ କରିବା ପରେ ଇଂଲଣ୍ଡଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ କହିଥିଲେ ଯେ ଚତୁର୍ଥ ଦିନରେ ଆମେ ୬୦-୭୦ ଓଭରରେ ଅବଶିଷ୍ଟ ୩୩୨ ରନ୍ କୁ ପିଛା କରିବୁ। ୬୦୦ ରନର ଟାର୍ଗେଟକୁ ପିଛା କରିବାକୁ ଦଳ ପ୍ରସ୍ତୁତ ଥିବା ସେ କହିଥିଲେ। କିନ୍ତୁ ୪ର୍ଥ ଦିନରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ସାମନାରେ ବେଶୀସମୟ ତିଷ୍ଠିପାରିନଥିଲେ ।

ଚତୁର୍ଥ ଦିନର ମଧ୍ୟାହ୍ନ ଭୋଜନ ପୂର୍ବରୁ ଇଂଲଣ୍ଡ ୬ ୱିକେଟ୍ ହରାଇଥିଲା। ତେବେ ଟମ୍ ହାର୍ଟଲି ୩୬ ଓ ବେନ୍ ଫୋକ୍ସ ୩୬ ରନ୍ କରି ଇଂଲଣ୍ଡର ଆଶା ବଢ଼ାଇଥିଲେ ହେଁ ଯଶପ୍ରୀତ ବୁମରା ଫୋକ୍ସଙ୍କୁ ଆଉଟ୍ କରି ଭାରତୀୟ ବିଜୟ ନିଶ୍ଚିତ କରିଦେଇଥିଲେ ।

ଏହି ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିଥିଲା ଓ ନିଜର ପ୍ରଥମ ଇନିଂସରେ ୩୯୬ ରନ କରିଥିଲା । ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୫୩  ରନ କରି ଅଲଆଉଟ ହୋଇଯାଇଥିଲା । ଏହା ପରେ ଭାରତ ନିଜର ୨ୟ ଇନିଂସରେ ୨୫୫ ରନ କରିଥିଲା ।

ଭାରତ ପକ୍ଷରୁ ଏହି ମ୍ୟାଚରେ ୯ଟି ଓ୍ବିକେଟ ନେଇଥିବା ଯଶପ୍ରୀତ ବୁମରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button