ମନୋରଞ୍ଜନ

ନିର୍ଭୀକ ସାମ୍ବାଦିକା ବନାମ ‘ଭକ୍ଷକ’ ବିଧାୟକ – Kalinga News

[ad_1]

୨୦୧୮ର ଏକ ସତ କାହାଣୀକୁ ନେଇ ନିର୍ମିତ ବଲିଉଡ୍‌ ଚଳଚ୍ଚିତ୍ର ‘ଭକ୍ଷକ’ ଆସନ୍ତା ୯ ତାରିଖରେ ‘ନେଟ୍‌ଫ୍ଲିକ୍‌ସ’ରେ ମୁକ୍ତିଲାଭ କରିବ। ବିହାରର ଏକ କନ୍ୟା ଆଶ୍ରୟ ଗୃହରେ ନାବାଳିକାଙ୍କ ସହ ହେଉଥିବା ଗର୍ହିତ ଦୁଷ୍କର୍ମର କାହାଣୀକୁ ଉଜାଗର କରି ଜଣେ ସ୍ଥାନୀୟ ମହିଳା ସାମ୍ବାଦିକ କିପରି ନ୍ୟାୟ ପାଇଁ କ୍ଷମତାଶାଳୀ ଲୋକଙ୍କ ସହ ଲଢ଼େଇ କରୁଛନ୍ତି ତାହା ଏହି ସିନେମାର କେନ୍ଦ୍ରରେ ଅଛି। ‘ବୈଶାଳୀ ସିଂହ’ ନାମକ ମୁଖ୍ୟ ଚରିତ୍ରରେ ଭୂମି ପେଡ଼ନେକର ଅଭିନୟ କରିଛନ୍ତି। ଏହି ସିନେମା ପଛର ବାସ୍ତବ କାହାଣୀ ସଂକ୍ଷେପରେ ଏହିପରି। ୨୦୧୮ ମସିହାରେ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ୍‌ ସାଇନ୍‌ସେସ୍ ବିହାର ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲେ। ସେଥିରେ ଉଲ୍ଲେଖ ଥିଲା କିପରି ମୁଜାଫରପୁରର ଏକ କନ୍ୟା ଆଶ୍ରୟ ଗୃହରେ ୩୦ରୁ ଅଧିକ ନାବାଳିକାଙ୍କ ସହିତ ଦୁଷ୍କର୍ମର ଘଟଣା ପ୍ରକାଶ ପାଇଛି। ଏହା ପରେ ୧୧ ଜଣ ଅଭିଯୁକ୍ତଙ୍କ ନାମରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୁଏ। ସୁପ୍ରିମ୍ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତି ଏବଂ ଏହି ମାମଲା ସିବିଆଇକୁ ସ୍ଥାନାନ୍ତର ହୁଏ। ଏହି ଦୁଷ୍କର୍ମ ମାମଲାର କେନ୍ଦ୍ରରେ ଥିଲେ ବ୍ରଜେଶ ଠାକୁର, ଯିଏ ଜଣେ ପୂର୍ବତନ ବିଧାୟକ ତଥା ‘ସେବା ସଂକଳ୍ପ ଏବଂ ବିକାଶ ସମିତି’ ନାମକ ଏନ୍‌ଜିଓର ପ୍ରତିଷ୍ଠାତା। ସେହି ଏନ୍‌ଜିଓ ହିଁ ଉକ୍ତ କନ୍ୟା ଆଶ୍ରୟ ଗୃହ ଚଳାଉଥିଲା।

ଅର୍ଥାତ୍‌, ଅସହାୟ ବାଳିକାମାନଙ୍କ ରକ୍ଷକ ଭାବେ ସମାଜରେ ଏକ ଛଦ୍ମ ଚେହେରା ଦେଖାଇ ବ୍ରଜେଶ ଅସଲରେ ଜଣେ ଭକ୍ଷକ ପାଲଟିଥିଲେ। କୋର୍ଟରେ ମାମଲାର ଶୁଣାଣି ପରେ ପ୍ରମାଣିତ ହୋଇଥିଲା ଯେ ବ୍ରଜେଶ ନାବାଳିକାଙ୍କ ସହିତ ଯୌନ ହିଂସା, ଗଣଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧ କରିଥିଲେ। ୨୦୨୦ରେ ତାଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରାଯାଇଥିଲା। ବ୍ରଜେଶଙ୍କ ସହିତ ଅନ୍ୟ ୧୧ ଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ଏହି ମାମଲା ମନେ ପକାଇଦେଇଥିଲା ସୀମାନ୍ତରିତ ସଂପ୍ରଦାୟର ମହିଳାମାନେ କିଭଳି ଅତ୍ୟାଚାର ଓ ଦୁଷ୍କର୍ମ ଭୋଗିବାର ବିପଦ ରହିଛି ଏବଂ ସେମାନଙ୍କୁ ନ୍ୟାୟ ମିଳିବା କେତେ କଷ୍ଟକର ହୋଇଥାଏ। ଆମ ପୁରୁଷତାନ୍ତ୍ରିକ ସମାଜରେ ଖଳ କ୍ଷମତାଶାଳୀ ପୁରୁଷମାନେ ମହିଳା ଓ ଶିଶୁମାନଙ୍କ ଉପରେ ଅତ୍ୟାଚାର କରିବାକୁ ଭୟ କରୁ ନ ଥିବା ବେଳେ ସମାଜର ସମର୍ଥନ ପାଉ ନ ଥିବା ଜଣେ ସାମ୍ବାଦିକା ଘାତ ପ୍ରତିଘାତକୁ ଭ୍ରୂକ୍ଷେପ ନ କରି ସେହି ପୁରୁଷମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଶେଷରେ ସାମ୍ବାଦିକାଜଣକ ବିଜୟୀ ମଧ୍ୟ ହୋଇଛନ୍ତି। ଆଶା ‘ଭକ୍ଷକ’ ସିନେମାଟି ଏଭଳି ବିଜୟର ପ୍ରଚାରପ୍ରସାର କରିବ ଏବଂ ମହିଳାମାନଙ୍କ ମନରେ ସାହସ ଓ ଆତ୍ମବିଶ୍ବାସ ଭରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button