ସ୍ୱାସ୍ଥ୍ୟ

ଡାଇବେଟିସ ରୋଗୀ ଭୁଲ ରେ ବି ଏହି ୪ଟି ଫଳ ଖାଆନ୍ତୁ ନାହିଁ, ନହେଲେ ହୋଇଯିବ ଅସୁବିଧା

ଡାଇବେଟିସ ବର୍ତ୍ତମାନ ସମୟରେ ଏକ ସାଧାରଣ ରୋଗ ହୋଇଥିବା ବେଳେ ଲୋକେ କିନ୍ତୁ ଖାଦ୍ୟର ଚୟନରେ ଅଧିକ ଦ୍ବନ୍ଦରେ ପଡିଥାନ୍ତି । କେହି କେହି ସେହି ଏକା ପ୍ରକାରର ଖାଦ୍ୟକୁ ଖାଇବାକୁ କହୁଥିବା ବେଳେ କେହି କେହି ଏହାକୁ ଖାଇବାକୁ ମନା କରନ୍ତି । ଯାହା ଫଳରେ ଡାଇବେଟିସ ଆକ୍ରାନ୍ତ ବ୍ୟକ୍ତି ନିଜ ମନ ପସନ୍ଦ ଖାଦ୍ୟ ଖାଇବାରୁ ଅନେକ ସମୟରେ ବଞ୍ଚିତ ହୋଇଥାଏ ।

ବର୍ତ୍ତମାନର ସୋସିଆଲ ମିଡିଆ ଜମାନରେ ସେ ଗୁଗଲ ହେଉ କି ୟୁ ଟୁବ ଡାଇବେଟିସକୁ ନେଇ ବିଶେଷ ତଥ୍ୟ ରହିଛି । ହେଲେ ଆମେ ଆପଣଙ୍କୁ କହି ରଖୁଛୁ ତଥ୍ୟ ଗୁଡ଼ିକର ବାସ୍ତବ ସତ୍ୟ ନ ଜାଣି କୌଣସି ବି ପଦ୍ଧତିକୁ ଆପଣାଇ ନିଅନ୍ତୁ ନାହିଁ ।

ତେବେ ଆଜି ଆମେ ବିଶେଷ କରି ଫଳ ବିଷୟରେ ଜାଣିବା । କେଉଁ ଫଳ ଖାଇବେ ଓ କେଉଁ ଫଳ ଖାଇବେ ନାହିଁ ଓ ଖାଇବେ ଯଦି କେତେ ପରିମାଣରେ ଖାଇବେ ସେ ବିଷୟରେ ଜାଣିବା ।

କଦଳୀ ସବୁଦିନ ଖାଇବା ଠିକ୍ ହୋଇ ନଥାଏ । ମଝିରେ ମଝିରେ ଖାଇ ପାରିବେ । ଅଧିକ ପାଚି ଯାଇଥିବା କଦଳୀ ନ ଖାଇଲେ ଭଲ । ୧୦୦ ଗ୍ରାମରୁ ଅଧିକ ଆମ୍ବ ଖାଇବା ଉଚିତ୍ ନୁହେଁ । ଅର୍ଥାତ୍ ଗୋଟିଏ ଆମ୍ବ ଖାଇ ପାରିବେ । ଅଙ୍ଗୁରରେ ଅଧିକ ଫାଇବର ଥାଏ, ଯାହା ଡାଇବେଟିସ ବଢ଼ାଇଥାଏ । ତେଣୁ ଅଙ୍ଗୁର ନ ଖାଇଲେ ଭଲ । ପଣସରେ ଅଧିକ ପରିମାଣର ଚିନି ରହିଥାଏ । ନ ଖାଇଲେ ଭଲ । ତେବେ ସେଓ, ଅମୃତ ଭଣ୍ଡା, କମଳା ଆଦି ଫଳ ଡାଇବେଟିସ ବ୍ୟକ୍ତି ମାନେ ଖାଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button