ପୁରୁଷ ଜୀବନରେ ଏହି ୧୦ ପ୍ରକାରର ରୋଗ ଥିଲେ ଭୁଲରେ ବି ଭାଏଗ୍ରା ନେବା ଉଚିତ୍ ନୁହେଁ ! ନଚେତ୍ ଚାଲିଯିବ ଜୀବନ

ଇରେକ୍ଟାଇଲ୍ ଡିସଫଙ୍କସନ ରୋଗୀମାନେ ସମ୍ପର୍କକୁ ସହଜ କରିବା ପାଇଁ ଭାୟାଗ୍ରା ନେଇଥାନ୍ତି । କିନ୍ତୁ କିଛି ପୁରୁଷ ଏହି ଟାବଲେଟ୍ ନେବାରେ ଭୁଲ୍ କରିବା ଉଚିତ୍ ନୁହେଁ, ଜାଣନ୍ତୁ କାହିଁକି?
ଏହି ୧୦ ପ୍ରକାର ରୋଗରେ ଆକ୍ରାନ୍ତ ପୁରୁଷ ଭୁଲରେ ବି ଭାଏଗ୍ରା ଖାଇବା ଉଚିତ ନୁହେଁ । ସେଲଡେନାଫିଲ କିମ୍ବା ଅନ୍ୟ ମେଡିସିନ୍ ଖାଉଥିବା ବ୍ୟକ୍ତି ଭାଏଗ୍ରା ଟାବଲେଟ୍ ଖାଇଲେ ପସ୍ତେଇବେ। ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହିତ ବିଭିନ୍ନ ରୋଗକୁ ଡାକିଆଣିବ । ହୃଦରୋଗ କିମ୍ବା ଲିଭର୍ ରୋଗ ପାଇଁ ମେଡିସିନ୍ ଖାଉଥିବା ବ୍ୟକ୍ତି ଆଦୌ ଭାଏଗ୍ରା ଖାଇବା ଉଚିତ୍ ନୁହେଁ । କାରଣ ଭାଏଗ୍ରା ଟାବଲେଟ୍ ହାର୍ଟ ଏବଂ ଲିଭର୍ ଉପରେ ପ୍ରଭାବ ପକାଇବା ସହିତ ମୃତ୍ୟୁକୁ ଡାକିଆଣିଥାଏ । ଷ୍ଟ୍ରୋକ୍, ହୃଦଘାତକୁ ସାମ୍ନା କରିଥିବା ବ୍ୟକ୍ତି ଭାଏଗ୍ରା ଭୁଲ୍ରେ ବି ଖାଆନ୍ତୁନି । ଏହା ସହିତ ନିମ୍ନ ରକ୍ତଚାପ, ଆଖି ସମସ୍ୟା ଥିବା ବ୍ୟକ୍ତି ବି Vigra ଖାଇବା ଖରାପ ହୋଇଥାଏ ।
ତେଣୁ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ସିକଲ୍ ସେଲ୍ ଏନିମିୟା, ଲୁକେମିଆ, ମଲ୍ଟିପୁଲ ମାଏଲୋମା ଭଳି କର୍କଟ ରୋଗୀ ଖାଇ ପାରିବେନି । ପେଟ ସମସ୍ୟା ଏବଂ ରକ୍ତ ହୀନତା ଥିବା ବ୍ୟକ୍ତି ଭାଏଗ୍ରା ଆଦୌ ଖାଇବା ଉଚିତ ନୁହେଁ । ଡାକ୍ତରଙ୍କ ବିନା ପରାମର୍ଶରେ ବଜାରରେ ମିଳୁଥିବା ଭାଏଗ୍ରା ଖାଇବା ମୃତ୍ୟୁକୁ ଅକାଳେ ଡାକିଆଣିବ ।