ସ୍ୱାସ୍ଥ୍ୟ

ସାବଧାନ ! ଡାଇବେଟିସ ରୋଗୀ ଏମିତି କଲେ ହୋଇପାରେ ବ୍ଲଡ଼ କ୍ୟାନସର, ଜାଣନ୍ତୁ ଏହି ବଡ଼ କାରଣ ବିଷୟରେ

ବର୍ତ୍ତମାନର ସମୟରେ କର୍କଟ ରୋଗ ଏକ ମହାମାରୀ ପରି ବ୍ୟାପି ଚାଲିଛି । ପୁର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ବର୍ତ୍ତମାନ ଏହି ରୋଗର ପ୍ରଭାବ ବଢିବା ସହିତ ଅଧିକରୁ ଅଧିକ ହସ୍ପିଟାଲ ମଧ୍ୟ ନିର୍ମାଣ କରା ଯାଉଛି । କର୍କଟ ବିଭିନ୍ନ ପ୍ରକାରର ହୋଇ ପାରେ ଯେପରିକି ସ୍ତନ କର୍କଟ, ଫୁସଫୁସ କର୍କଟ, ମସ୍ତିଷ୍କ କର୍କଟ ।

ହେଲେ ଏଥି ମଧ୍ୟରେ ବର୍ତ୍ତମାନ ରକ୍ତ କର୍କଟ ଏକ ନୂଆ ସମସ୍ୟା ରୂପେ ଦେଖା ଦେଇଛି । ଏକ ବିଶେଷ ଅନୁଧ୍ୟାନ ରୁ ଜଣା ଯାଇଛି ଯେ ଡାଇବେଟିସ ଗ୍ରସ୍ତ ଲୋକ ମାନଙ୍କୁ ରକ୍ତ କର୍କଟ ହେବାର ସମ୍ଭାବନା ରହିଥାଏ । ନିକଟରେ ଭାରତୀୟ – ଆମେରିକୀୟ ବୈଜ୍ଞାନିକ ମାନେ ଏ ନେଇ ଏକ ମିଳିତ ଅନୁସନ୍ଧାନ କରିଛନ୍ତି । ଯେଉଁଥିରୁ ସେମାନେ ମାଏଲୋମା ରକ୍ତ କୋଷିକାକୁ ନେଇ ପରୀକ୍ଷା କରିଛନ୍ତି ।

ପରୀକ୍ଷାରୁ ଜଣା ପଡିଛି ଯେ ଅତ୍ୟଧିକ ମାଏଲୋମା ରକ୍ତ କୋଷିକା ଥିବା ବ୍ୟକ୍ତିଙ୍କ ପାଖରେ ବ୍ଲଡ କ୍ୟାନ୍ସର ହେବାର ସମ୍ଭାବନା ଡାଇବେଟିସ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଅଧିକ ରହିଛି । ଏବଂ ଏହାର ପରିମାଣ ଗୋରା ଲୋକଙ୍କ ତୁଳନାରେ କଳା ରଙ୍ଗର ଲୋକ ମାନଙ୍କ ଠାରେ ଅଧିକ ଦେଖା ଦେଇଥାଏ ।ନିକଟରେ ଏକ ହେଲ୍ଥ ଆଣ୍ଡ ରିସର୍ଚ୍ଚ ମାଗାଜିନ୍ ରେ ପ୍ରକାଶ କରା ଯାଇଥିଲା ଯେ ରକ୍ତ କର୍କଟ ଏକ ମନ୍ଥର ପ୍ରକ୍ରିୟା । ଯାହା ଏକ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଦେଇ ଗରି କରିଥାଏ । ମାନସିକ ଚାପ ଏବଂ ଖାଦ୍ୟ ପେୟରେ ମଧ୍ୟ ଏହାର ଅନେକ ପ୍ରଭାବ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button