ଦେଶ- ବିଦେଶ
ନୂଆ ବିହାର କ୍ୟାବିନେଟରେ ବିଭାଗ ବଣ୍ଟନ , ନୀତୀଶଙ୍କୁ ଗୃହ, ସମ୍ରାଟଙ୍କୁ ଅର୍ଥ – Kalinga News

[ad_1]
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ନୂଆ ବିହାର କ୍ୟାବିନେଟରେ ଆଜି ବିଭାଗ ବଣ୍ଟନ ହୋଇଛି। ନୀତୀଶ କୁମାର ନିଜ ପାଖରେ ଗୃହ ବିଭାଗ ରଖିଥିବାବେଳେ ପୂର୍ବରୁ ଜେଡିୟୁ ପାଖରେ ଥିବା ଅର୍ଥ ବିଭାଗକୁ ନୂଆ ବିଜେପି ମେଣ୍ଟ ସହଯୋଗୀକୁ ପ୍ରଦାନ କରିଛନ୍ତି। ବିହାରର ୨ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ତଥାନ ସମ୍ରାଟ ଚୌଧୁରୀଙ୍କୁ ଅର୍ଥ ବିଭାଗ ମିଳିଛି। ଅନ୍ୟ ଜଣେ ଉପପ୍ରଧାନମନ୍ତ୍ରୀ ବିଜୟ କୁମାଗର ସିହ୍ନାଙ୍କୁ ଗୁରୁତ୍ବପୂର୍ଣ୍ଣ କୃଷି ଏବଂ ସଡ଼କ ନିର୍ମାଣ ବିଭାଗ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ନୀତୀଶ କୁମାର ମହାମେଣ୍ଟ ଛାଡ଼ି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ଯୋଗ ଦେଇଛନ୍ତି।
[ad_2]