ଦେଶ- ବିଦେଶ

ଗରୀବ ଏବଂ ଦୁଃଖୀ ହେବା ଆପଣଙ୍କ କେଉଁ କର୍ମ ର ଫଳ ଅଟେ ଜାଣିଛନ୍ତି କି ? ଜାଣିଲେ ହୋଇଯିବେ ଆଶ୍ଚର୍ୟ୍ଯ

ବନ୍ଧୁଗଣ ଆପଣ ମାନେ ତ ରାମାୟଣ କଥା ଜାଣିଥିବେ। ଭଗବାନ ରାମ, ମାତା ସୀତା ଓ ଲକ୍ଷ୍ମଣ ଙ୍କୁ ଗଙ୍ଗା ନଦୀ ପାର କରାଇଥିବା ନିଶାଦ୍ ରଜ ମାତା କୈକେଇ ଙ୍କୁ ହିଁ ଭଗବାନ ରାମଙ୍କ ଦାଇ ମନେ କରିଥଲେ ।

ଯାହା ଫଳରେ ଲକ୍ଷ୍ମଣ କହିଥିଲେ କି କାହାର ଦୁଃଖ ଓ ଗରିବ ର କାରଣ ଆଉ କେହି ନୁହେଁ ବରଂ ସେ ନିଜେ ହୋଇଥାଏ। ଏହା ଆମର ହିଁ କର୍ମ ହୋଇଥାଏ। ତେବେ ସେହି କର୍ମ ଗୁଡିକ କଣ ଯାହାକୁ କରିବା ଦ୍ଵାରା ମନୁଷ୍ୟ ଭୟଙ୍କର ଦୁଃଖ ର ଭାଗିଦାରୀ ହୋଇଥାଏ।

ଯଦି ଆପଣ ଗରିବ ଓ ଦୁଃଖ ର ଭାଗିଦାରୀ ହେବା ପାଇଁ ଚାହୁଁ ନଥାନ୍ତି ତେବେ ଆଉ କାହାର ଭାଗ କୁ ନିଅନ୍ତୁ ନାହିଁ। କାରଣ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ସୁଦାମା ଲୋଭ ର ବଶବର୍ତ୍ତୀ ହୋଇ ଶ୍ରୀ କୃଷ୍ଣ ଙ୍କ ଭାଗ ର ଖାଇ ଦେଇଥିବା ରୁ ତାଙ୍କୁ ଅନେକ ଦିନ ଦରିଦ୍ରତାର ପୀଡ଼ା ସାହିବା ପାଇଁ ପଡ଼ିଥିଲା। ପରେ ତାଙ୍କୁ ଶ୍ରୀକୃଷ୍ଣ ଏଥି ମଧୟରୁ ମୁକ୍ତି ଦେଇଥିଲେ।
ଭାଗବତ ଗୀତା ରେ ଉଲ୍ଲେଖ ଅଛି ଯେ ଯେଉଁ ବ୍ୟକ୍ତି ଭଗବାନ ଙ୍କୁ ପ୍ରସାଦ ନ ଚଢ଼େଇ ନିଜେ ଭୋଜନ କରିଥାଏ ସେ ପର ଜନ୍ମ ରେ ଦୁଃଖୀ ଭାବେ ଜନ୍ମ ଗ୍ରହଣ କରିଥାଏ। କାରଣ ଭଗବାନ୍ ଙ୍କୁ ଭୋଜନ ନଚଢ଼େଇ ଥିବା ଭୋଜନ କୁ ଚୋରି ଭୋଜନ ରୁପେ ବିବେଚନା କରା ଯାଇଛି।
ଏହା ଛଡ଼ା ଯେବେ ଭିକାରୀ ଟିଏ ଆପଣ ଙ୍କୁ ଭିକ୍ଷା ମାଗୁଚି ତେବେ ତାକୁ ଆପଣ ତଡ଼ି ଦିଅନ୍ତୁ ନାହିଁ। କାରଣ ଏଭଳି କରିବା ଦ୍ୱାରା ଆପଣ ଙ୍କୁ ଦାରିଦ୍ର୍ୟତା ର ସାମ୍ନା କରିବାକୁ ପଡ଼ିବ।
ଆମ ହିନ୍ଦୁ ଧର୍ମ ରେ ସ୍ତ୍ରୀ ଙ୍କୁ ଲକ୍ଷ୍ମୀ ସମାନ କୁହାଯାଇଛି। ସେଥିପାଇଁ ଯେଉଁ ପୁରୁଷ ତାଙ୍କୁ ସମ୍ମାନ ଦେଇ ନଥାଏ ମାରଧର କରିଥାଏ। ତାହା ଉପରେ ଲକ୍ଷ୍ମୀ କଦାପି ସନ୍ତୁଷ୍ଟ ହୋଇନଥାନ୍ତି। ତାକୁ ଦାରିଦ୍ର୍ୟତା ର ଶିକାର ହେବାକୁ ପଡ଼ିଥାଏ।
ଜୁଆ ମଧ୍ଯ ଖେଳିବା ଉଚିତ୍ ନୁହେଁ। ଜୁଆ ଖେଳିବା ମହା ପାପ। ଜିଏ ଏହି ଜୁଆ ଖେଳେ ତାର ଅର୍ଥ କଦାପି ବୃଦ୍ଧି ହୁଏ ନାହିଁ। ଏବଂ ଅନ୍ୟ ର ସ୍ତ୍ରୀ କୁ ଖରାପ ନଜରରେ ଦେଖିବା ଦ୍ଵାରା ମଧ୍ଯ ଅର୍ଥ ର ହାନି ଘଟିଥାଏ ସେ କେବେବି ଉନ୍ନତି କରି ପାରି ନଥାନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button