ଅପରାଧ

ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ସମୟ ଶେଷ ହୋଇଯାଇଥିବା ବେଳେ ପାଚେରି ଡେଇଁଲେ ଛାତ୍ରୀ – Kalinga News

[ad_1]

ନାଳନ୍ଦା: ବିହାର ବୋର୍ଡ ଇଣ୍ଟରମିଡିଏଟ ପରୀକ୍ଷା ଗୁରୁବାର ଅର୍ଥାତ ଫେବ୍ରୁଆରି ୧ ତାରିଖରେ ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ।

ଏଥିସହିତ ଡିଏମ ଶଶାଙ୍କ ଶୁମ୍ଭକର କଡ଼ା ନିର୍ଦ୍ଦ‌େଶ ଦେଇ କହିଥିଲେ କି, ଯେଉଁ ପରିକ୍ଷାର୍ଥୀମାନେ ସମୟ ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବେ ନାହିଁ ସେମାନଙ୍କୁ କୌଣସି ପରିସ୍ଥିତିରେ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ।

ତେବେ ଗୁରୁବାର କିଛି ଛାତ୍ରୀ ବିଳମ୍ବରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚିଥିଲେ। ତେଣୁ ତାଙ୍କୁ ଯେତେବେଳେ ଭିତରକୁ ପ୍ରବେଶ ପାଇଁ ଦିଆଯାଇ ନଥିଲା ସେମାନେ ନିଜ ଜୀବନକୁ ବାଜି ଲଗାଇ ପରୀକ୍ଷାକେନ୍ଦ୍ରର ପାଚେରି ଡେଇଁ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟ‌ରେ ସୁରକ୍ଷା ଦାୟିତ୍ବ‌ରେ ଥିବା ପୁଲିସ କର୍ମଚାରୀ ପାଚେରି ଡେଉଁଥିବା ଛାତ୍ରୀମାନଙ୍କୁ ଏପରି କରିବାକୁ ବାରଣ କରିବାରୁ ସେମାନେ କହିଥିଲେ, ‘ଆମକୁ କିଛି କୁହ ନାହିଁ। ଯେମିତି ହେଲେ ବି ପରୀକ୍ଷାରେ ବସିବାର ଅଛି।’

ଏହାପରେ ପରିସ୍ଥିତି ଅଣାୟତ୍ତ ହେବାପରେ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ଛାତଛାତ୍ରୀ ଓ ଅଭିଭାବକଙ୍କୁ ଉକ୍ତ ସ୍ଥାନରୁ ଯିବାକୁ କହିଥିଲା।  କେହି କଥା ନଶୁଣିବାରୁ ପୁଲିସକୁ କିଛି ସମୟ ପାଇଁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।

ତେବେ ଏହି ଘଟଣାକୁ ନେଇ ଛାତ୍ରୀମାନେ କହିଛନ୍ତି, ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ପାଇଁ ୯.୩୦ର ସମୟ ଥିଲା। ଆମେ ୯.୧୦ରେ ପହଞ୍ଚିଥିଲେ ବି ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା। ଯେଉଁ କାରଣରୁ ବର୍ଷବର୍ଷର ପରିଶ୍ରମ ବୃଥା ହୋଇଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button