ଅପରାଧ
ଡକାୟତି ଯୋଜନା ପଣ୍ଡ: ୬ ଗିରଫ, ତିନିଟି ଦେଶୀ ପିସ୍ତଲ ଜବତ – Kalinga News

[ad_1]
ରାଉରକେଲା: ରାଉରକେଲାରେ ଏକ ଡକାୟତ ଦଳ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଅଭିଯୁକ୍ତମାନେ ଏକଥାକୁ ଅସ୍ବୀକାର କରିବା ସହ ପୁଲିସ ସେମାନଙ୍କୁ ଘରୁ ଜୋର କରି ଉଠାଇ ଆଣି କାହାଣୀ କହୁଥିବାର ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସର ସୂଚନା ଅନୁଯାୟୀ ଡକାୟତି ଯୋଜନା କରୁଥିବା ବେଳେ ୬ଜଣଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଆଉ ୪ଜଣ ଫେରାର ହୋଇଯାଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ ଗୋପେ(୧୯), ରୋହିତ ନାୟକ(୨୪), ସୋନୁ ସାହୁ(୩୭), ରାଜା ଯାଦବ(୨୪), ସୂରଜ ମହାତୋ(୨୬) ଓ ମହମ୍ମଦ ଇରସାଦ(୨୬)। ସେମାନଙ୍କଠାରୁ ତିନିଟି ଦେଶୀ ପିସ୍ତଲ, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଭୁଜାଲି, ମୋବାଇଲ ଓ ଲୁହାଛଡ଼ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।
[ad_2]