ଅପରାଧ

ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ଜୋତାରେ ମାଡ ମାରିବା ଘଟଣା; ମମତା ସରକାରଙ୍କୁ ୬ ଲକ୍ଷ ଟଙ୍କାର ଜରିମାନା – Kalinga News

[ad_1]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଗତ ବର୍ଷ ଜୁଲାଇ ମାସରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜନଗହଳିପୂର୍ଣ୍ଣ ବଜାରରେ କିଛିଲୋକ ଚୋରି ଅଭିଯୋଗରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ଜୋତାରେ ପିଟିପିଟି ନେଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ କେନ୍ଦ୍ରକରି ଜାତୀୟ ମହିଳା ଆୟୋଗ ରାଜ୍ୟ ସରକାରଙ୍କ ଉପରେ ଜରିମାନା ଲାଗୁ କରିଛନ୍ତି।

ଏହି ଜରିମାନା ରାଶି ୬ ଲକ୍ଷ ଟଙ୍କା ରହିଛି। ଉକ୍ତ ୬ଲକ୍ଷ ଟଙ୍କାର ରାଶିକୁ ଆସନ୍ତା ଛଅ ସପ୍ତାହ ମଧ୍ୟରେ ଦୁଇ ପୀଡିତା ମହିଳାଙ୍କ ମଧ୍ୟରେ ୩ ଲକ୍ଷ ୩ଲକ୍ଷ କରି କ୍ଷତିପୂରଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହି ଲଜ୍ଜାକର ଘଟଣା‌ରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣଲୋକ ଦାବି କରିଥିଲେ। କିନ୍ତୁ  ପୁଲିସ ପ୍ରଶାସନ ଏହାକୁ ଚାପି ଦେଇଥିଲା।ତେଣୁ ମହିଳାଙ୍କୁ ବିଜ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୁକ୍ତ ନିର୍ଭୟରେ ବାହାରେ ବୁଲିଥିଲେ।

ଏହାପରେ  ବିଜେପି ଜାତୀୟ ମାନବ ଅଧିକାର ଆୟୋଗରେ ମାମଲା ଦାୟର କରିଥିଲା । ଏହାକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର କମିଶନ ଏହି ଘଟଣାର କ୍ଷତିପୂରଣ ବାବଦକୁ ୬ଲକ୍ଷ ଟଙ୍କା ‌ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button