ମନୋରଞ୍ଜନ

ରାମଭକ୍ତଙ୍କ ପାଇଁ ଖୁସି ଖବର; ପୁଣି ପରଦାକୁ ଫେରିବ ‘ରାମୟାଣ’ – Kalinga News

[ad_1]

ନୂଆଦିଲ୍ଲୀ: ହିନ୍ଦୁମାନଙ୍କ ଆରାଧ୍ୟା ଦେବତା ଶ୍ରୀରାମଙ୍କ ଉପରେ ଆଧାରିତ ରାମାନନ୍ଦ ସାଗରଙ୍କ ଟେଲିଭିଜନ ସୋ’ ‘ରାମାୟାଣ’ର ଲୋକପ୍ରିୟତା ଖୁବ ରହିଛି।  ‘ରାମାୟାଣ’କୁ ଆଜି ବି ଲୋକମାନେ ସେତିକି ଭଲ ପାଇବା ଦିଅନ୍ତି ଯେତିକି ୮୦ ଦଶକରେ ଦେଉଥିଲେ।

ସମ୍ପ୍ରତି ସୂଚନା ମିଳିଛି କି ୭୮ଟି ଅଧ୍ୟାୟ ବିଶିଷ୍ଟ ରାମାୟାଣ ୧୯୮୭ରୁ ୧୯୮୮ ପର୍ଯ୍ୟନ୍ତ ପ୍ରଥମ ଥର ଟିଭିରେ ପ୍ରସାରିତ ହୋଇଥିଲା। ଏହି ଲୋକପ୍ରିୟ ଧାରାବାହିକକୁ ପୁଣିଥରେ ଦର୍ଶକ ଛୋଟପରଦାରେ ଦେଖିବାକୁ ପାଇବେ। ଏହାର ପ୍ରସାରଣ ଦୁରଦର୍ଶନର ନାସନାଲ ଚାନେଲରେ ହେବ। କିନ୍ତୁ ଏହା କେବେ ପ୍ରସାରଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଏହାପୂର୍ବରୁ କରୋନା ସମୟରେ ବି ‘ରାମାୟାଣ’କୁ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା।

ନିକଟରେ ଦୂରଦର୍ଶନ ନାସନାଲ ନିଜର ଅଧିକାରିକ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ‘ରାମାୟାଣ’ର ଝଲକ ଦେଖିବାକୁ ମିଳୁଛି।

 

ଏହାର କ୍ୟାପସନରେ ଲେଖାହୋଇଛି, ‘ଆସି ଯାଇଛନ୍ତି ପ୍ରଭୁ ଶ୍ରୀରାମ। ପୁଣିଥରେ ଆସିଯାଇଛି ଭାରତର ଲୋକପ୍ରିୟ ଧାରାବାହିକ ସୋ’ ‘ରାମାୟାଣ’। ରାମାନନ୍ଦ ସାଗରଙ୍କ ‘ରାମାୟାଣ’କୁ ପୁଣିଥରେ ଦୁରଦର୍ଶନ ନାସନାଲରେ ଖୁବଶୀଘ୍ର ଦେଖିବ‌ାକୁ ମିଳିବ।’

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button