ସ୍ୱାସ୍ଥ୍ୟ

କଦଳୀରେ କେବଳ ଏହି ଗୋଟେ ଜିନିଷ ମିଶାଇ ସେବନ କରନ୍ତୁ, ଦେଖିବେ ବହୁ ଦିନର ଅର୍ଶ ରୋଗ ଦୂର ହୋଇଯିବ

ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକେ ଅର୍ଶ ରୋଗରେ ପୀଡିତ ହେଉଛନ୍ତି। ଅର୍ଶ ରୋଗ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ।ପ୍ରଥମ ହେଉଛି ରକ୍ତ ପଡିଥାଏ ଏବଂ ଦ୍ଵିତୀୟ ହେଉଛି ରକ୍ତ ପଡି ନଥାଏ। କିନ୍ତୁ ମଳଦ୍ଵାର ନିକଟରେ ମାଂସ ପରି ଝୁଲି ପଡ଼ିଥାଏ।

ଯାହାଦ୍ଵାରା ବସିବା ଉଠିବାରେ ଅତ୍ୟନ୍ତ କଷ୍ଟ ଅନୁଭବ ହୋଇଥାଏ।ଏହି ଅର୍ଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ। ଏହାକୁ ପ୍ରୟୋଗ କରିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଅର୍ଶ ରୋଗ ଦୂର କରିବା ପାଇଁ ଏହି ଘରୋଇ ଉପଚାର ବହୁତ ଲାଭକାରୀ ସାବ୍ୟସ୍ତ ହେବ। ଏହି ପ୍ରାକୃତିକ ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ଅଟେ, ତାହା ହେଉଛି ଫିଟିକିରି। ଏହା ଆପଣଙ୍କୁ ଯେକୌଣସି ତେଜରାତି ଦୋକାନରେ ଖୁବ୍ ସହଜରେ ମିଳିଯିବ। ଫିଟିକିରି ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ। ଶରୀରର ଯେକୌଣସି ସ୍ଥାନରେ ଖଣ୍ଡିଆ ବା କଟି ଯାଇଥିଲେ, ସେହି ସ୍ଥାନରେ ଫିଟିକିରି ଲଗାଇବା ଦ୍ଵାରା ତାହା ଶୀଘ୍ର ଭଲ ହୋଇଯାଏ।

ତେବେ ଗୋଟେ ଛୋଟ ଫିଟିକିରି ଖଣ୍ଡ ନେଇ ଏହାକୁ ଗରମ ତାୱା ଉପରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ସେଥିରୁ ଜଳୀୟ ଅଂଶ ବାହାରିଯିବ ଏବଂ ଏହା ଅତ୍ୟନ୍ତ ଶୁଦ୍ଧ ହୋଇଯିବ। ଏହାପରେ ଗୋଟେ ଚାମୋଚ ନେଇ ଫିଟିକିରିକୁ ତାୱା ଉପରେ ହିଁ ଗୁଣ୍ଡ କରି ଦିଅନ୍ତୁ। ଏହି ଫିଟିକିରିକୁ ଆବଶ୍ୟକତା ଠାରୁ ଅଧିକ ସେବନ କରିବା ଉଚିତ ନୁହେଁ, ଏହା ଆମ ଶରୀରର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ

ଏହାପରେ ଆପଣ ଗୋଟେ ପାଚିଲା କଦଳୀ ନିଅନ୍ତୁ। କଦଳୀର ଚୋପା ଛଡାଇ ଏହା ମଝିରେ ସାମାନ୍ଯ ଗୋଟିଏ ଗାତ କରି ଦିଅନ୍ତୁ। ଏବେ ଆପଣଙ୍କୁ ଆଉ ଏକ ସାମଗ୍ରୀର ଆବଶ୍ୟକତା ରହିଛି, ତାହା ହେଉଛି ମହୁ। ମହୁ ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ। ଗୋଟେ ଚାମୋଚ ମହୁରେ ଚିମୁଟାଏ ଫିଟିକିରି ଗୁଣ୍ଡ ମିଶାଇ ଦିଅନ୍ତୁ ଏବଂ ଏହି ମିଶ୍ରଣକୁ କଦଳୀ ଭିତରେ ପୂରାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଉପଚାର।ଏହାର ସେବନ କରିବା ଦ୍ଵାରା ଅଲସର ଏବଂ ଜଣ୍ଡିସ ଭଳି ରୋଗ ମଧ୍ୟ ଦୂର ହୋଇଯାଏ। ଯଦି ଆପଣଙ୍କର ଅର୍ଶ ସମସ୍ୟା ବହୁତ ଦିନରୁ ରହିଛି, ତାହେଲେ ଆପଣ ଏହି ଉପଚାରକୁ ସପ୍ତାହରେ ଦିନକୁ ଦୁଇଥର ଏବଂ ସପ୍ତାହରେ ୪ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ଦେଖିବେ ଆପଣଙ୍କର ଅର୍ଶ ରୋଗ ଭଲ ହୋଇଯିବ। ଏହାକୁ ସକାଳୁ ଖାଲି ପେଟରେ ସେବନ କରି କିଛି ସମୟ ପର୍ଯ୍ୟନ୍ତ ଭୋଜନ କରନ୍ତୁ ନାହିଁ, ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button