ପୁଅର ମୃତ୍ୟୁ ପରେ ସୁଇସାଇଡ ନୋଟ ଲେଖି ଜୀବନ ହାରିଲେ ବାପା ଓ ମା’ – Kalinga News

[ad_1]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୁରାର କେଣ୍ଟରେ ଜଣେ ବାଳକ ଫାଶୀ ଦେଇ ଜୀବନ ହାରି ଦେଇଥିଲେ। ଏକଥାକୁ ବାପା ଓ ମା’ ସହ୍ୟ କରି ନପାରି ସେମାନେ ବି ଜୀବନ ହାରି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ପ୍ରପର୍ଟି ଡିଲର ଜିତୁ ଓରଫ ଜିତେନ୍ଦ୍ର ଝା ଓ ତାଙ୍କ ସ୍ତ୍ରୀ ତ୍ରିବେଣୀ ଝା ଓ ୧୭ବର୍ଷର ପୁଅ ସହ ସିରୋଲର ଏ ବ୍ଲକ କଲୋନିରେ ବସବାସ କରୁଥିଲେ। ତେବେ ପୁଅ ଜୀବନ ହାରି ଦେବା ପରେ ଜିତୁଙ୍କ ସ୍ତ୍ରୀ ତ୍ରିବେଣୀ ଏହାକୁ ସହ୍ୟ କରି ପାରି ନଥିଲେ ତେଣୁ ସେ ବି ଜୀବନ ହାରି ଦେଇଥିଲେ।
ଏସବୁକୁ ନିଜ ଆଖି ସାମ୍ନାରେ ଦେଖି ଜିତୁ ଏକ ସୁଇସାଇଡ ନୋଟ ଲେଖି ହାତର ଶିରା କାଟି ଫାଶୀ ଲଗାଇ ଜୀବନ ହାରି ଦେଇଥିଲେ। ବାପ, ପୁଅ ଓ ମା’ର ମୃତଦେହ ଘରେ ଦୁଇଦିନ ପର୍ଯ୍ୟନ୍ତ ରହିଥିଲା ସୁଦ୍ଧା କେହି ଏସମ୍ପର୍କରେ କୌଣସି ସୁରାଖ ପାଇ ପାରି ନଥିଲେ। ତେବେ କାହାରି ଫୋନ ନଲାଗିବାରୁ ଜିତୁଙ୍କ ସମ୍ପର୍କୀୟ ଘରେ ଆସି ପହଞ୍ଚିଥିଲେ। ଭିତର ପଟୁ କବାଟ ବନ୍ଦ ଥିବାରୁ ପଡ଼ିଶାଙ୍କୁ ପଚାରିଥିଲେ।
ପଡ଼ିଶାଲୋକ ବି ତିନିଜଣଙ୍କୁ ଦୁଇଦିନ ହେବ ଘରୁ ବାହାରି ନଥିବା କଥା କହିଥିଲେ। ଏହାପରେ ପୁଲିସରେ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରେ ପଶିବା ପରେ ତିନିଜଣଙ୍କ ଝୁଲନ୍ତା ମୃତଦେହକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସଙ୍ଗେସଙ୍ଗେ ବାପା, ମା’ ଓ ପୁଅଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଜିତୁଙ୍କ ନିକଟରୁ ପୁଲିସ ପାଇଥିବା ଏକ ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି କି, ‘ ଏସବୁ ଘଟଣା ପାଇଁ ପାର୍ଟନର ଦେବେନ୍ଦ୍ର ପାଠକ ହିଁ ଦାୟୀ। ତା ପାଇଁ ମୋ ପୁଅ ଜୀବନ ହାରି ଦେଲା। ପୁଅକୁ ମୃତ ଦେଖି ସ୍ତ୍ରୀ ବି ଜୀବନ ହାରିଲା। ଆଖି ସାମ୍ନାରେ ସ୍ତ୍ରୀ ଓ ପୁଅଙ୍କୁ ମୃତ ଦେଖି ମୁଁ ବା କେମିତି ବଞ୍ଚିବି। ସେଥିପାଇଁ ଜୀବନ ହାରିବା ଛଡ଼ା ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ।’
ପୁଲିସ ଏହି ସୁଇସାଇଡ ନୋଟ ପାଇବା ପରେ ସମସ୍ତ ଦିଗରୁ ତଦନ୍ତ କରୁଛି। ଦେବେନ୍ଦ୍ର ପାଠକ କିଏ? ତା’ ପାଇଁ ଜିତୁଙ୍କ ପୁଅ କାହିଁକି ଜୀବନ ହାରିଲା ସେଦିଗରେ ବି ପୁଲିସ ତଦନ୍ତ କରୁଛି।
[ad_2]