ଇଡିରେ ହାଜର ହେଲେ ଲାଲୁ – Kalinga News
[ad_1]
ପାଟନା : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆଜି ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ପ୍ରସାଦ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜର ହୋଇଛନ୍ତି। ଲାଲୁ ଆରଜେଡିରେ ହାଜର ହେବା ବେଳେ ଶତାଧିକ ସମର୍ଥକ ଓ ଦଳୀୟ କର୍ମକର୍ତା ଇଡି କାର୍ଯ୍ୟାଳୟ ବାହାରେ ରୁଣ୍ଡ ହୋଇଥିଲେ। ଲାଲୁଙ୍କୁ ସମନ ନେଇ ଆର୍ଜେଡିର ସାଂସଦ ମନୋଜ କୁମାର ଝା କହିଛନ୍ତି ଯେ ଏହି ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ଇଡି ସମନ ନୁହେଁ ବରଂ ଏହା ବିଜେପିର ସମନ୍ ଅଟେ। ଏହା ୨୦୨୪ ଯାଏଁ ଚାଲିବ, ଏଣୁ ସେହି ସମୟ ଯାଏଁ ଏହାକୁ ଇଡି ସମନ ନକହି ବିଜେପି ସମନ କୁହନ୍ତୁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ। ସୂଚନାଯୋଗ୍ୟ ଯେ ୨୦୦୪ରୁ ୨୦୦୯, ଲାଲୁ ଯାଦବ କେନ୍ଦ୍ର ରେଳ ମନ୍ତ୍ରୀ ଥିବାବେଳେ ଏହି ସମୟରେ ରେଳବାଇରେ ଚାକିରି କରାଇଦେବା ନାମରେ ପ୍ରାର୍ଥୀଙ୍କ ଠାରୁ ଜମି ଲାଞ୍ଚ ଆକାରରେ ନେଇଥିଲେ। ଏହି ଜମିଗୁଡ଼ିକ ଲାଲୁଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀ, ଝିଅ ମିସା ଭାରତୀଙ୍କ ନାମରେ ପଞ୍ଜିକୃତ ହୋଇଥିଲେ।
[ad_2]