ମନୋରଞ୍ଜନ

ସମ୍ମାନହାନୀ ହେଲା ଭଳି ସୋ’ ଆଉ କରିବନି; ଅଙ୍କିତାଙ୍କୁ ଏଭଳି ଉପଦେଶ ଦେଲେ ଶାଶୁ – Kalinga News

[ad_1]

ମୁମ୍ବାଇ: ଗତକାଲି ଥିଲା ବିସ୍ ବସ୍-୧୭ର ଫାଇନାଲ। ପ୍ରତିଯୋଗୀ ତଥା ଷ୍ଟାଣ୍ଡଅପ କମେଡିଆନ୍ ମୁନାୱର ଫାରୁକୀ ସୋ’ ଜିତି ଟ୍ରଫି ହାତେଇଥିବା ବେଳେ ଅଭିଷେକ କୁମାର ପ୍ରଥମ ରନର୍ସଅପ ହୋଇଥିଲେ।  ଏହା ସହ ମନ୍ନାରା ଚୋପ୍ରା ଦ୍ବିତୀୟ ଓ ଅଙ୍କିତା ଲୋଖଣ୍ଡେ ତୃତୀୟ ରନର୍ସଅପ ହୋଇଥିଲେ। ତେବେ ଜିତି ନପାରି ନିରାଶ ହୋଇଥିବା ଅଙ୍କିତ‌ାଙ୍କୁ ତାଙ୍କ ଶାଶୁ ଏକ କଡ଼ା ଉପଦେଶ ଦେଇଥିବା ଦେଖିବାକୁ ମିଳିଛି।

କିଛି ଦିନ ହେବ ନିଜ କଡ଼ା ବିବୃତି ପାଇଁ ବିବାଦୀୟ ହୋଇପଡ଼ିଥିବା ଅଙ୍କିତାଙ୍କ ଶାଶୁ ରଞ୍ଜନା ଜୈନ୍ ଫାଇନାଲ ଅଧ୍ୟାୟରେ ସମ୍ମାନହାନୀ ହେଲା ଭଳି ସୋ’ ଆଉ କରିବନି ବୋଲି କହିଥିଲେ। ଫାଇନାଲ ଅଧ୍ୟାୟରେ ଦେଖିବାକୁ ମିଳିଥିଲା ଯେ, ସୋ’ରେ ସ୍ବାମୀଙ୍କ ସହ ଝଗଡ଼ା କରିଥିବାରୁ ଶାଶୁଙ୍କୁ କ୍ଷମା ମାଗିଥିଲେ ଅଙ୍କିତା। ଆପଣ ଆମ ସହ ରହନ୍ତି ନାହିଁ। ତେଣୁ ଆମେ କିଭଳି ରହୁ, ତାହା ଆପଣ ଜାଣନ୍ତି ନାହିଁ। ଆମେ ଘରେ ବି ଏଭଳି ମଜା ମସ୍ତି କରୁ ଏବଂ ପରସ୍ପରକୁ ସ୍ନେହରେ ମାଡ଼ ମାରୁ। କିନ୍ତୁ ସୋ’ରେ ପ୍ରଥମ କରି ଆପଣ ଏସବୁ ଦେଖିବାରୁ ଆପଣଙ୍କୁ ଅଜବ ଲାଗିିଥିଲା। ଆଗକୁ ଆମେ ଏଭଳି ଝଗଡ଼ା କରିବୁ ନାହିଁ ବୋଲି କହିଥିଲେ ଅଙ୍କିତା।

ଏହା ଶୁଣି ଅଙ୍କିତାଙ୍କ ଶାଶୁ କହିଥି‌ଲେ ଆଗକୁ ଯେଉଁ ସୋ’ରେ ପରିବାରର ସମ୍ମାନହାନୀ ହେବ ବୋଲି ଜାଣିବ, ସେହି ସୋ’ରେ ଭାଗ ନେବ ନାହିଁ। ଏହା ଶୁଣି ଅଙ୍କିତା କହିଥିଲେ, ବିଗ୍ ବସ୍ ଆମ ପରିବାରର ସମ୍ମାନହାନୀ କରି ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button