ମନୋରଞ୍ଜନ

ଏହି କାରଣରୁ ‘ଫାଇଟର୍‌’କୁ ମିଳିଛି ୟୁ/ଏ ସାର୍ଟିଫିକେଟ୍‌ – Kalinga News

[ad_1]

ମୁମ୍ବାଇ: ବଲିଉଡ୍‌ର ଡ୍ୟାନ୍ସିଂ ବୟ ହ୍ରିତିକ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଫାଇଟର୍‌’ ରିଲିଜ୍‌ ହୋଇସାରିଛି। ଚଳଚ୍ଚିତ୍ରରେ ହ୍ରିତିକ ଜଣେ ଭାରତୀୟ ବାୟୁ ସେନା ଅଧିକାରୀଙ୍କ ଭୂମିକା ନିଭାଇ ଦେଶକୁ ଶତ୍ରୁ ନିକଟରୁ ରକ୍ଷା କରୁଥିବାର ନଜର ଆସିଛନ୍ତି। ସିନେମାଟି ରିଲିଜ୍‌ ହେବା ପୂର୍ବରୁ ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌’ (ସିବିଏଫ୍‌ସି) ତା’ର ‌ସେନ୍‌ସର୍‌ ପ୍ରକ୍ରିୟା ପୂରା କରି ସାମାନ୍ୟ କେତୋଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛୁକ ଥିବେ ଯେ ‘ଫାଇଟର୍‌’ ଫିଲ୍ମରେ କ’ଣ ସବୁ ସଂଶୋଧନ ଘଟିଛି। ପ୍ରଥମେ ଏକ ଧୂମପାନ ଦୃଶ୍ୟରେ ବୈଧାନିକ ସତର୍କତା ଉଲ୍ଲେଖ କରିବାକୁ ବୋର୍ଡ କହିଥିଲା; ଯାହାକି ପୂର୍ବରୁ ଦିଆଯାଇ ନ ଥିଲା। ଏହାବ୍ୟତୀତ ସିନେମାରେ ଦୁଇଟି ଅଶ୍ରବ୍ୟ ଶବ୍ଦକୁ ବୋର୍ଡ ‘ମ୍ୟୁଟ୍‌’ କରିବାକୁ କିମ୍ବା ବଦଳାଇବାକୁ ନିର୍ଦ୍ଦେଶ ଦେବା ସହ ଯୌନ ଉଦ୍ଦୀପକ ଦୃଶ୍ୟକୁ ସିନେମାରୁ ହଟାଇବାକୁ କହିଥିଲା।

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁଯାୟୀ, ନିର୍ଦ୍ଦିଷ୍ଟ କେତୋଟି ସଂଶୋଧନ ପରାମର୍ଶ ଦେବା ପରେ ସେନ୍‌ସର୍‌ ବୋର୍ଡ ନିର୍ଦ୍ଦେଶକ ସିଦ୍ଧାର୍ଥ ଅନନ୍ଦଙ୍କ ଏହି ସିନେମାକୁ ୟୁ/ଏ ସାର୍ଟିଫିକେଟ୍‌ ପ୍ରଦାନ କରିଛି।

ଗତବର୍ଷ ନିର୍ଦ୍ଦେଶକ ସିଦ୍ଧାର୍ଥ ଅନନ୍ଦ ତାଙ୍କ ଫିଲ୍ମ ‘ପଠାନ’ରେ ମଧ୍ୟ ଦୀପିକା ପାଦୁକୋନଙ୍କୁ ନେଇଥିଲେ। ସିନେମାରେ ଥିବା ଅଭିନେତ୍ରୀଙ୍କ ‘ବେସରମ୍‌ ରଙ୍ଗ୍‌’ ଗୀତର ଅନେକ ଦୃଶ୍ୟ ଉପରେ ସେନ୍‌ସର୍‌ ବୋର୍ଡ ବ୍ୟାନ୍‌ ଲଗାଇଥିଲା। ଏକାଧିକ ସଂଶୋଧନ ପରେ ବି ଗୀତଟି ଦର୍ଶକଙ୍କ ମନକୁ ଛୁଇଁଥିଲା।

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button