ସ୍ୱାସ୍ଥ୍ୟ

ଶାକାହାରୀ ମହିଳାମାନେ ହୋଇଯାଆନ୍ତୁ ସାବଧାନ ! ନହେଲେ କମ ବୟସରୁ ହୋଇପାରେ ଏହି ରୋଗ

ଶରୀରରେ ରକ୍ତର ଅଭାବ ଦେଖାଗଲେ ଥକାପଣ, ନିଶ୍ୱାସ ନେବାରେ ଅସୁବିଧା, ମାଂସପେଶୀରେ କଷ୍ଟ ଅନୁଭବ ହେବା, ଚେହେରାର ରଙ୍ଗ ଫିକା ପଡ଼ିବା, ନଖ ଭାଙ୍ଗିବା, କେଶ ଝଡ଼ିବା ଭଳି ଲକ୍ଷଣ ଦେଖା ଦେଇଥାଏ । ଶରୀରରେ ଆଇରନର ଅଭାବକୁ ଦୂର କରିବା ପାଇଁ ମାଂସାହାରୀ ଲୋକ ମାଛ ମାଂସ ଖାଇ ଆଇରନର ଅଭାବ ଦୂର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଶାକାହାରୀ ଲୋକ କ’ଣ ଖାଇଲେ ଆଇରନର ଅଭାବ ଦୂର କରି ପାରିବେ ସେ ନେଇ ଚନ୍ତାରେ ପଡ଼ିଥାନ୍ତି ।

କାରଣ ଯେତେେଳେ ହାଡ଼ ଓ ମାଂସପେଶୀ କଥା ଆସେ ସେତେବଳେ ଶରୀରକୁ ଆମିଷ ଭୋଜନ ହିଁ ସବୁଠାରୁ ଅଧିକ ଜରୁରୀ ହୋଇଥାଏ । ତେବେ ଏକ ରିପୋର୍ଟ୍ ମୁତାବକ ଶାକାହାରୀ ବା ନିରାମିଷ ଖାଉଥିବା ମହିଳାମାନଙ୍କର ବୃଦ୍ଧାବସ୍ଥାରେ ହିପ୍ ଫ୍ରାକ୍ଚର ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ମାଂସ ଖାଉଥିବା ମହିଳାମାନଙ୍କ ତୁଳନାରେ ନ ଖାଉଥିବା ମହିଳାମାନଙ୍କର ଏହି ସମସ୍ୟା ଅଧିକ ଦେଖା ଦେଇଥାଏ ବୋଲି ଗବେଷଣାରୁ ଜଣାପଡିଛି ।

ବିଶେଷଜ୍ଞମାନେ ୨୬ ହଜାରରୁ ଅଧିକ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ରେକର୍ଡକୁ ବିଶ୍ଳେଷଣ କରି ଏପରି ତଥ୍ଯ ଜାଣିବାକୁ ପାଇଛନ୍ତି । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରାୟ ୨୨ ବର୍ଷ ମଧ୍ୟରେ ଶାକାହାରୀମାନେ ନିୟମିତ ମାଂସ ଖାଉଥିବା ଲୋକଙ୍କ ଅପେକ୍ଷା ହିପ୍ ଫ୍ରାକ୍ଚରରେ ସମ୍ମୁଖୀନ ହେବାରେ ଅଧିକ ସମ୍ଭାବନା ରହିଛି । ଏଥିରେ କେଉଁ ସମସ୍ୟା ସୃଷ୍ଟିହୋଇପାରେ ତାହା ଅସ୍ପଷ୍ଟ ରହି ଥିବାବେଳେ ଭେଜିଟେରିଆନମାନେ ମାଂସଜାତୀୟ ଖାଦ୍ୟ ଖାଉନଥିବାରୁ ସେମାନଙ୍କ ଠାରେ ହିପ୍ ଫ୍ରାକ୍ଚର ଦେଖାଯାଏ ।

ତେବେ ଶାକାହାରୀମାନଙ୍କ ପାଇଁ ଅନୁସନ୍ଧାନକାରୀମାନେ ବାର୍ତ୍ତା ଦେଇଛନ୍ତି ଯେ, ଆପଣଙ୍କ ଖାଦ୍ୟ ଛାଡନ୍ତୁ ନାହିଁ, କାରଣ ଏହା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପ୍ରଯୁଜ୍ୟ ଅଟେ ଏବଂ ପରିବେଶ ଅନୁକୂଳ ମଧ୍ୟ । ଯେହେତୁ ଆପଣ ମାଛ, ମାଂସ ଖାଉନାହାନ୍ତି ତେଣୁ ପୋଷକ ତତ୍ତ୍ୱ ଉପରେ ଅଧିକ ଧ୍ୟାନ ଦିଅନ୍ତୁ

ଯେପରିକି ଶାକାହାରୀମାନେ ସୁସ୍ଥ ଏବଂ ଶକ୍ତ ହାଡ ପାଇଁ ଅତ୍ୟାଧିକ ଆଇରନ ଓ B12 ଯୁକ୍ତ ଖାଦ୍ୟ ସହିତ ସବୁଜ ପନିପରିବା, ବାଦାମ, ଶସ୍ୟଜାତୀୟ ଖାଦ୍ୟ, ଏବଂ ପ୍ରୋଟିନ ଥିବା ଖାଦ୍ୟ ଖାଆନ୍ତୁ । ଯାହାଦ୍ବାର ଆପଣଙ୍କ ମାଂସ ଏବଂ ହାଡ ସତେଜ ହେବା ସହ ହିପ୍ ଫ୍ରାକ୍ଚରରୁ ରକ୍ଷା ପାଇପାରିବେ ବୋଲି ଲିଡସ୍ ବିଶ୍ୱବିଦ୍ୟାଳୟର ଗବେଷକ ଜେମ୍ସ ଓ୍ବେଷ୍ଟର୍ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button