କାହିଁକି ହୁଏ Slipped Disk ? ଜାଣନ୍ତୁ ଏହାର କାରଣ ଓ ନିରାକରଣ

ନମସ୍କାର ବନ୍ଧୁଗଣ, ଶରୀରରେ ହେଉଥିବା ଯନ୍ତ୍ରଣାକୁ କେବଳ ଆମେ ଭୋଗ କରିଥାଉ କିନ୍ତୁ ତାହା ହେଉଥିବା ପଛର କାରଣ ଡାକ୍ତର ହିଁ ଜଣାଇ ଥାନ୍ତି ଆମକୁ । ତେଣୁ ସେହି ଡାକ୍ତର ମାନଙ୍କ କହୁଥିବା କଥା ଅନୁଯାୟୀ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କାହିଁକି ହୋଇଥାଏ ଅଣ୍ଟା ବିନ୍ଧା। ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ଯାହାଦ୍ୱାରା କି ଆପଣଙ୍କ କଷ୍ଟ ନିବାରଣ ହୋଇପାରିବ ।
ଅଣ୍ଟା ବିନ୍ଧା ତଥା ସ୍ଲିପ ଡିସ୍କ ଏହା ହେବାର କାରଣ କଣ ଏହା ସମ୍ପର୍କରେ ଆପଣ ନିହାତି ଭାବରେ ଜାଣିବା ପାଇଁ ଚାହୁଁଥିବେ । ତେଣୁ ଏହାକୁ ଭଲ ଭାବରେ ଆମେ ବର୍ତ୍ତମାନ ଆପଣ ମାନଙ୍କୁ ବୁଝାଇବୁ । ଆମ ଶରୀରକୁ ସିଧା କରି ରଖିବାର କାର୍ଯ୍ୟ କରିଥାଏ ମେରୁଦଣ୍ଡ । ଆପଣ ଦେଖିଥିବେ ମେରୁଦଣ୍ଡ ଛୋଟ ଛୋଟ ଗୋଲ ହାଡ ଦ୍ଵାରା ଯୋଡା ହୋଇ ପ୍ରସ୍ତୁତ ।
ଆଉ ଯୋଡା ହୋଇଥିବା ହାଡ ମଝିରେ ଜେଲି ଭଳି ଏକ ପଦାର୍ଥ ରହିଥାଏ । ଯାହାକି ହାଡକୁ ଯୋଡି ରଖିଥାଏ ଆଉ ଏହାକୁ ଡିସ୍କ ବୋଲି କୁହାଯାଏ । ମେରୁ ଦଣ୍ଡରୁ ନର୍ଭ ସବୁ ବାହାରି ବେକ ଛାତି ଏବଂ ଗୋଡକୁ ଯାଇଥାଏ । ଯେତେବେଳେ ମେରୁଦଣ୍ଡରେ ଥିବା ଡିସ୍କ ସ୍ଲିପ ହୋଇ ପଛକୁ ଚାଲିଯାଇଥାଏ ସେତେବେଳେ ମେରିଦଣ୍ଡ ପଛରେ ଥିବା ନର୍ଭ ଉପରେ ଏହା ପ୍ରେସର ପକାଇଥାଏ ।
ଏଭଳି ହେବା ଦ୍ଵାରା ଆପଣଙ୍କ ଅଣ୍ଟା ବ୍ୟଥା ହେବ । ଏହି ବ୍ୟଥା ଆପଣଙ୍କ ଅଣ୍ଟାରୁ ଆରମ୍ଭ ହୋଇ ଆପଣଙ୍କ ଗୋଡ ପର୍ଯ୍ୟନ୍ତ ଯିବ । ଆପଣଙ୍କୁ ଝିମ ଝିମ ଲାଗିପାରେ । ଛୁଞ୍ଚି ଫୋଡିବା ଭଳି ଲାଗିପାରେ । ଆପଣଙ୍କ ଗୋଡ ଟାଣି ଧରିପାରେ, ସିର ସିର ଲାଗିପାରେ । କିଛି ଲୋକଙ୍କୁ କାଲୁଆ ଲାଗିବା ସହ ଭାରି ମଧ୍ୟ ଲାଗିଥାଏ । ଏହିସବୁ ହେଉଛି ସ୍ଳିପ୍ଡ଼ ଡିସ୍କର ଲକ୍ଷଣ ।
ଯଦି ଆପଣ ବାରମ୍ବାର କିଛି ଡିଆଁ କୁଦା ଏକସର ସାଇଜ କରୁଛନ୍ତି ଟ ହଠାତ ଆପଣଙ୍କ ଡିସ୍କ ଉପରେ ପ୍ରେସର ପଡି ଏହା ହୋଇପାରେ । ଏହାର ଚିହ୍ନଟ MRI ଟେଷ୍ଟ ଦ୍ଵାରା କାରାଯାଇଥାଏ । ବିନା ସର୍ଜରୀରେ ମଧ୍ୟ ଏହା ଭଲ ହୋଇପାରିବ । ଯଦି ଆପଣ ପ୍ରାଥମିକ ସ୍ତରରେ ଥିବେ ତେବେ । ପେଁ କିଲର ଗୋଟିଏ ସପ୍ତାହ କିମ୍ବା ଏହାଠାରୁ ଅଧିକ ଦିନ ଖାଇବା ଦ୍ଵାରା ଏହି ସ୍ଳିପ୍ଡ଼ ଡିସ୍କ ସମସ୍ୟା ଆରମ୍ଭରୁ ହିଁ ଶେଷ ହୋଇଯାଏ ଆଉ ଆଗକୁ ବଢିନଥାଏ ।
କିଛି ରୋଗୀଙ୍କୁ ସର୍ଜରୀ ଦରକାର ପଡିପାରେ ଯଦି ଡିସ୍କ ବହୁତ ବଡ ବଲ ସଦୃଶ ହୋଇ ପଛକୁ ଯାଇପାରେ ସେହି ପରିସ୍ଥିତିରେ । ଏହା ଛଡା ବାକି ରୋଗୀ କିଛି ମେଡ଼ିସିନ କିମ୍ବା ଫିଜିକାଲ ଥେରାପି ଦ୍ଵାରା ଭଲ ହୋଇଯାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।