ସ୍ୱାସ୍ଥ୍ୟ

ଶରୀରର ଚର୍ବିକୁ ହଟାଇବା ସହ ମୁଣ୍ଡବିନ୍ଧାକୁ ଚୁଟକିରେ ଦୂରେଇଦେବ ଜୁଆଣି ପାଣି । ଜାଣନ୍ତୁ ସମସ୍ତ ଉପକାରିତା ସମ୍ପର୍କରେ

ରୋଷେଇ ଘରେ ଥିବା ବିଭିନ୍ନ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ, ଜୁଆଣି ମଧ୍ୟ ରହିଥାଏ । ଜୁଆଣୀ ପାଣି ଅନେକ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଥାଏ । ବନ୍ଧୁଗଣ ଜୁଆଣି ଆମ ଶରୀର ପାଇଁ ଯେ କେତେ ଉପକାରୀ ତାହା ସାଧାରଣତଃ ଅଧିକାଂଶ ଲୋକେ ଜାଣିଥିବେ ନିଶ୍ଚୟ ।

ପେଟ ସମସ୍ୟା ହେଲେ ଅନେକ ଲୋକ ଜୁଆଣିକୁ ମନେ ପକାଇଥାନ୍ତି । ତେବେ ଜାଣନ୍ତି କି ଏହା କେବଳ ପେଟ ସମସ୍ୟା ଦୂର କରେ ନାହିଁ, ଓଜନ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଥଣ୍ଡା ଏବଂ ଫ୍ଲୁରୁ ରକ୍ଷା କରିଥାଏ ? ଆସନ୍ତୁ ଜାଣିବା ଜୁଆଣି ମଣିଷ ଶରୀର ପାଇଁ କେତେ ଉପକାରୀ ହୋଇଥାଏ । ତେବେ ବିଶେଷ କରି ଶୀତଦିନରେ ହଜମ ପ୍ରକ୍ରିୟା କମ୍ ହୋଇଥାଏ ।

ଏହି ଦିନରେ ଶାରୀରିକ ପରିଶ୍ରମ କମ୍ ହେଉଥିବାରୁ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ତେଣୁ ପେଟ ସମସ୍ୟା ଦେଖାଦିଏ । ଏପରି ସ୍ଥଳରେ ଜୁଆଣି ପାଣି ଉପକାରୀ ବୋଲି ବିବେଚନା କରାଯାଏ । ତେବେ ଜୁଆଣି ପାଣିରେ ଆଉ ସବୁ କେଉଁ ଭଲ ଗୁଣ ରହିଛି ଜାଣନ୍ତୁ ।

୧. ଯଦି ଆପଣ ଅମ୍ଳତା ବା ଗ୍ୟାଷ୍ଟିକ୍ କାରଣରୁ ଅସୁବିଧାରେ ପଡ଼ନ୍ତି, ତେବେ ଜୁଆଣି ପାଣି ବେଶ୍ ଲାଭଦାୟକ ହୋଇଥାଏ । ବାସ୍ତବରେ, ଜୁଆଣି ପାଣିରେ ଆଣ୍ଟି-ହାଇପରାସିଡିଟି ଗୁଣ ରହିଛି, ଯାହା ଅମ୍ଳତାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

୨. ଅଳସୁଆ ଜୀବନଶୈଳୀ ଏବଂ ଶୀତଦିନେ ଭୁଲ ଖାଇବା କାରଣରୁ ଲୋକମାନଙ୍କ ଓଜନ ବୃଦ୍ଧି ଘଟିଥାଏ । ଏପରି ପରିସ୍ଥିତିରେ ଜୁଆଣି ପାଣି ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଲକ୍ସାଟିଭ୍, ଥାଏ ଯାହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଯଦି ପ୍ରତିଦିନ ଏକ ଗ୍ଲାସ୍ ଜୁଆଣି ପାଣି ପିଅନ୍ତି, ତେବେ ସହଜରେ ଓଜନ ବଜାୟ ରଖିପାରିବେ ।

୩. ଜୁଆଣି ପାଣି ପିଇ ଥଣ୍ଡା ଏବଂ ଫ୍ଲୁକୁ ଦୂରେଇ ରଖାଯାଇପାରିବ । କାରଣ ଏଥିରେ ଆଣ୍ଟି-ଭାଇରାଲ୍ ଗୁଣ ଅଛି, ଯାହା ଶୀତଦିନେ ଭାଇରାଲ୍ ଏବଂ ଫ୍ଲୁ ହେବାର ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇଥାଏ ।

୪. କିଛି ମହିଳାଙ୍କର ମାସିକ ଋତୁସ୍ରାବ ସମୟରେ ପେଟ ସହ ମୁଣ୍ଡ ମଧ୍ୟ ବିନ୍ଧିଥାଏ । ଯନ୍ତ୍ରଣା ହ୍ରାସ ପାଇଁ ଦୁଇ ଚାମଚ ଜୁଆଣୀକୁ ପାଣିରେ ଫୁଟାଇ ଉଷୁମ ପାଣି ସେବନ କରନ୍ତୁ । ଫଳରେ ଇ-ରେଗୁଲାର ପିରିଏଡ ସମସ୍ଯା ମଧ୍ୟ ଦୂର ହୋଇଥାଏ । ତେବେ ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଜୁଆଣୀ ପାଣି ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button