ଅପରାଧ

ଡାକ୍ତରଙ୍କ ଘରକୁ ଚୋରି କରିବା ପାଇଁ ଆସି ଶୋଇପଡ଼ିଲା ଚୋର: ଘଟିଲା ଏମିତି ଘଟଣା – Kalinga News

[ad_1]


ନୂଆଦିଲ୍ଲୀ: ଚୋରିର ଅନେକ ଘଟଣା ବିଷୟରେ ଆପଣ ଶୁଣିଥି‌ବେ। କିନ୍ତୁ ଏହି ମାମଲା ଟିକିଏ ଅଲଗା।

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌର ଇନ୍ଦିରା ନାଗର ସେକ୍ଟର ୨୦ରୁ ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।  ଚୋରି କରିବାକୁ ଆସିଥିବା ଜଣେ ଚୋର ମାଲିକଙ୍କ ଘରୁ ମୂଲ୍ୟବାନ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କା ଚୋରି କରିବା ପରେ ନିଘୋଡ଼ ନିଦରେ ଶୋଇପଡ଼ିଥିଲା।

ତା’ପର ଦିନ ସକାଳେ ପଡ଼ିଶାଲୋକ ଘର ଖୋଲାଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। କାରଣ ଏ ଘରେ ସୁନୀଲ ପାଣ୍ଡେ ବସବାସ କରନ୍ତି।  ଯିଏକି କିଛିଦିନ ହେବ କୌଣସି କାମରେ ବ‌ାହାରକୁ ଯାଇଛନ୍ତି। ଏଭଳି ପରିସ୍ଥିତିରେ ପଡ଼ିଶାଲୋକ ଭିତରକୁ ଯାଇ ଦେଖିଲା ବେଳକୁ ଜଣେ ଅଜଣା ଯୁବକ ସୁନୀଲଙ୍କ ସୋଫା ଉପରେ ଶୋଇଥିଲା। ଏହାପରେ ସେମାନେ ଚୁପଚାପ ବାହାରକୁ ଆସି କବାଟ ଦେଇ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଗିରଫ କରି ଥାନାକୁ ନେଇ ପଚରାଉଚରା ଜାରି ରଖିଛି। ଉକ୍ତ ଚୋର ନାମ କପିଲ। କପିଲ ସୁନୀଲଙ୍କ ଘରର ସମସ୍ତ ଆଲମାରୀ ଭାଙ୍ଗି ଟଙ୍କ‌ା ଓ ଅଳଙ୍କାର ଚୋରି କରିଥିବା ବେଳେ ଇନଭଟର ବ୍ୟାଟେରୀ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ନିଦ ଲାଗିଥିଲା। ତେଣୁ ସେ କିଛି ସମୟ ଶୋଇ ଚାଲିଯିବ ବୋଲି ଭାବିଥିଲା। କିନ୍ତୁ ଆଖି ଖୋଲିଲା ବେଳକୁ ପୁଲିସ ତାକୁ ଗିରଫ କରି ନେଇଥିଲା  ବୋଲି ଚୋର ପ୍ରତିକ୍ରିୟାରେ ଦେଇ କହିଛି।

 




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button