ସ୍ୱାସ୍ଥ୍ୟ

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ ଶରୀର ପାଇଁ ଏହା ବିଷ ସମାନ ହୋଇପାରେ

କିଛି ଲୋକ ସକାଳୁ ଉଠି ବ୍ରେକଫାଷ୍ଟ ନାମରେ ଏପଟ ସେପଟ କିଛି ଖାଇଦେଇଥାନ୍ତି। ଏହା ଶରୀର ପାଇଁ କେତେ ପରିମାଣରେ ଠିକ ବା ଭୁଲ ତାକୁ ନଦେଖି ଖାଇଦିଅନ୍ତି।

ଏହାସହ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗେ ଓ ସ୍ୱାସ୍ଥ୍ୟ ସହିତ ଜଡ଼ିତ ସମସ୍ୟା ମାନ ଉପୁଜିଥାଏ। ସକାଳୁ ଆପଣଙ୍କୁ ଏମିତି ଜିନିଷ ଖାଇବା ଉଚିତ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ। ସକାଳୁ ଲୋକେ କିଛି ଏସିଡ଼ିକ ଜିନିଷ ଖାଇ ଦିଅନ୍ତି ଯାହାଦ୍ୱାରା ପାଚନକ୍ରିୟା ବିଗିଡ଼ିଯାଏ।

ଯଦି ଆପଣ ନିଜର ପାଚନକ୍ରିୟାକୁ ସଠିକ ରଖିବାକୁ ଚାହାଁନ୍ତି ଓ ଲମ୍ବା ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବାକୁ ଚାହାଁନ୍ତି ତାହେଲେ ଆମେ ଆପଣଙ୍କୁ ଏମିତି ଦୁଇଟି ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ସକାଳୁ ନଖାଇବା ଉଚିତ।

ମିଠା:-

ସକାଳୁ ଆପଣ ଖାଲି ପେଟରେ ମିଠା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପଡ଼ିଥାଏ। ସକାଳୁ ଖାଲି ପେଟରେ ମିଠା ଖାଇବା ଦ୍ୱାରା ସୁଗାର ଲେଭେଲ ବଢ଼ିଯାଏ ଓ ଦିନସାରା ଥକାପଣ ଅନୁଭୂତ ହୁଏ।

ମିଠା ଆଳୁ:-

ଏମିତିରେ ଦେଖିବାକୁ ଗଲେ ମିଠା ଆଳୁ ଆମ ଶରୀର ପାଇଁ ବହୁତ ଫାଇଦା ଦାୟକ ହୋଇଥାଏ କିନ୍ତୁ ଏହାକୁ ଯଦି ଆମେ ଖାଲି ପେଟରେ ସକାଳୁ ଖାଇବା ତାହେଲେ ବହୁତ କ୍ଷତିକାରକ ସାବ୍ୟସ୍ତ ହୁଏ। କାରଣ ଏଥିରେ ଟାନିନ ଓ ପାକଟିନ ନାମକ ଏନଜାଇମ ମହଜୁଦ ଥିବାରୁ ଆପଣଙ୍କୁ ଗ୍ୟାସ ଓ ଏସିଡ଼ିଟି ସମସ୍ୟା ହୋଇଥାଏ। ଏହାସହ ଆପଣଙ୍କ ଛାତିରେ ଯନ୍ତ୍ରଣା ଓ ପୋଡାଜଳାର ଅନୁଭୂତ ହୋଇଥାଏ।

କ୍ଷୀର ଓ କଦଳୀ:-

ଯାହାର ଓଜନ ବୃଦ୍ଧି ହେଉନାହିଁ ସେମାନେ ସକାଳୁ କଦଳୀ ଓ କ୍ଷୀର ଖାଇଥାନ୍ତି କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଖାଲି ପେଟରେ ଏହାର ସେବନ କଲେ ଗ୍ୟାସ ଓ ହଜମ ନହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

ମଦ୍ୟପାନ:-

ଯଦି ଆପଣ ଯେକୌଣସି ସମୟରେ ମଦ୍ୟପାନ କରୁଛନ୍ତି ଓ ଖାଆସ କରି ସକାଳୁ ଖାଲି ପେଟରେ ଯଦି ମଦ ପିଉଛନ୍ତି ତାହେଲେ ଏହା ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ କାରଣ ସକାଳୁ ଖାଲି ପେଟରେ ମଦ ପିଇଲେ ଆପଣଙ୍କ ଅନ୍ତରେ ସମସ୍ୟା ଦେଖା ଦେବାସହ ପେଟ ସମସ୍ୟା ଦେଖାଦିଏ।

ଟମାଟୋ:-

ଆପଣଙ୍କୁ ଟମାଟୋ ଖାଇବା ଉଚିତ କିନ୍ତୁ ସକାଳୁ ଖାଲି ପେଟରେ ଟମାଟୋ ଖାଇବା ଦ୍ୱାରା ଏଥିରେ ଉପସ୍ଥିତ ଥିବା ଅମ୍ଳୀୟ ଗୁଣ ପେଟରେ ବାହାରୁଥିବା ଗ୍ୟାଷ୍ଟ୍ରଇଣ୍ଟେନ୍ସଟାଇଲ ଅମ୍ଳ ସହିତ ମିଶି ପେଟ ଯନ୍ତ୍ରଣା, ଗ୍ୟାସ ଛାତିପୋଡ଼ା ଭଳି ସମସ୍ୟା ଉପୁଜାଇଥାଏ।

ମେଡ଼ିସିନ:-

ସାଧାରଣତଃ ଡ଼କ୍ଟର ନିଜର ପେସେଣ୍ଟଙ୍କୁ ଖାଲି ପେଟରେ ମେଡ଼ିସିନ ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଯଦି ଆପଣ ଖାଲି ପେଟରେ ମେଡ଼ିସିନ ଖାଉଛନ୍ତି ତାହେଲେ ଏଥିରୁ ଆପଣଙ୍କୁ ବଞ୍ଚିବାକୁ ହେବ କାରଣ ଖାଲି ପେଟରେ ମେଡ଼ିସିନ ଖାଇବା ପୂର୍ବରୁ ଆପଣଙ୍କୁ ଡ଼କ୍ଟରଙ୍କ ପରାମର୍ଶ ନେବାକୁ ହେବ।

ଗ୍ରୀନ ଟି:-

ଆଣ୍ଟି ଅକସିଡ଼ାଣ୍ଟରେ ଭରପୁର ଗ୍ରୀନ ଟିକୁ ପିଇବା ଉଚିତ କିନ୍ତୁ ଯଦି ସକାଳୁ ଆପଣ ଖାଲି ପେଟରେ ଗ୍ରୀନ ଟି ପିଉଛନ୍ତି ତାହେଲେ ଏଥିରେ ମହଜୁଦ ଥିବା କାଫିନ ଆପଣଙ୍କ ପାଚନତନ୍ତ୍ରରେ ଥିବା ସମସ୍ୟାକୁ ବଢ଼ାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button