ମନୋରଞ୍ଜନ

ଟୁଟୁଙ୍କ ଫିଲ୍ମରେ ସୁଧାଂଶୁ – Kalinga News

[ad_1]

ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ) ପ୍ରଯୋଜନା କ୍ଷେତ୍ରକୁ ଫେରିଛନ୍ତି। ସେ ଏବେ ଯେଉଁ ନୂଆ ସିନେମା ନିର୍ମାଣ କରୁଛନ୍ତି, ତା’ର ଶୀର୍ଷକ ଆପାତତଃ ‘ଆଇ ଲଭ୍ ୟୁ-୨’ ରଖାଯାଇଛି। ସବୁଠାରୁ ବଡ଼କଥା ହେଲା, ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ବ ମିଳିଛି ଓଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ସୁଧାଂଶୁମୋହନ ସାହୁଙ୍କୁ। ନିର୍ମାତା ଟୁଟୁ ଓ ନିର୍ଦ୍ଦେଶକ ସୁଧାଂଶୁ ଏକାଠି ‘ପ୍ରେମୀ ନମ୍ବର ୱାନ୍’, ‘ପ୍ରେମ ଋତୁ ଆସିଲାରେ’ ଏବଂ ‘ଡନ୍’ ଭଳି ଓଡ଼ିଆ ଛବିରେ କାମ କରିଛନ୍ତି। ଏହି ସିନେମାର ସଂଳାପ ପ୍ରିୟବ୍ରତ ପଣ୍ଡା ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଇତିମଧ୍ୟରେ ଫିଲ୍ମର ସ୍କ୍ରିପ୍ଟ କାମ ସରି ସଙ୍ଗୀତ କାମ ଆରମ୍ଭ ହୋଇଛି।

ଆଉ ଏକ ଉଲ୍ଲେଖନୀୟ କଥା ହେଲା,‘ଆଇ ଲଭ୍ ୟୁ-୨’ରେ ପ୍ରଯୋଜକ ଦୁଇ ଜଣ ନବାଗତଙ୍କୁ ନାୟକନାୟିକା ଭାବେ ସାମ୍ନାକୁ ଆଣୁଛନ୍ତି। ନାୟକ ଓଡ଼ିଆ, ଓ ନାୟିକା ମୁମ୍ବେୟା। ଉଭୟଙ୍କ ଅଧିକ ପରିଚୟକୁ ଗୋପନ ରଖିଛି ପ୍ରଯୋଜନା ସଂସ୍ଥା। ମହୁରତ ସମୟରେ ଉଭୟଙ୍କ ନାମ ଘୋଷଣା କରାଯିବ।
ଉଲ୍ଲେଖଯୋଗ୍ୟ, ପ୍ରଯୋଜକ ସଞ୍ଜୟ ନାୟକ ତାଙ୍କର ୨୦୦୪ରେ ରିଲିଜ୍ ହୋଇଥିବା ବ୍ଲକ୍‌ବଷ୍ଟର୍ ସିନେମା ‘ଆଇ ଲଭ୍ ୟୁ’ରେ ନବାଗତ ଅନୁଭବଙ୍କୁ ନାୟକ ଓ ନମ୍ରତା ଥାପ୍ପାଙ୍କୁ ନାୟିକା ଭାବେ ବ୍ରେକ୍ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button