ପଥରରେ ଛେଚି ଯୁବ କଳାକାରଙ୍କୁ ନୃଶଂସ ହତ୍ୟା; ସାଇଣ୍ଟିଫିକ୍ ଟିମ୍ ନେଇ ପୁଲିସ୍ର ଛାନ୍ଭିନ୍ ଜାରି – Kalinga News
[ad_1]
ରାତିରେ ଦୋକାନ ବନ୍ଦ କରି ଫେରି ନଥିଲେ ଡମ୍ବରୁ, ସକାଳୁ ମୃତଦେହ ଉଦ୍ଧାର
ବୀରମହାରାଜପୁର: ଯୁବ କଳାକାରଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଯୁବକଙ୍କୁ ପ୍ରଥମେ ମଦ ପିଇବାକୁ ଦେଇ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଅଞ୍ଚଳରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ବ୍ୟକ୍ତି ହେଲେ ଡମ୍ବରୁଧର ଅଧିକାରୀ। ଆଜି ସକାଳୁ ମୃତଦେହ ଉଦ୍ଧାର ହେବା ପରେ ସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ୍ ଟିମ୍ ଛାନ୍ଭିନ୍ ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ସୁବଳୟା ଥାନା ଅଧୀନ ଧିବରପଡ଼ା ନିବାସୀ ସୁରେଶ ଅଧିକାରୀଙ୍କ ପୁତ୍ର ଡମ୍ବରୁଧର ଅଧିକାରୀ (୨୬) ସ୍ଥାନୀୟ ଥାନା ପାଖରେ ଏକ ପାନ ଦୋକାନ କରିଥିଲେ। ଗୁରୁବାର ରାତି ଆଠଟା ପରେ ସେ ଦୋକାନ ବନ୍ଦ କରିଥିଲେ। କିନ୍ତୁ ଏହାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ଫଳରେ ପରିବାର ଲୋକଙ୍କର ଚିନ୍ତା ବଢ଼ି ଯାଇଥିଲା। ପରିବାର ଲୋକ ଖୋଜାଖୋଜି କରିଥିଲେ ଡମ୍ବରୁଧରଙ୍କ କୌଣସି ପତ୍ତା ପାଇ ପାରିନଥିଲେ। ଶୁକ୍ରବାର ସକାଳ ୮ଟାରେ ସୁବଳୟା ଠାରୁ ଦୁଇ କିମି ଦୂର ଚନ୍ଦଲି-ସାଲେପୁର ମଝିରେ ରୁଗୁଡ଼ିବନ୍ଧ ଦଳେଇଝୁଲି ପାଖ ଖାଲୁଆ ଜାଗାରେ ଏକ ମୃତଦେହ ପଡ଼ିଥିବା କିଛି ଲୋକ ଦେଖି ପୁଲିସ୍କୁ ଖବର ଦେଇଥିଲେ।
ଡମ୍ବରୁ ଜଣେ ମେଳାପି ଯୁବକ ଥିଲେ। ସମସ୍ତଙ୍କ ସହିତ ସୁସଂପର୍କ ରଖିଥିଲେ। ତାଙ୍କ ନାମରେ କୌଣସି ଅଭିଯୋଗ ନଥିଲା। ଜଣେ ଭଲ କଳାକାର ଭାବରେ ଅଞ୍ଚଳରେ ସୁନାମ ଅର୍ଜନ ଆଣିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅର୍ଗାନ ଓ ପ୍ୟାଡ୍ ବାଦକ ଥିଲେ। ଏହା ସହିତ ବିଭିନ୍ନ ଡିଜେ ପାର୍ଟି ସହିତ ଜଡ଼ିତ ଥିଲେ। କିନ୍ତୁ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନଥିବାରୁ ଚର୍ଚ୍ଚା ହେଉଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ଡମ୍ବରୁଙ୍କ ମୃତଦେହ ବୋଲି ଜାଣି ପାରିଥିଲା। ପରିବାର ଲୋକ ମଧ୍ୟ ଡମ୍ବରୁଧରଙ୍କ ମୃତଦେହ ଚିହ୍ନି ପାରିଥିଲେ। ହତ୍ୟାକାଣ୍ଡସ୍ଥଳରେ ଦୁଇଟି ମଦ ବୋତଲ, ୩ଟି ଗ୍ଳାସ ପଡ଼ିରହିଥିଲା। ଏଣୁ ପ୍ରଥମେ ଡମ୍ବରୁକୁ ମଦ ପିଆଇ ତାର ମୁଣ୍ଡରେ ପଥର ଛେଚି ଏକ ସୁପରିକଳ୍ପିତ ଭାବରେ ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରିଛି। ଦୁର୍ବୃତ୍ତମାନେ ଘଟଣା ଚପାଇ ଦେବାପାଇଁ ମୃତକ ଡମ୍ବରୁର ମୃତଦେହକୁ ଘୋଷାଡ଼ିଘୋଷାଡ଼ି ୫୦ ଫୁଟ ପର୍ଯ୍ୟନ୍ତ ନେଇ ଏକ ଖାଲୁଆ ସ୍ଥାନରେ ପକାଇ ଦେଇଥିଲେ। ଏପରିକି ହତ୍ୟାକାରୀମାନେ ଡମ୍ବରୁଙ୍କ ମୋବାଇଲ୍ ମଧ୍ୟ ନେଇଯାଇଛନ୍ତି।
ଡମ୍ବରୁଧରଙ୍କ ବାପାଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ୧୯/୨୪ରେ ଏକ ମାମଲା ରୁଜୁ କରିଛି। ସବ୍ ଇନ୍ସପେକ୍ଟରଙ୍କ ନେତୃତ୍ବରେ ପୁଲିସ୍ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଚଳାଇଛନ୍ତି। ବ୍ୟବଚ୍ଛେଦ ପରେ ପୁଲସି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଡମ୍ବରୁଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅନ୍ୟପଟରେ ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
[ad_2]