ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଉଦବୋଧନ – Kalinga News

[ad_1]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେଇ ମୁର୍ମୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନକୁ ପ୍ରଶଂସା କରିଛନ୍ତି । ମୁର୍ମୁ କହିଛନ୍ତି, ଚଳିତ ସପ୍ତାହ ଆରମ୍ଭରେ ଆମେ ପ୍ରଭୁ ଶ୍ରୀରାମଙ୍କ ଐତିହାସିକ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ। ଭବିଷ୍ୟତରେ ଐତିହାସିକମାନେ ଏହାକୁ ଭାରତର ସଭ୍ୟତାକ୍ରମରେ ଏକ ଯୁଗାନ୍ତକାରୀ ଘଟଣା ଭାବେ ବ୍ୟାଖ୍ୟା କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ମଧ୍ୟ ମରଣୋତ୍ତର ଭାରତ ରତ୍ନ ସମ୍ମାନ ପାଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କର୍ପୂରୀ ଠାକୁର ସାମାଜିକ ନ୍ୟାୟର ଜଣେ ଚାମ୍ପିଅନ ଥିଲେ ବୋଲି ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଭାରତକୁ ଗଣତନ୍ତ୍ରର ମା’ କହି ପ୍ରଶଂସା କରିଛନ୍ତି। ମୁର୍ମୁ କହିଛନ୍ତି, ଭାରତରେ ଗଣତାନ୍ତ୍ରିକ ପଦ୍ଧତି ପାଶ୍ଚାତ୍ୟ ଗଣତନ୍ତ୍ରଠାରୁ ବହୁତ ପୁରୁଣା। ଏହି କାରଣ ପାଇଁ ଭାରତକୁ ଗଣତନ୍ତ୍ରର ମା’ କୁହାଯାଏ। ଭାରତ ଏବେ ଅମୃତ କାଳର ଆରମ୍ଭରେ ଅଛି ଏବଂ ଦେଶର ଲୋକମାନଙ୍କ ପାଖରେ ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାପାଇଁ ସୁଯୋଗ ରହିଛି ବୋଲି ସେ କହିଛନ୍ତି।
[ad_2]



