ଅପରାଧ

ଚମତ୍କାର ଆଶାରେ ବୁଡ଼ ପକାଉଥିଲେ ମା’ ଓ ମାଉସୀ; ଉଡ଼ିଗଲା ଶିଶୁର ପ୍ରାଣବାୟୁ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହରିଦ୍ବାରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜ‌ଣେ ୭ବର୍ଷର ଶିଶୁକୁ ଜୋରଜବରଦସ୍ତ ବୁଡ଼ ପକାଇବାକୁ ବାଧ୍ୟ କରିବାରୁ ତାର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣଙ୍କୁ ହେପାଜତକୁ ନେଇଛି।

ସୂଚନାଯୋଗ୍ୟ,  ୭ବର୍ଷର ଶିଶୁ ରକ୍ତ କର୍କଟରେ ପୀଡିତ ଥିଲା। ମୃତ ଶିଶୁର ମାଉସୀ ସୁଧାଙ୍କୁ କେହି ଜଣେ କହିଥିଲେ କି ଗଙ୍ଗାରେ ବୁଡ଼ ପକାଇବା ଦ୍ବାରା ଶିଶୁର ରୋଗ ଭଲ ହୋଇଯିବ। ତେଣୁ ସୁଧା ତାଙ୍କ ୭ବର୍ଷର ପୁତୁରାକୁ ଭଉଣୀ ସହ ଧରି ଗଙ୍ଗା ଘାଟରେ ପହଞ୍ଚି ୫ମିନିଟ ପର୍ଯ୍ୟନ୍ତ ବୁଡ଼ ପକାଇବାକୁ ବାଧ୍ୟ କରିଥିଲେ। ଦୁଃଖର ବିଷୟ ଏଥିରେ ଶିଶୁର ପ୍ରାଣବାୟୁ ଉଡ଼ିଯାଇଥିଲା।

ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଉସୀ ସୁଧାଙ୍କ ସମେତ ତିନିଜଣଙ୍କୁ ହେପାଜତକୁ ନେଇଛି। ଶିଶୁର ମୃତଦେହ ଜବତ କରି  ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

 

ଏହି ଘଟଣାକୁ ନେଇ ମୃତ ଶିଶୁର ମାଉସୀ କହିଛନ୍ତି, ’ଶିଶୁ ରକ୍ତ କର୍କଟରେ ପୀଡିତ ଥିବା ହେତୁ ଦିଲ୍ଲୀ ଏମ୍ସରେ ତାର ଚିକିତ୍ସା ଚାଲିଥିଲା। କିଛିଦିନ ତଳେ ଡାକ୍ତର ଶିଶୁକୁ ଘରକୁ ନେଇଯିବାକୁ କହିଥିଲେ। ଏହାପରେ ମୁଁ ଓ ଭଉଣୀ ଶାନ୍ତି ଶିଶୁକୁ ଧରି ହରିଦ୍ବାର ଆସି ବୁଡ଼ ପକାଇଥିଲୁ। ବୁଡ଼ ପକାଇବା ପୂର୍ବରୁ ହିଁ ଶିଶୁର ମୃତ୍ୟୁ ହୋଇଯାଇଥିଲା।’

ପୁଲିସ ଏହି ଘଟଣାରେ ତିନିଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରି ଯାଞ୍ଚ ଆରମ୍ଭ କରିଛି। ସଠିକ ଘଟଣା କ’ଣ ତାହାର ତଦନ୍ତ କରୁଛି ପୁଲିସ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button