ଖେଳ ଖବର

‘ବାଜ୍‌ବଲ୍‌’କୁ ଭାରତୀୟ ଖାତିର୍‌ କରନ୍ତିନି: କେଏଲ୍‌ ରାହୁଲ୍‌ ୱିକେଟ୍‌ କିପିଂ କରିବେନି – Kalinga News

[ad_1]

ପାକିସ୍ତାନକୁ ଯେମିତି ତାଙ୍କ ଘରେ ହରାଇଥିଲୁ, ଏଠାରେ ମଧ୍ୟ ସେପରି କରିବାର ଲକ୍ଷ୍ୟ ରହିଛି: ଉଡ୍‌

ହାଇଦ୍ରାବାଦ: ଇଂଲଣ୍ଡ୍‌ର ‘ବାଜ୍‌ବଲ୍‌’ ଶୈଳୀକୁ ଭାରତୀୟ ଖେଳାଳିମାନେ ଖାତିର କରନ୍ତି ନାହିଁ। କିନ୍ତୁ ଏହି ଟେଷ୍ଟ୍‌ ଶୃଙ୍ଖଳାରେ ଭାରତୀୟ ଦଳ ଆଶାଠୁ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ କହିଛନ୍ତି। ଶୃଙ୍ଖଳାରେ ପ୍ରତ୍ୟେକ ମ୍ୟାଚ୍‌ର ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ସେହି ଅନୁଯାୟୀ ରଣକୌଶଳ ପ୍ରସ୍ତୁତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ରାହୁଲ ପ୍ରତିକ୍ରିୟା ରଖିଛନ୍ତି। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଗୁରୁବାରଠୁ ହାଇଦ୍ରାବାଦ୍‌ରୁ ଆରମ୍ଭ ହେବ। ଏଥିପୂର୍ବରୁ ଉଭୟ ଦଳ ପିଚ୍‌ର ସ୍ଥିତି ଅନୁଧ୍ୟାନ କରିବା ପରେ ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ମ୍ୟାଚ୍‌ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପ୍ରଶିକ୍ଷକ ଦ୍ରାବିଡ଼ କହିଛନ୍ତି ଯେ, ଆମ ଖେଳାଳିମାନେ ପିଚ୍‌ରେ ଅଲ୍‌ଟ୍ରା ଆଟାକିଂ ଖେଳ ଖେଳିବାକୁ ଯାଉନାହାନ୍ତି। ପରିସ୍ଥିତି ଅନୁସାରେ ‌ଯାହା ଆବଶ୍ୟକ ସେପରି ଖେଳିବାକୁ ହେବ। କିନ୍ତୁ ବାସ୍ତବିକ ଯଦି ଶୀର୍ଷ ୬ ବ୍ୟାଟର୍‌ଙ୍କୁ ଦେଖାଯାଏ, ସେମାନେ ସବୁବେଳେ ସକାରାତ୍ମକ କ୍ରିକେଟ୍‌ ଖେଳିବାକୁ ପସନ୍ଦ କରନ୍ତି ଏବଂ ମ୍ୟାଚ୍‌ରେ କିପରି ଆଧିପତ୍ୟ ବିସ୍ତାର କରିହେବ ତାହା ଉପରେ ଗୁରୁତ୍ବ ଦେଇଥାନ୍ତି। କିନ୍ତୁ ମ୍ୟାଚ୍‌ର ମୋଡ଼କୁ ହଠାତ୍‌ ସେମାନେ ବଦଳାଇଦେବେ ବୋଲି କହିହେବନି। ଆମକୁ ଅଧିକ ସମୟ ପାଇଁ ବ୍ୟାଟିଂ କରିବାକୁ ହେବ। ହେଲେ ଆମର କୌଣସି ବ୍ୟାଟର୍‌ ପଛଘୁଞ୍ଚା ଦେଇ ଖେଳିବେନି କିମ୍ବା ଅଧିକ ରକ୍ଷଣାତ୍ମକ ବ୍ୟାଟିଂ କରିବେନି ବୋଲି ଦ୍ରାବିଡ଼ ପ୍ରତିକ୍ରିୟା ରଖିଛନ୍ତି।

ତେବେ ବାଜ୍‌ବଲ୍‌ ‌ଶୈଳୀ ଉପରେ ଦ୍ରାବିଡ଼ କହିଛନ୍ତି, ଇଂଲଣ୍ଡକୁ ସେମାନଙ୍କର ଏହି ରଣକୌଶଳରେ ଖେଳୁଥିବା ଦେଖିବାକୁ ବହୁତ ଭଲ ଲାଗେ। ଏପରି ଖେଳି ସେମାନେ ପୂର୍ବ ମ୍ୟାଚ୍‌ଗୁଡ଼ିକରେ ସଫଳତା ମଧ୍ୟ ପାଇଛନ୍ତି। ପାକିସ୍ତାନରେ ସେମାନେ ଭଲ କରିଛନ୍ତି। ନ୍ୟୁଜିଲାଣ୍ଡରେ ଜିତିବା ସହ ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ଶୃଙ୍ଖଳା ମଧ୍ୟ ବହୁତ ଭଲ ଯାଇଥିଲା। ତେଣୁ ତାହାକୁ ଆମେ ସମ୍ମାନ ଦେବା ଦରକାର। କିନ୍ତୁ ଭାରତୀୟ ପରିସ୍ଥିତିରେ ଏଭଳି ରଣକୌଶଳ ସବୁବେଳେ ଆହ୍ବାନ ଭରା ରହିବ। କାରଣ ଆମ ଖେଳାଳିମାନେ ଆମ ପରିସ୍ଥିତି ସହ ଭଲ ଭାବେ ଜଡ଼ିତ। ଆକ୍ରମଣାତ୍ମକ ଖେଳିବାରେ ଆମର ବହୁତ ଅଭିଜ୍ଞତା ରହିଛି। ତେଣୁ ମ୍ୟାଚ୍‌ରେ ଆମ ଖେଳାଳିମାନେ ଇଂଲଣ୍ଡକୁ କିଭଳି ସାମ୍ନା କରୁଛନ୍ତି, ତାହାକୁ ଦେଖିବାକୁ ହେବ ବୋଲି ଦ୍ରାବିଡ଼ କହିଛନ୍ତି।

କେଏଲ୍‌ ରାହୁଲ୍‌ ୱିକେଟ୍‌ କିପିଂ କରିବେନି
ଇଂଲଣ୍ଡ ବିପକ୍ଷ ଏହି ଶୃଙ୍ଖଳାରେ କେଏଲ୍‌ ରାହୁଲ୍‌ ୱିକେଟ୍‌ କିପିଂ କରିବେନି। ଏଥିପାଇଁ ଅନ୍ୟତମ ବିକଳ୍ପ ସହିତ ଆମେ ଯିବୁ ବୋଲି ଦ୍ରାବିଡ଼ କହିଛନ୍ତି। ରାହୁଲ ଏହି ଦୌଡ଼ରୁ ବାଦ୍‌ ପଡ଼ିବା ସ୍ପଷ୍ଟ ହେବା ପରେ ଦୁଇଜଣ ୱିକେଟ୍‌ରକ୍ଷକ ଦାୟିତ୍ବ ପାଇଁ ଦଳ ସହିତ ସାମିଲ ହୋଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌‌ରେ ଚମତ୍କାର ପ୍ରଦର୍ଶନ କରି ଟେଷ୍ଟ୍‌ ଡାକରା ପାଇଥିବା ଧ୍ରୁବ ଜୁରେଲ୍‌ ଓ କେଏସ୍‌ ଭରତ ଏହି ଦୌଡ଼ରେ ରହିଛନ୍ତି। ଜୁରେଲ୍‌ ୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୪୬.୪୭ ହାରରେ ୭୯୦ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୧ ଶତକ ଓ ୫ ଅର୍ଦ୍ଧଶତକ ସାମଲ ଅଛି। ଏଥିସହିତ କିପର ଭାବେ ୩୬ ଡିସ୍‌ମିସାଲ୍‌ ମଧ୍ୟ କରିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ‘ଏ’ ସହିତ ଯାଇଥିଲା ବେଳେ ସେ ୦ ଓ ୬୯ ରନ୍‌ କରିଥିଲେ। ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ମଧ୍ୟ ୫୦ ରନ୍‌ କରିଥିଲେ। ଅନ୍ୟପକ୍ଷରେ ଭରତ ନିକଟରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଦ୍ରୁତ ଶତକ ଅର୍ଜନ କରିଥିଲେ। ୯୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିସାରିଥିବା ଭରତ କିପର ଭାବେ ୨୮୭ କ୍ୟାଚ୍‌ ଓ ୩୩ ଷ୍ଟମ୍ପିଂ କରିଛନ୍ତି।

ପାକିସ୍ତାନକୁ ଯେମିତି ତାଙ୍କ ଘରେ ହରାଇଥିଲୁ, ଏଠାରେ ମଧ୍ୟ ସେପରି କରିବାର ଲକ୍ଷ୍ୟ ରହିଛି: ଉଡ୍‌
ଟେଷ୍ଟ୍‌ ମ୍ୟାଚ୍‌ରେ ଦ୍ରୁତ ବୋଲରଙ୍କୁ ସଟ୍‌ ପିଚ୍‌ ବଲ୍‌ ଅନେକ ଥର ସଫଳତା ଦେଇଥାଏ। କିନ୍ତୁ ଘରୋଇ ଦଳର ଅଧିନାୟକ ଏହି ବଲ୍‌କୁ ଖେଳିବାରେ ପାରଙ୍ଗମ। ଏହାସତ୍ତ୍ବେ ଜଣେ ଦ୍ରୁତ ବୋଲର ଭାବେ ତାଙ୍କୁ ବାଉନ୍ସର ପକାଇବିନି ବୋଲି ଭାବିବା ଠିକ୍‌ ହେବନି। ବରଂ ପ୍ରତ୍ୟେକ ବଲ୍‌କୁ ଠିକଣା ସମୟରେ ଓ ଠିକ୍‌ ସ୍ଥାନରେ ବୋଲିଂ କରିବାକୁ ଚେଷ୍ଟା କରିବୁ ବୋଲି ଇଂଲଣ୍ଡ ଦ୍ରୁତ ବୋଲର ମାର୍କ ଉଡ୍‌ କହିଛନ୍ତି। ମ୍ୟାଚ୍‌ ବେଳେ ଘରୋଇ ଖେଳାଳିଙ୍କ ଉପରେ ଯେତେ ସମ୍ଭବ ଚାପ କାଏମ୍‌ ରଖିବା ଜରୁରି ହୋଇଥାଏ। ମ୍ୟାଚ୍‌ରେ ସବୁବେଳେ ଠିକ୍‌ ସମୟକୁ ଅପେକ୍ଷା କରିବାକୁ ପଡ଼ିଥାଏ। ଯେତେବେଳେ ସୁଯୋଗ ମିଳିବ ଭାରତକୁ ଚାପରେ ରଖିବୁ। ୨୦୨୨ରେ ପାକିସ୍ତାନ ବିପକ୍ଷରେ ତାଙ୍କ ଘରେ ଯେପରି ଇଂଲଣ୍ଡ ଶୃଙ୍ଖଳା ଜିତି ଇତିହାସ ରଚିଥିଲା, ଭାରତରେ ମଧ୍ୟ ସମାନ ପ୍ରକାରର ଘଟଣା ଦୋହରାଇବାକୁ ସେମାନେ ଲକ୍ଷ୍ୟ ରଖିଥିବା ଉଡ୍‌ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button