ଡେଟୋଲ ପ୍ରୟୋଗ ଦ୍ଵାରା କେବଳ କିଛି ମିନିଟ ରେ ଅଦରକାରୀ ଚୁଟି ଠାରୁ ପାଆନ୍ତୁ ମୁକ୍ତ-
ପ୍ରାୟତଃ ଆପଣ ଦେଖି ଥିବେ ବା ଆପଣଙ୍କ ଅଦରକାର ଜାଗାରେ ଚୁଟି ହୋଇ ଥାଏ ଯାହା ପାଇଁ ଲୋକ ଚିନ୍ତିତ ହୋଇ ଥାନ୍ତି । ହାତ ଗୋଡରେ ଆବଶ୍ୟକତା ଠାରୁ ଅଧିକ ଚୁଟି ହେଲେ ଭାଲୁ ଭଳି ଲାଗି ଥାଏ ଓ ନିଜକୁ ଅନ୍ୟ ସାମ୍ନାକୁ ଯିବା ପାଇଁ ଲାଜ ଲାଗି ଥାଏ । ଏହି ଅସୁବିଧା ପାଇଁ ମାର୍କେଟ ରେ ବହୁତ ପ୍ରକାର କ୍ରିମ ମଧ୍ୟ ଆସି ଯାଇଛି ଯାହା ଦ୍ଵାରା ଲୋକ ସହଜ ରେ ପ୍ରୟୋଗ କରି ଚୁଟି ଦ୍ଵାରା ମୁକ୍ତି ପାଇ ପାରିବେ କିନ୍ତୁ କେତେକ ଲୋକଙ୍କୁ ସେହି ପ୍ରଡ଼କ୍ଟ ସୁଟ କରି ନଥାଏ ।
ଏବଂ କେତେକ ଲୋକଙ୍କ ପାଇଁ ଦାମୀ ହୋଇ ଥାଏ ସେଥିପାଇଁ ଆଜି ଆମେ ଆପଣଙ୍କୁ ଗୋଟେ ଏମିତ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତଙ୍କ ଘରେ ଉପଲବ୍ଧ ହୋଇ ଥାଏ ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଶୁଣି ଆପଣ ଖୁସି ହୋଇ ଯିବେ । ତେବେ ଏହି ଉପାୟ ପାଇଁ ଆପଣଙ୍କୁ ଡେଟୋଲ ଉପଯୋଗ କରିବାକୁ ପଡିବ ଏବଂ ଏହା ସହ ଅନ୍ୟ ଜିନିଷ ମଧ୍ୟ ଦରକାର ପଡିବ ଯାହା ଆଜି ଆମେ ଆପଣଙ୍କୁ କହିବୁ । ଏହି ଉପାୟ ପାଇଁ ଆପଣଙ୍କୁ ଡେଟୋଲ, କଞ୍ଚା ଖିର, ବେସନ ଓ ହଳଦୀ ଦରକାର ପଡି ଥାଏ, ଏହି ସାମାନ୍ୟ ଜିନିଷ ଦ୍ଵାରା ଆପଣ ବହୁତ ସହଜ ରେ ଚୁଟି ରୁ ମୁକ୍ତି ପାଇ ପାରିବେ ।
ମିଶ୍ରଣ ବନେଇବା ଉପାୟ :
ଗୋଟେ ଗିନା ନିଅନ୍ତୁ ସେଥିରେ ଗୋଟେ ଚାମଚ ବେସନ ନିଅନ୍ତୁ, ଅଳପ ହଳଦୀ, ତା ପରେ ୩ ଚାମଚ କଞ୍ଚା ଖିର ନିଅନ୍ତୁ ଏବଂ ଏହା ପରେ ୧୩-୧୪ ବୁନ୍ଦା ଡେଟୋଲ ପକାଇ ମିଶ୍ରଣ ଭଲ ଭାବରେ ତିଆରି କରି ନିଅନ୍ତୁ । ଏହା ପରେ ମିଶ୍ରଣ ତିଆରି ହେଲା ପରେ ମିଶ୍ରଣକୁ ଅଦରକାର ଚୁଟି ଉପରେ ଭଲ ଭାବରେ ଲଗେଇ ଦିଅନ୍ତୁ । ମିଶ୍ରଣ ଲଗେଇଲା ପରେ ସେହି ଜାଗାକୁ ଭଲ ଭାବରେ ଘସି ନିଅନ୍ତୁ ଓ ଏହା ପରେ ୧୦-୧୫ ମିନିଟ ସେହି ମିଶ୍ରଣ ସୁଖିବା ପାଇଁ ଛାଡି ଦିଅନ୍ତୁ ଓ ମିଶ୍ରଣ ଶୁଖିଲା ପରେ ଏହାକୁ ରଗଡିକି ବାହାର କରନ୍ତୁ ଦେଖିବେ ଆପଣଙ୍କ ଅଦରକାରୀ ଚୁଟି ସହଜରେ ଛାଡି ଯିବ ଓ ଆପଣଙ୍କ ଜାଗା ସଫା ହୋଇ ଯିବ ଥରେ ଏହି ଉପାୟ କରିକି ଦେଖନ୍ତୁ ଆପଣଙ୍କୁ ଭଲ କାମ ଦବ ।