ଦେଶ- ବିଦେଶ

ଗଣ୍ଠିବ୍ୟଥା ରୋଗର ଲକ୍ଷଣ ଓ ଏହାର ଚିକିତ୍ସା, ଜାଣନ୍ତୁ କଣ କୁହନ୍ତି

ସାଧାରଣତଃ ସବୁ ବୟସ ର ଲୋକ ମାନଙ୍କ ଠାରେ ଗଣ୍ଠିବ୍ୟଥା ହୋଇପାରେ । ଗଣ୍ଠିବ୍ୟଥା ରେ ଶରୀରର ଯେଉଁ କୌଣସି ଗଣ୍ଠି ପ୍ରଭାବିତ ହେବାର ଦେଖା ଦେଇଥାଏ । ଏହା ଏକ ଏପରି ସମସ୍ଯା ଯାହା କାରଣ ରୁ ମଣିଷ ଚଲା ବୁଲା ଠାରୁ ଆରମ୍ଭ କରି ସବୁ ପ୍ରକାର ର କାର୍ଯ୍ୟ କରିବାରେ ନାନା ସମସ୍ଯା ଅନୁଭବ କରିଥାଏ । କିନ୍ତୁ ଗଣ୍ଠି ବ୍ୟଥାର ମୂଳ କାରଣ କଣ ଓ ଏହାର ଚିକିତ୍ସା କିପରି କରାଯିବା ଦରକାର ଏହା ସମ୍ବନ୍ଧ ରେ ଆସନ୍ତୁ ଜାଣିବା ଡାକ୍ତର ଏମ୍ ଜଗତଜିତ ଙ୍କ ଠାରୁ ତାଙ୍କର ଏହା ଉପରେ କଣ ମତାମତ ରହିଛି ।

ଗଣ୍ଠିବ୍ୟଥା ବହୁ ପ୍ରକାର କାରଣ ରୁ ହେବାର ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଏକ ହେଉଛି ଅଷ୍ଟିଓଆର୍ଥଇଟିସ ଯାହାକି ବୟସ ର କାରଣ ରୁ ହେବାରୁ ଦେଖିବାକୁ ମିଳିଥାଏ । କମ ବୟସ ର ଲୋକ ମାନଙ୍କ ଠାରେ ଦେଖିବାକୁ ମିଳିଥାଏ, ତାହାକୁ ଇନଫ୍ଲାମେଟାରି ଅର୍ଥାଇଟିସ ବୋଲି କୁହାଯାଇଥାଏ ।

ଏହି ଇନଫ୍ଲାମେଟାରି ଅର୍ଥାଇଟିସ ଭିନ୍ନ ଭିନ୍ନ ରୋଗ ର କାରଣ ରୁ ହେବାର ଦେଖିବାକୁ ମିଳିଥାଏ । କିନ୍ତୁ ଏହା ଦେଖା ଦେବାର ମୁଖ୍ୟ କାରଣ ହେଉଛି ଆଜିକାଲି ର ଖାଦ୍ୟ ପେୟ । ଯେପରି କି ଜଙ୍କଫୁଡ ଜାତୀୟ ଖାଦ୍ୟ । ଯାହା ଶରୀର ପାଇଁ ଭଲ ହୋଇ ନଥାଏ । ତାହାଛଡା ଦ୍ଵିତୀୟ ପ୍ରମୁଖ କାରଣ ହେଉଛି ଓବେଶୀଟି ।

କିନ୍ତୁ ଅର୍ଥାଇଟିସ ଅଧିକ ଥର ମହିଳା ମାନଙ୍କ ଠାରେ ହେବାର ଦେଖିବାକୁ ମିଳିଥାଏ । କାରଣ ଅଧିକ ଥର ମହିଳା ମାନଙ୍କ ଶରୀର ରେ କ୍ୟାଲସିୟମ ର ଘୋର ଅଭାବ ଦେଖିବାକୁ ମିଳିଥାଏ । କ୍ୟାଲସିୟମ ର ଅଭାବ ହେଲେ ଶରୀର ର ସମସ୍ତ ଅସ୍ତି ଗୁଡିକ କମଜୋର ହୋଇଯାଏ ।

ଯାହା କାରଣ ରୁ ଧୀରେ ଧୀରେ ହୋଇ ଗଣ୍ଠି ଜନିତ ସମସ୍ଯା ମାନ ଦେଖିବାକୁ ମିଳିଥାଏ । ଗଣ୍ଠିବ୍ୟଥା କୁ କେବେ ମଧ୍ୟ ଅଣଦେଖା କରି ରହିବା ଉଚିତ ହୋଇ ନଥାଏ । ଗଣ୍ଠି ଜନିତ ସମସ୍ଯା ନ ହେବା ପାଇଁ ପୂର୍ବ ରୁ ହିଁ ସତର୍କ ରହିବା ଉଚିତ । ଏହା ପାଇଁ ଆପଣ ପ୍ରତ୍ଯେକ ଦିନ ସକାଳେ କିଛି କିଛି ସମୟ ଧରି ବ୍ୟାୟାମ ଆଦି ମଧ୍ୟ କରି ପାରିବେ । ଏହା ଦ୍ଵାରା ଅସ୍ତି ଗୁଡିକ ଦୀର୍ଘ ଦିନ ଧରି ସୁସ୍ଥ ରହେ ।

ତାହାଛଡା ପ୍ରତିଦିନ ଆପଣ ସକାଳେ କିଛି ସମୟ ଧରି କଅଁଳ ସୂର୍ଯ୍ୟ ରେ ଚଲା ବୁଲା ଯଦି କରନ୍ତି, ତେବେ ଏହା ଦ୍ଵାରା ଶରୀର କୁ ପ୍ରଚୁର ପରିମାଣ ରେ ଭିଟାମିନ-D ମିଳିଥାଏ । ଯାହା ସାହାର୍ଯ୍ୟ ରେ ଆମକୁ ଗଣ୍ଠି ଯନ୍ତ୍ରଣା ରୁ ମଧ୍ୟ ମୁକ୍ତି ମିଳିଥାଏ । ଜୀବନ ଶୈଳୀ କୁ ମଧ୍ୟ ସାମାନ୍ୟ ବଦଳିବାକୁ ପଡିଥାଏ । ସ

ବୁଜ ପନିପରିବା ପ୍ରଚୁର ମାତ୍ରାରେ ଖାଇବା ସହ ନିଜ ର ଆଣ୍ଠୁ ଗଣ୍ଠି ମାନଙ୍କୁ ସାମାନ୍ଯ ଫ୍ରି କରି ରଖିବା ଉଚିତ । ଗଣ୍ଠି ଜନିତ ସମସ୍ଯା ଦେଖା ଦେଲେ ଏହାକୁ ଅଣଦେଖା କରି ମନ ଇଛା କୌଣସି ଔଷଧ ଖାଇବା ପରିବର୍ତ୍ତେ ଡାକ୍ତର ଙ୍କ ସହ ପରାମର୍ଶ କରି ନେବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button