ସ୍ୱାସ୍ଥ୍ୟ

ଯଦି ଆପଣ ବି ଅଣ୍ଡା ଖାଉଛନ୍ତି ! ତେବେ ସିଝା ଅଣ୍ଡା ଖାଇବାର ଫାଇଦା ମଧ୍ୟ ଜାଣି ରଖନ୍ତୁ

ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରତିଦିନ ଖାଇଥାଉ । ଯାହାକି ଆମ ଶରୀରକୁ ଶକ୍ତି ଆଉ ପୁଷ୍ଟି ଯୋଗାଇଥାଏ । ତେବେ ସେଠାମଧ୍ୟରୁ ଅଣ୍ଡା ମଧ୍ୟ ବହୁତ ଭଲ ଏକ ପ୍ରୋଟିନଯୁକ୍ତ ଖାଦ୍ୟ ଅଟେ । ତେଣୁ ଅଣ୍ଡା ଖାଇବା ଦ୍ଵାରା ଆମ ଶରୀରକୁ ତାହାର ବହୁତ ପ୍ରକାର ଫାଇଦା ମଧ୍ୟ ମିଳିଥାଏ । ତେବେ ଅଣ୍ଡା ଖାଇବା ଦ୍ଵାରା ଆମ ଶରୀରକୁ କଣ କଣ ସବୁ ଫାଇଦା ମିଳିଥାଏ ଚାଲନ୍ତୁ ଆଲୋଚନା କରିବା । ଅଣ୍ଡାରୁ ପ୍ରୋଟିନ ଓ ଏମିନୋ ଏସିଡ ଭଲ ପରିମାଣରେ ଆମ ଶରୀରକୁ ମିଳିଥାଏ ।

ଅଣ୍ଡାରେ 9 ପ୍ରକାରର ଏମିନୋ ଏସିଡ ରହିଥାଏ । ଯାହା ଆମ ଶରୀରର ଅନେକ ଅବଶ୍ୟକତା ମଧ୍ୟ ପୁରା କରିଥାଏ । ଅନେକ ଲୋକଙ୍କର ଧାରଣା ରହିଥାଏ । ଯେ ସିଝା ଅଣ୍ଡାକୁ ଖାଇବା ଦ୍ଵାରା ମୋଟାପଣ ଶରୀରରେ ଅଧି ବଢିଯାଇଥାଏ । ହେଲେ ସିଝା ଅଣ୍ଡାକୁ ଖାଇ ମଧ୍ୟ କିପରି ନିଜର ମୋଟାପଣକୁ କମାଇପାରିବେ ତାହା ଏଠାରେ କହିବୁ । 4 ରୁ 5 ଟି ଅଣ୍ଡାକୁ ନେଇ ସିଝାଇବା ପରେ ସେଥିରେ ଥିବା ହଳଦିଆ ଅଂଶ ବା କେଶରକୁ କାଢି ଦିଅନ୍ତୁ ।

ଅଣ୍ଡାର ଧଳାକୁ ନିଜ ବ୍ରେକଫାଷ୍ଟରେ ଖାଇପାରିବେ । ଏହା ଖାଇବା ଦ୍ଵାରା ମୋଟା ବ୍ୟକ୍ତି ନିଜର ମୋଟାପଣ ଧୀରେ ଧୀରେ କରି କମାଇପାରେ । କାରଣ ଅଣ୍ଡାର ଧଳା ଭାଗରେ ପ୍ରୋଟିନ ଓ ହଳଦିଆ ଭାଗରେ ଫ୍ୟାଟ ରହିଥାଏ । ତେଣୁ ଯେଉଁ ମାନେ ନିଜର ଅଧିକ ମୋଟାପା କାରଣରୁ ଓଜନ କମାଇବାକୁ ଚାହୁଁଛନ୍ତି । ସେମାନେ ଅଣ୍ଡାର ଫ୍ୟାଟ ଅଂଶକୁ ଛାଡି ତାହାର ଧଳା ଅଂଶକୁ ଖାଇପାରିବେ ।

ଯେଉଁଥିରୁ ସେମାନଙ୍କୁ ଭଲ ମାତ୍ରାରେ ପ୍ରୋଟିମ ମିଳିପାରିଥାଏ । 2- ଯେଉଁ ଲୋକ ମାନଙ୍କର ଓଜନ କମ ରହିଥାଏ । ସେମାନେ ଅଣ୍ଡାର ସେବନ ନିହାତି କରିବା ଦରକାର ହୋଇଥାଏ । ସେମାନେ ଅଣ୍ଡାକୁ ସଂପୂର୍ଣ୍ଣ ରୂପେ ଖାଇପାରିବେ । ଅର୍ଥାତ ସେମାନେ ଅଣ୍ଡାର ଧଳା ଓ ହଳଦିଆ ଅଂଶ ଉଭୟକୁ ଖାଇପାରିବେ । ଅଣ୍ଡା ଖାଇବା ଦ୍ଵାରା ମଧ୍ୟ ମସ୍ତିଷ୍କର ପାୱାର ବଢିଥାଏ ।

ତେଣୁ ଅଣ୍ଡା ଖାଇବା ଦ୍ଵାରା ପିଲା ବୁଦ୍ଧିମାନ ମଧ୍ୟ ହୋଇପାରିଥାଏ । ଅଣ୍ଡାକୁ ସକାଳୁ ନିଜର ବ୍ରେକଫାଷ୍ଟରେ ଖାଇବା ଦ୍ଵାରା ଆମକୁ ସେଥିରୁ ଭଲ ଏନର୍ଜି ମଧ୍ୟ ମିଳିଥାଏ । ଶରୀରର ଚୁଟି, ନଖ ଆଦିର ଗଠନ ପାଇଁ ମଧ୍ୟ ପ୍ରୋଟିନର ଆବଶ୍ୟକତା ପଡିଥାଏ । ତେଣୁ ଅଣ୍ଡା ଖାଇବା ଦ୍ଵାରା ନଖ, ଚୁଟି ଭଲ ବଢିବା ସହ ସୁନ୍ଦର ମଧ୍ୟ ହୋଇଥାଏ । ତେବେ ସିଝା ଅଣ୍ଡା ଖାଇବା ଦ୍ଵାରା ଆମ ଶରୀରକୁ ବହୁତ ସାରା ଫାଇଦା ମିଳିଥାଏ ।ତେବେ ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button