ସ୍ୱାସ୍ଥ୍ୟ

ଗର୍ଭଧାରଣ କରିବା ପାଇଁ ସହବାସର କେଉଁ ସମୟ ଉପଯୁକ୍ତ ସମୟ ଅଟେ ?

ଏକ ସୁସ୍ଥ ଶିଶୁ ପାଇଁ ସଠିକ ସମୟରେ ଗର୍ଭଧାରଣ କରିବା ନିହାତି ଜରୁରୀ ଅଟେ । ତେବେ ଅନେକ କପୁଲ୍ସଙ୍କର ଏକ ପ୍ରଶ୍ନ ବହୁ ସମୟରେ ରହିଥାଏ ? ଗର୍ଭଧାରଣ କରିବାର ସଠିକ ସମୟ କଣ ଅଟେ ? ତେବେ ଏ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀଙ୍କ ମୁହଁରୁ ଚାଲନ୍ତୁ ଜାଣିବା । ତେବେ ଡାକ୍ତରଙ୍କ କହିବା ଆଧାରରେ ଅନେକ ମହିଳାଙ୍କର ପ୍ରଶ୍ନ ରହିଥାଏ ?

ଆମେ କୌଣସି କଣ୍ଟ୍ରାପସେଶନ ବ୍ୟବହାର କରୁନାହୁଁ । ପିରିୟଡ୍ସ ମଧ୍ୟ ଠିକ ସମୟରେ ହେଉଛି, ସ୍ଵାମୀଙ୍କ ଧାତୁ ମଧ୍ୟ ଠିକ ରହୁଛି । ହରମୋନ ଠାରୁ ଅଲ୍ଟ୍ରାସାଉଣ୍ଡ ପର୍ଯ୍ୟନ୍ତ ସବୁ ଠିକ ରହୁଛି । ଏହି ସବୁ ଠିକ ରହିବା ସତ୍ବେ ମଧ୍ୟ ଗର୍ଭଧାରଣରେ ପ୍ରୋବ୍ଲେମ ରହୁଛି । ତେବେ ଗର୍ଭଧାରଣ କରିବାର ଠିକ ସମୟ କେଉଁଟି ଅଟେ ? ତେବେ ପ୍ରତ୍ଯେକ ମହିଳାଙ୍କର ସବୁ ସାଇକେଲ୍ ବା ପିରିୟଡ୍ ସମୟରେ ମାତ୍ର 25 ପ୍ରତିଶତ ମହିଳାଙ୍କ ସେହି ସମୟରେ ଇଣ୍ଟରକୋର୍ସ କରିବା ଦ୍ଵାରା ଗର୍ଭବତୀ ହେବାର ସମ୍ଭାବନା ରହିଥାଏ ।

ତେବେ ସେହି 25 ପ୍ରତିଶତ ସମ୍ଭାବନା ସେତେବେଳେ ଦେଖାଯାଇଥାଏ । ଏକ ଫର୍ଟିଲିଟି ୱିଣ୍ଡୋ ରହିଥାଏ । ଯେଉଁ ମହିଳାଙ୍କ ପିରିଅଡ ସାଇକେଲ୍ ହେଉଛି 28 ରୁ 30 ଦିନ । ସେହି ମହିଳାଙ୍କର ଲାଷ୍ଟ 14 ଦିନ ସେମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ସମୟ ରହିଥାଏ । ସେହି ସମୟକୁ ଲୁଟିୟାଲ ଫେସ କହନ୍ତି । ଯେଉଁ ମହିଳାଙ୍କର ପିରିୟଡ୍ ରେଗୁଲାର ରହିଥାଏ । ପ୍ରତି 28 ରୁ 30 ଦିନ ମଧ୍ୟରେ ପିରିୟଡ୍ସ ହେଉଥାଏ ।

ସେହି ମହିଳାଙ୍କର ଓଭାରୀରୁ ଅଣ୍ଡା ବା ଅଭମ ବାହାରୁଛି । ସେଇଟା ମହିଳାଙ୍କର 13 ରୁ 15 ଦିନ ମଧ୍ୟରେ ବାହାରିଥାଏ । ଯେତେବେଳେ ମହିଳାର ଓଭାରୀରୁ ଅଣ୍ଡା ବାହାରେ । ସେହି ଅଣ୍ଡା କେବଳ 24 ଘଣ୍ଟା ହିଁ ସକ୍ରିୟ ରହିଥାଏ । 24 ଘଣ୍ଟା ପରେ ସେହି ଅଣ୍ଡା ନଷ୍ଟ ହୋଇଯାଇଥାଏ । ତେଣୁ ମହିଳାର ଅଣ୍ଡା ବାହାରିବା ପରେ 24 ଘଣ୍ଟା ଭିତରେ ଯଦି କପୁଲ୍ସ ଇଣ୍ଟରକୋର୍ସ କରିଥାନ୍ତି ।

ସେହି କ୍ଷେତ୍ରରେ ମହିଳାଟି ଗର୍ଭବତୀ ହେବାର ସମ୍ଭାବନା ରହିଥାଏ । ତେଣୁ ଯେଉଁ ମହିଳା କଂସିବ କରିବାକୁ ଚାହୁଁଥାନ୍ତି । ସେମାନେ ଡେ 12 ରୁ ଡେ 18 ଦିନ ପର୍ଯ୍ୟନ୍ତ ଇଣ୍ଟରକୋର୍ସ କରିବା ଦରକାର । ବିଶେଷ କରି ଡେ 12 ଓ ତାପରେ ଡେ 14, ଡେ 14 ଓ ଡେ 16 ଏହିଭଳି ଭାବେ ଅଲ୍ଟରନେଟିଭ କରି ଇଣ୍ଟରକୋର୍ସ କରିବା ନିହାତି ଉଚିତ ।ଯାହା ଦ୍ଵାରା ସେହି କ୍ଷେତ୍ରରେ ମହିଳା ବହୁତ ଜଲ୍ଦି କଂସିବ କରିବାର ସମ୍ଭାବନା ରହିଥାଏ । ପୋଷ୍ଟଟି ଭଲ ଲାଗିଥିଲେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button