ସ୍ୱାସ୍ଥ୍ୟ

ସକାଳୁ ପେଟ ସଫା ହେବାରେ ହେଉଛି କି ସମସ୍ୟା ? କରନ୍ତୁ ଏହି କାମ, ଥରକେ ହେବ ସଫା

ପେଟ ସମସ୍ୟା ଏବେ ଏକ ଗୁରୁତର ବ୍ୟାଧି ହୋଇଗଲାଣି । ଖାଦ୍ୟପେୟରେ ଅନିୟମିତତା କାରଣରୁ କମ୍ ବୟସରେ ବି ପେଟ ସମସ୍ୟା ଦେଖାଦେଇଥାଏ । ଏପରିକି ପେଟ ସଫା ନରହି ଗୋଳମାଳିଆ କରିଥାଏ । ଥରକରେ ପେଟ ସଫା ହୁଏ ନାହିଁ । ଠିକ୍ ସମୟରେ ନଖାଇବା, ଶୋଇବାରେ ସମୟସୀମା ନରହିବା କାରଣରୁ ଏଭଳି ଚିନ୍ତାଜନକ ପରିସ୍ଥିତି ଉପୁଜୁଛି । ତେଣୁ ଥରକରେ ପେଟ ସଫା ନହେବା ଏବେ ସାଧାରଣ ହୋଇଗଲାଣି । ହଜମ ପ୍ରକ୍ରିୟା ସଠିକ୍ ଭାବେ ହେଉନଥିବାରୁ ଏଭଳି ସମସ୍ୟା ହେଉଛି । ବଦହଜମି ହେଲେ ପେଟ କାଟିବା, ଖଟା ହାକୁଟି ଆସିବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଯଦି ଆପଣ ବି ଚାହୁଁଛନ୍ତି ପେଟ ସଫା ରହୁ ଏବଂ ଥରକେ ପେଟ ସଫା ହୋଇଯାଉ ତେବେ ସକାଳୁ ଏଭଳି କିଛି କରିବାକୁ ପଡିବ ।

ସକାଳୁ ଉଠିବା ପରେ କିଛି ସମୟ ଶାନ୍ତ ମନରେ ରୁହନ୍ତୁ । ଯାହା ଫଳରେ ପାଚନ କ୍ରିୟା ଭଲ ହୋଇଥାଏ ଏବଂ ମସ୍ତିସ୍କକୁ ଆରାମ୍ ମଧ୍ୟ ମିଳିଥାଏ । ସକାଳୁ ଅଧିକ ଭଲ୍ୟୁମ୍‌ରେ ଆଲାର୍ମ ଦେଉଥିଲେ ସାବଧାନ । ଏହା ଦ୍ବାରା ହଠାତ୍ ହୃଦସ୍ପନ୍ଦନ ବଢିଯାଏ ଏବଂ ପେଟ ଉପରେ ପ୍ରଭାବ ବି ପଡେ । ତେଣୁ ସକାଳୁ ଉଭୟ ଶରୀର ଓ ମସ୍ତିସ୍କକୁ ଶାନ୍ତ ରଖନ୍ତୁ । ନିତିଦିନିଆ ଲାଇଫ୍‌ଷ୍ଟାଇଲ୍‌ ଏବଂ ଦାୟିତ୍ବ କାରଣରୁ କିଛି ବ୍ୟକ୍ତି ସର୍ବଦା ବ୍ୟସ୍ତ ରହିଥାନ୍ତି । ଯାହା ଫଳରେ ବ୍ୟକ୍ତିଗନ ଜୀବନରେ ରୁଟିନ୍ ପରିବର୍ତ୍ତନ ହୋଇଯାଏ । ପେଟ ସଫା କରିବା ପାଇଁ ହେଲେ ନିଜେ ନିଜ ପାଇଁ ସମୟ ଦେବା ଉଚିତ୍ । ସକାଳୁ ଯୋଗ, ଧ୍ୟାନ କଲେ ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ଶାନ୍ତ ଏବଂ ଚାପମୁକ୍ତ ରହିବା ଦ୍ବାରା ପାଚନ ପ୍ରକ୍ରିୟା ସଠିକ୍ ଭାବେ ହୋଇଥାଏ ।

ବ୍ୟସ୍ତବହୁଳ ଜୀବନରେ ଖାଇବା ପିଇବା କଥା ସମ୍ପୂର୍ଣ୍ଣ ଭାବେ ମନରୁ ପଳାଏ । ଖାଇବା ସମୟରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ପେଟ ସମସ୍ୟା ଦେଖାଦେଇଥାଏ । ଜଲଦି ଜଲଦି ଖାଇକି ବାହାରିଯିବା ବି ପେଟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଖାଇବା ସମୟରେ ଧିରସ୍ଥିର ହୋଇ ଆରାମ୍‌ରେ ଖାଇବା ଉଚିତ୍ । ଏହା ସହିତ ଫାଷ୍ଟଫୁଡ୍, ଜଙ୍କଫୁଡ୍ ତଥା ବାହାରେ ଖାଇବା ଠାରୁ ଦୂରେଇ ରହିଲେ ସ୍ବାସ୍ଥ୍ୟ ଏବଂ ପେଟ ପାଇଁ ଭଲ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button