ରାଜ୍ୟ

କେମିତି କରିବେ BSKY କାର୍ଡ ନିବେଦନ ଦେଖନ୍ତୁ

ପୁଣି ଗରିବ ଲୋକଙ୍କ ଦୁଃଖ ଶୁଣିଲେ ଆଉ ବୁଝିଲେ ନବୀନ ବାବୁ

ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ତାରିଖ ବଢ଼ାଇ ଦେଲେ ସରକାର 

୧୬ ନୁହେଁ ୨୬ ତାରିଖ ଯାଏ ହେବ ଅନଲାଇନରେ ପଞ୍ଜିକରଣ 

ଶୀଘ୍ର କରନ୍ତୁ ଆବେଦନ , ମେଡ଼ିକାଲରେ ପାଇବେ ମାଗଣା ଚିକିତ୍ସା 

ପ୍ରକୃତରେ ହିଁ ଗରିବ ଲୋକଙ୍କ ମନରେ ଥିବା ଦୁଃଖ ଆଉ ସେମାନେ ଅନୁଭବ କରୁଥିବା କଷ୍ଟକୁ ଠିକ୍ ବୁଝୁଛନ୍ତି ଓଡ଼ିଶାର ଦରଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । Bsky ଯୋଜନାରେ ରାଜ୍ୟ ସରକାର ଲୋକ ମାନଙ୍କୁ ମାଗଣାରେ ବଡ଼ ବଡ଼ ରୋଗ ପାଇଁ ଚିକିତ୍ସା ଯୋଗାଇ ଦେଉଛନ୍ତି । ଆଉ ଏବେ bsky ଯୋଜନାରେ ଅଧିକ ଲୋକ ଆବେଦନ କରି ନଥିବାରୁ , ଆବେଦନ କରିବାର ସମୟକୁ ନବୀନ ପଟ୍ଟନାୟକ ଆହୁରି ବଢାଇ ଦେଇଛନ୍ତି। ଜାନୁଆରୀ ୧୬ ତାରିଖ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଜାନୁଆରି ୨୬ ତାରିଖ ଯାଏ ଲୋକେ ଅନଲାଇନରେ ପଞ୍ଜିକରଣ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରାଯାଇଥିବା ଜଣାଯାଇଛି।

ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇଁ ୭୦,୪୮୮ ଆବେଦନ ଆସିଛି। ଯେଉଁଥିରେ ୧ ଦଶମିକ ୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ। ତେବେ ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି। ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ ସର୍ବାଧିକ ୯୫୨୫ଟି ଆବେଦନ ଆସିଛି।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଥିଲେ। ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ ରହିଛି। ଏହି ନୂଆ କାର୍ଡ ଜରିଆରେ ବିଏସକେୱାଇରୁ ବଞ୍ଚିତ ଗ୍ରାମାଞ୍ଚଳର ସବୁ ପରିବାର ଏହି ନୂଆ ଯୋଜନାରେ ସାମିଲ ହେବେ। କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କରାଯିବ। ଏହି କାର୍ଡ ଜରିଆରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ବିଏସକେୱାଇରେ ପଞ୍ଜିକୃତ ହସ୍ପିଟାଲରେ ଜଟିଳ ରୋଗର ଚିକିତ୍ସା ସୁବିଧା ପାଇପାରିବେ। ତେବେ ଏଥିପାଇଁ ଆବେଦନ କରି ନଥିବା ଯୋଗ୍ୟ ଲୋକ ମାନେ ଯଥାଶୀଘ୍ର ଆବେଦନ କରିବାକୁ କୁହା ଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button