ମନୋରଞ୍ଜନ

‘ଆନିମଲ’ ସୁଟିଂ ବେଳେ ସତକୁ ସତ ରଣବୀରଙ୍କୁ ଚାପୁଡ଼ା ମାରିଥିଲେ ରଶ୍ମିକା – Kalinga News

[ad_1]

ମୁମ୍ବାଇ: ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦନା ଏବେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ଲକ୍ଷ ଲକ୍ଷ ଲୋକ ରଶ୍ମିକାଙ୍କ ସୁନ୍ଦରତା ଉପରେ ନିଜର ହୃଦୟ ହାରିଛନ୍ତି। ବହୁତ କମ୍ ବୟସରୁ ସେ ଉଭୟ ସାଉଥ୍ ଓ ବଲିଉଡ ଫିଲ୍ମରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ସବୁବେଳେ ନିଜର ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ରଶ୍ମିକା ଏବେ ‘ଆନିମଲ’ ସୁଟିଂ ସମୟର କିଛି ସ୍ମୃତି ସେୟାର କରିଛନ୍ତି।

ଫିଲ୍ମରେ ରଶ୍ମିକା, ରଣବୀରଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମର ଏକ ଦୃଶ୍ୟରେ ରଶ୍ମିକା, ରଣବୀରଙ୍କୁ ଚାପୁଡ଼ା ମାରିଥିବାର ଦେଖାଯାଇଥିଲା। ଏବେ ଏହି ଦୃଶ୍ୟର ସୁଟିଂ ବେଳର ସ୍ମୃତି ସେୟାର କରିଛନ୍ତି ରଶ୍ମିକା। ଏହି ଚଳଚ୍ଚିତ୍ରରେ ରଣବୀର ତାଙ୍କ ପତ୍ନୀ ରଶ୍ମିକାଙ୍କୁ ଧୋକା ଦେଉଥିବା ବେଳେ ତାଙ୍କୁ ଆସି ଏହା ବିଷୟରେ ଜଣାଉଛନ୍ତି। ଏହା ଶୁଣି ରଶ୍ମିକା ତାଙ୍କୁ ଚାପୁଡ଼ା ମାରୁଛନ୍ତି। ରଶ୍ମିକାଙ୍କ କହିବା ମୁତାବକ, ସନ୍ଦୀପ ମୋତେ ମୋ ଚରିତ୍ରକୁ ଅନୁଭବ କରିବାକୁ କହିଥିଲେ। ଯଦି ସ୍ବାମୀ ଧୋକା ଦିଏ, ତେବେ ସ୍ତ୍ରୀକୁ କିଭଳି ଅନୁଭବ ହେବ, ସେ ବିଷୟ‌ରେ ଭାବି ପ୍ରତିକ୍ରିୟା ଦେବ ବୋଲି ସନ୍ଦୀପ ମୋତେ କହିଥିଲେ। ଏହା ପରେ ମୁଁ ନିଜ ଚରିତ୍ରରେ ଏତେ ହଜିଗଲି ଯେ, ରାଗରେ ରଣବୀରଙ୍କୁ ଚାପୁଡ଼ା ମାରି ଦେଇଥିଲି। ଏଭଳି କରିବା ପରେ ମୁଁ କାନ୍ଦିବା ସହ ମୋତେ ବହୁତ ଖରାପ ଲାଗିିଥିଲା। ଏଥିପାଇଁ ମୁଁ ରଣବୀରଙ୍କୁ ଯାଇ ଠିକ ଅଛ କି ନାହିଁ ବୋଲି ପଚାରିଥିଲି। ହେଲେ ସେ ରାଗିବା ପରିବର୍ତ୍ତେ ଜଣେ କଳାକାର ଭାବେ ମୋତେ ବୁଝିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button