ମା’ପୁଅଙ୍କୁ ହତ୍ୟା କରି ପୋଡ଼ିଦେବା ମାମଲା: ଦୋଷୀକୁ ଆଜୀବନ ଜେଲ୍ – Kalinga News
[ad_1]
ହାଟଡିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନ ଅନ୍ତର୍ଗତ କଳିଗାଁରେ ମା’ପୁଅଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିଦେବା ଘଟଣାରେ ଦୋଷୀ ଦେବାଶିଷ ଦାସକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଜ୍ୟୋତି ରାଉତ।
କଳିଗାଁ ଗ୍ରାମର ବନମାଳୀ ଜେନା ଓ ତାଙ୍କ ମା’ ଜଞ୍ଜାଳି ଜେନା ଭିକ୍ଷାବୃତ୍ତି କରି ଚଳୁଥିଲେ। ଗାଁ ସ୍କୁଲ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଅଙ୍ଗନବାଡ଼ି ଘରେ ମା’ପୁଅ ରହୁଥିଲେ। ୨୦୨୦ ସେପ୍ଟେମ୍ବର ମାସରେ ଗାଁର ଦେବାଶିଷ ଦାସ ରାତିରେ ମା’ପୁଅଙ୍କୁ ଉଠାଇ ଟଙ୍କା ମାଗିଥିଲା। ଟଙ୍କା ଦେବାକୁ ମନା କରିବାରୁ ଦେବାଶିଷ ମା’ପୁଅଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଥିଲା। ପରେ ପେଟ୍ରୋଲ ଢାଳି ମୃତଦେହକୁ ଜାଳି ଦେଇଥିଲା। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦେବାଶିଷକୁ କୋର୍ଟଚାଲାଣ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମାମଲାରେ ୧୮ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ୍ ବୋଲି ରାୟରେ କୁହାଯାଇଛି।
[ad_2]