ବାଲିପାଟଣା ସରକାରୀ ମଦ ଦୋକାନରେ କଳାକନା ବୁଲେଇଲେ ଦୁର୍ବୃତ୍ତ – Kalinga News

[ad_1]
ବାଲିପାଟଣା : କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ କଳାକନା ବୁଲେଇଛନ୍ତି ଦୁର୍ବୃତ୍ତ। ନଗଦ କ୍ୟାସ ଓ ପେଟି ପେଟି ମଦ ନେଇ ଯାଇଛନ୍ତି ଚୋର। ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା କର୍ମଚାରୀ କହିଛନ୍ତି। ଦୁର୍ବୃତ୍ତ ଦୋକାନରେ ଲାଗିଥିବା ସିସି ଟିଭି ହାର୍ଡ ଡିକ୍ସ ତାଡି ନେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ବାଲିପାଟଣା ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଗତ ବର୍ଷ ଏପ୍ରିଲ ମାସରେ ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲା। ଅନୁରୂପ ଭାବେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଦୋକାନ ସଟର ତାଲା କାଟିବା ସହ ଚାରି ଚକିଆ ଯାନ ଲଗାଇ ପେଟି ପେଟି ମଦ ବୋହି ନେଇଛନ୍ତି। ଦୋକାନ କର୍ମଚାରୀଙ୍କ କହିବା କଥା ବୁଧବାର ୮୯ ପେଟି ମାଲ ଦୋକାନକୁ ଆସିଥିଲା। ସେଥିରୁ ଅଧିକାଂଶ ପେଟି ଚୋରି ହୋଇଛି। ୧. ୮୦ ଲକ୍ଷରୁ ଉର୍ଦ୍ଧ୍ବ ନଗଦ କ୍ୟାସ ଚୋରି ହୋଇଛି। ଦୋକାନ ସିସି ଟିଭି ହାର୍ଡ ଡିକ୍ସକୁ ମଧ୍ୟ ନେଇ ଯାଇଛନ୍ତି। ଆଜି ସକାଳୁ କର୍ମଚାରୀ ଦୋକାନ ଖୋଲିବାକୁ ଆସିବା ସମୟରେ ସଟର ଅଧା ଖୋଲା ଥିବା ଦେଖିଥିଲେ। ଦୋକାନ ଭିତରକୁ ଯିବା ପରେ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଜାଣି ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବାହ୍ନ ୧୦ଟା ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣା ପଡ଼ିଛି।
[ad_2]