ମନୋରଞ୍ଜନ

ବବି ଦେଓଲଙ୍କ ନିକଟରେ ରହିିଛି ଏହି ସବୁ ବିଳାସମୟ କାର୍‌ – Kalinga News

[ad_1]

ମୁମ୍ବାଇ: ରଣବୀର କପୁରଙ୍କ ‘ଆନିମଲ୍‌’ ସିନେମା ରିଲିଜ୍‌ ହେବା ପରଠାରୁ ତାଙ୍କଠାରୁ ବି ଯଦି କିଏ ବେଶୀ ଚର୍ଚ୍ଚାରେ ରହିଛନ୍ତି ସେ ହେଉଛନ୍ତି ବବି ଦେଓଲ୍। ଫିଲ୍ମଟି ଅଭିନେତାଙ୍କୁ ଏକ ନୂଆ ପରିଚୟ ଦେଇଛି। ସିନେମା ରିଲିଜ୍‌ ହେବା ପରଠାରୁ ଚାରିଆଡ଼େ ଖାଲି ବବିଙ୍କ ଚର୍ଚ୍ଚା ହେଉଛି।

ବବି ଦେଓଲ୍ ଏକାଧିକ ଉତ୍ସରୁ କରିଥାନ୍ତି। ଚଳଚ୍ଚିତ୍ର, ୱେବ୍ ସିରିଜ୍, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଅନ୍ୟାନ୍ୟ ଉପାୟରେ ଟଙ୍କା ରୋଜଗାର କରି ବିଳାସମୟ ଜୀବନଯାପନ କରନ୍ତି। ସୂତ୍ର ଅନୁଯାୟୀ, ସେ ଗୋଟିଏ ଚଳଚ୍ଚିତ୍ର ପାଇଁ ୪-୬ କୋଟି ଟଙ୍କା ନେଉଥିବା ବେଳେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ପ୍ରାୟ ୧ କୋଟି ଟଙ୍କା ନେଇଥାନ୍ତି। ୨୦୨୩ ମସିହାରେ ବବି ଦେଓଲଙ୍କ ସଂପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୮୩ କୋଟି ଟଙ୍କା (୧୦ ମିଲିୟନ୍ ଡଲାର୍) ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ତେବେ ବବିଙ୍କ ଚର୍ଚ୍ଚା ବନିବାର ଅନ୍ୟ ଏକ କାରଣ ତାଙ୍କ ଗାଡ଼ି କଲେକ୍ସନ ମଧ୍ୟ। ଅଭିନେତାଙ୍କ ନିକଟରେ ଅନେକ ସୁନ୍ଦର ଓ ବିଳାସମୟ କାର୍‌ ସବୁ ରହିଛି। ସେଗୁଡ଼ିକ ମଧ୍ୟ‌ରୁ ବଛା ବଛା କେତୋଟି ଗାଡ଼ି ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ପୋର୍ସ କରେରା: ଅଭିନେତାଙ୍କ ନିକଟରେ ରହିଥିବା ଗାଡ଼ିଗୁଡ଼ିକ ଭିତରୁ ଏହା ହେଉଛି ସବୁଠାରୁ ଦାମୀ। ଏହାର ଦାମ୍‌ ହେଉଛି ୩.୮୫ କୋଟି ଟଙ୍କା।

ଲାମ୍ରୋଗିନି ମର୍ସିଏଲଗୋ: ଏହି କାର୍‌ର ଦାମ ହେଉଛି ୨.୭ କୋଟି ଟଙ୍କା। ବବିଙ୍କ ନିକଟରେ ଥିବା ଏହି ମଡେଲ୍‌ ଗାଡ଼ିର ରଂଗ ହଳଦିଆ। ସେ ଏହାକୁ ଗତ କିଛି ମାସ ହେବ ସେ  ବିଭିନ୍ନ ସ୍ଥାନକୁ ନେଇ ଯାଉଥବାର ଦେଖିବାକୁ ମିଳୁଛି।

ମର୍ସିଡିଜ୍‌-ବେଞ୍ଜ୍‌-ଏସ୍‌-କ୍ଲାସ୍‌: ଏହା ହେଉଛି ଅଭିନେତାଙ୍କର ପ୍ରଥମ କାର୍‌। ଏହାର ଦାମ ହେଉଛି ୨.୫ କୋଟି ଟଙ୍କା।

ରେଞ୍ଜ ରୋଭର୍‌ ସ୍ପୋର୍ଟ: ଏହି ଗାଡ଼ିଟି ମଧ୍ୟ ଅଭିନେତାଙ୍କ କଲେକ୍ସନ ମଧ୍ୟରେ ରହିଛି। ଏହାର ଦାମ ହେଉଛି ୨ କୋଟି ଟଙ୍କା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button